Jump to content

ଡେଜି ଇରାନୀ

ଉଇକିପିଡ଼ିଆ‌ରୁ
ଡେଇଜି ଇରାନୀ
Irani at the 2012 audio release of Shirin Farhad Ki Toh Nikal Padi
ଜନ୍ମ (1950-06-17) ୧୭ ଜୁନ ୧୯୫୦ (ବୟସ ୭୬)
ବୃତ୍ତିActress
ବୈବାହିକ-ସାଥୀ
K. K. Shukla
(m. ୧୯୭୧; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
ସନ୍ତାନ3
ସମ୍ପର୍କୀୟହନି ଇରାନୀ (sister)
Zoya Akhtar (niece)
Javed Akhtar (former brother-in-law)
Farhan Akhtar (nephew)
Farah Khan (niece)
Sajid Khan (nephew)

ଡେଇଜି ଇରାନୀ ଶୁକ୍ଲା (ଜନ୍ମ: ୧୭ ଜୁନ ୧୯୫୦)[] ଜଣେ ଭାରତୀୟ ହିନ୍ଦୀ ଭାଷା ଚଳଚ୍ଚିତ୍ର ଅଭିନେତ୍ରୀ। ୧୯୫୦ ଓ ୧୯୬୦ ଦଶକରେ ସେ ଜଣେ ପ୍ରସିଦ୍ଧ ଶିଶୁ ଅଭିନେତ୍ରୀ ଭାବେ ପରିଚିତ ଥିଲେ। ବନ୍ଦୀଶ (୧୯୫୫), ଏକ ହୀ ରାସ୍ତା (୧୯୫୬), ନୟା ଦୌର (୧୯୫୭), Hum Panchhi Ek Daal Ke (୧୯୫୭), ଜେଲର (୧୯୫୮), Qaidi No. 911 (୧୯୫୯) ଓ ଦୋ ଉସ୍ତାଦ (୧୯୫୯) ପରି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ସେ ଅଧିକ ପରିଚିତ। ସହଅଭିନେତ୍ରୀ ଭାବେ ସେ ୧୯୭୧ ମସିହାରେ କଟି ପତଙ୍ଗ ରେ ଅଭିନୟ କରିଥିଲେ। ସେ ଟିଭି ଧାରାବାହିକ ଶରାରତ (୨୦୦୩–୨୦୦୬) ରେ ମଧ୍ୟ କାମ କରିଛନ୍ତି।

ପୃଷ୍ଠଭୂମି ଓ ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଇରାନୀ ଜଣେ ଇରାନୀ-ଜରୋଆଷ୍ଟ୍ରିୟ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କର ମାତୃଭାଷା ହେଉଛି ଗୁଜରାଟି। ସେ ତିନିଜଣ ଭଉଣୀ ମଧ୍ୟରୁ ଜ୍ୟେଷ୍ଠ; ଅନ୍ୟ ଦୁଇଜଣ ହେଲେ ହନି ଇରାନୀ ଓ ମେନକା ଇରାନୀ। ତାଙ୍କ ଛୋଟ ଭଉଣୀ ହନି, ଯିଏ ମଧ୍ୟ ଜଣେ ଶିଶୁ ଅଭିନେତ୍ରୀ ଥିଲେ, ପରେ ପଟକଥା ଲେଖକ ଜାଭେଦ ଅଖ୍ତରଙ୍କ ସହ ବିବାହ କରିଥିଲେ ଏବଂ ତାଙ୍କ ସନ୍ତାନମାନେ ହେଲେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖ୍ତର ଓ ଜୋୟା ଅଖ୍ତର। ଅନ୍ୟ ଭଉଣୀ ମେନକା, ଷ୍ଟଣ୍ଟ ଚଳଚ୍ଚିତ୍ର ନିର୍ମାତା କାମରାନ ଖାନଙ୍କ ସହ ବିବାହ କରିଥିଲେ ଏବଂ ସେ ସଜିଦ ଖାନ ଓ ଫରାହ ଖାନଙ୍କ ମାଆ ଥିଲେ।

ଡେଇଜି ୨୧ ଜାନୁଆରୀ ୧୯୭୧ରେ ୨୧ ବର୍ଷ ବୟସରେ ପଟକଥା ଲେଖକ କେ. କେ. ଶୁକ୍ଲାଙ୍କ ସହ ବିବାହ କରିଥିଲେ। ତାଙ୍କର ସ୍ୱାମୀ ୧୯୯୩ ମସିହାରେ ପରଲୋକ ଗମନ କରିଥିଲେ[]। ତାଙ୍କର ତିନିଜଣ ସନ୍ତାନ ଅଛନ୍ତି—ପୁଅ କବୀର ଓ ଦୁଇ ଝିଅ ବର୍ଷା ଓ ରିତୁ। ତାଙ୍କ ସନ୍ତାନମାନେ କେହି ମଧ୍ୟ ଚଳଚ୍ଚିତ୍ର ଜଗତ ସହ ଜଡିତ ନାହାନ୍ତି।

ଯଦିଓ ସେ ଜରୋଆଷ୍ଟ୍ରିୟ ଧର୍ମରେ ଜନ୍ମ ନେଇଥିଲେ, ପରେ ଜୀବନରେ ସେ ଖ୍ରୀଷ୍ଟଧର୍ମ ପ୍ରତି ଆକର୍ଷିତ ହୋଇଥିଲେ। ୧୯୭୫ ମସିହାରେ ସେ ମୁମ୍ବାଇର New Life Fellowship ର ସଦସ୍ୟ ହୋଇଥିଲେ।

୨୦୧୮ ମସିହାରେ ଡେଇଜି ପ୍ରକାଶ କରିଥିଲେ ଯେ, Hum Panchhi Ek Daal Ke (1957) ଚଳଚ୍ଚିତ୍ରର ଶୁଟିଂ ସମୟରେ 6 ବର୍ଷ ବୟସରେ ତାଙ୍କର “ଅଭିଭାବକ” ଦ୍ୱାରା ତାଙ୍କୁ ଧର୍ଷଣ କରାଯାଇଥିଲା।[]

କାର୍ଯ୍ୟଜୀବନ

[ସମ୍ପାଦନା]

ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗ (୧୯୫୦–୭୦ଦଶକ) ସମୟରେ କିଛି ଶିଶୁ ଅଭିନେତା ବହୁତ ଲୋକପ୍ରିୟ ଥିଲେ। ଡେଇଜି ଓ ହନି ଇରାନୀ, ଯେମାନେ ସାଧାରଣତଃ ଘୁଞ୍ଚୁଳିଆ କେଶ ଥିବା ପୁରୁଷ ଶିଶୁଙ୍କ ଭୂମିକା ଅଭିନୟ କରୁଥିଲେ, ସେମାନେ ଘରେ ଘରେ ପରିଚିତ ନାମ ହୋଇଯାଇଥିଲେ[]। ଯେଉଁ ଚଳଚ୍ଚିତ୍ରରେ ଦୁହେଁ ଥିଲେ, ସେଗୁଡିକ ବଡ଼ ଆରମ୍ଭ ମିଳୁଥିଲା। କାହାଣୀଗୁଡିକୁ ସେମାନଙ୍କୁ ନେଇ ପୁନଃଲେଖନ କରାଯାଉଥିଲା ଓ ପ୍ରଚାରରେ ସେମାନଙ୍କୁ ବିଶେଷ ଭାବରେ ଦେଖାଯାଉଥିଲା। ସେମାନଙ୍କର ସ୍ମରଣୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ Bandish, Jagte Raho, Bhai Bhai, Naya Daur, Hum Panchhi Ek Daal Ke, Musafir, Sahara, Duniya Na Mane, Do Ustad, Dhool Ka Phool, Soorat Aur Seerat ଓ Chandi Ki Diwar ଆଦି ଅଛି।

ଶିଶୁ ଅଭିନେତ୍ରୀ ଭାବେ ତାଙ୍କ ଛୋଟ ଭୋଣୀ ଠାରୁ ଅଧିକ ଲୋକପ୍ରିୟ ଥିବା ସତ୍ତ୍ୱେ, ବୟସ୍କ ହେବା ପରେ ସେ ଅଭିନୟ ଜାରି ରଖିଥିଲେ, କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନୁହେଁ।

୧୯୭୧ ମସିହାରେ ବିବାହ ପରେ ସେ ଚଳଚ୍ଚିତ୍ର ଛାଡ଼ିଦେଇଥିଲେ ଓ ସେହି ବର୍ଷର କଟି ପତଙ୍ଗ ତାଙ୍କର ଶେଷ ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର ଥିଲା । ୧୯୮୦ ଦଶକରେ ସେ କିଛି ସମୟ ପର୍ଯ୍ୟନ୍ତ ନାଟକରେ କାମ କରିଥିଲେ ଏବଂ ଏକ ଅଭିନୟ ପାଠଶାଳା ଆରମ୍ଭ କରିଥିଲେ। ୧୯୯୦ ଦଶକର ଆରମ୍ଭରେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପୁନର୍ବାର ଅଭିନୟକୁ ଫେରିଥିଲେ ଏବଂ ଦେଖ ଭାଇ ଦେଖ ଟିଭି ଧାରାବାହିକ ଓ Aastha (୧୯୯୭), Kya Kehna ଓ Shararat (୨୦୦୨) ପରି ଚଳଚ୍ଚିତ୍ରରେ କାମ କରିଥିଲେ[]

ସେ ତାଙ୍କ ଭାଣିଜି ସଜିଦ ଖାନଙ୍କ ୨୦୧୦ ମସିହାର Housefull ଚଳଚ୍ଚିତ୍ରରେ ଓ ପରେ ଭାଣିଜୀ ଫରାହ ଖାନଙ୍କ ଅଭିନୟ ଆରମ୍ଭ ଚଳଚ୍ଚିତ୍ର Shirin Farhad Ki Toh Nikal Padi (୨୦୧୨) ରେ, ଯାହା କି ବେଲା ସେହଗଲ ନିର୍ଦ୍ଦେଶନା କରିଥିଲେ, ଅଭିନୟ କରିଥିଲେ[]

  1. 1 2 Tabassum Talkies (2020-06-15), Daisy Irani: Farhan Akhtar's Maternal Aunt | Tabassum Talkies, retrieved 2026-03-27
  2. "Actress Daisy Irani Reveals She Was Raped At 6 By Man Appointed As Her 'Guardian'". www.ndtv.com (in ଇଂରାଜୀ). Retrieved 2026-03-27.
  3. ndran. "The Hindu : Honey Irani... happy and sweet". www.hindu.com. Archived from the original on 2014-06-18. Retrieved 2026-03-27.
  4. Shobha, V. (2006-07-03). "Thirty newsmakers from the pages of Indian history and where they are now". India Today (in ଇଂରାଜୀ). Retrieved 2026-03-27.
  5. "I had five bottles of beer: Daisy Irani". Hindustan Times (in ଇଂରାଜୀ). 2012-06-28. Retrieved 2026-03-27.