Jump to content

ଡୁଲାଗ୍ଲୁଟାଇଡ

ଉଇକିପିଡ଼ିଆ‌ରୁ
ଡୁଲାଗ୍ଲୁଟାଇଡ
Clinical data
Trade namesTrulicity, others[]
AHFS/Drugs.commonograph
MedlinePlusa614047
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Chemical and physical data
    FormulaC2646H4044N704O836S18
    Molar mass୫୯,୬୭୦.୬୩ g·mol−1

    ଡୁଲାଗ୍ଲୁଟାଇଡ, ଏକ ବିକ୍ରୟ ନାମ ଟ୍ରୁଲିସିଟି, ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ହୃତ୍‌ପିଣ୍ଡ ରୋଗ ଆଶଙ୍କା ହ୍ରାସ କରିପାରେ ।[] ଏହା ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ସପ୍ତାହରେ ଥରେ ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ଖାଦ୍ୟ ଅରୁଚି ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ନିମ୍ନ ରକ୍ତ ଶର୍କରା, ଆଲର୍ଜି ପ୍ରତିକ୍ରିୟା, ବୃକ୍‌କ ସମସ୍ୟା ଏବଂ କେତେକ ଥାଇରଏଡ୍ ଅର୍ବୁଦ ଅନ୍ତର୍ଭୁକ୍ତ ହୋଇପାରେ । [] ଏହା ଏକ ଗ୍ଲୁକାଗନ ସମତୁଲ ପେପ୍ଟାଇଡ୍ -୧ ରିସେପ୍ଟର ଆଗୋନିଷ୍ଟ (GLP-1 agonist) ଔଷଧ ଯାହା ଖାଦ୍ୟର ପ୍ରତିକ୍ରିୟାରେ ଅଗ୍ନାଶୟରୁ ନିର୍ଗତ ଇନସୁଲିନ୍ ପରିମାଣକୁ ବୃଦ୍ଧି କରିଥାଏ ।।[]

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ପାଇଁ ଡୁଲାଗ୍ଲୁଟାଇଡ୍ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଜ୍ୟରେ ପ୍ରତି ଚାରି ସପ୍ତାହରେ ୧.୫ ମିଗ୍ରା ଔଷଧ ମାତ୍ରା ନିମନ୍ତେ ୭୩ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୭୩୫ ଡଲାର ହୁଏ ।[] ୨୦୧୮ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ଏହା ୧୪୯ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ଥିଲା ।[] []

    1. "Dulaglutide international". Drugs.com. 3 January 2020. Archived from the original on 5 February 2020. Retrieved 4 February 2020.
    2. "Dulaglutide (Trulicity) Use During Pregnancy". Drugs.com. 15 July 2019. Archived from the original on 5 February 2020. Retrieved 4 February 2020.
    3. 1 2 3 4 5 6 7 "DailyMed - TRULICITY- dulaglutide injection, solution". dailymed.nlm.nih.gov. Archived from the original on 11 January 2022. Retrieved 27 December 2021.
    4. 1 2 "Trulicity EPAR". European Medicines Agency (EMA). 17 September 2018. Archived from the original on 23 February 2020. Retrieved 23 February 2020.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 738. ISBN 978-0857114105.
    6. "Dulaglutide Prices, Coupons & Savings Tips - GoodRx". GoodRx. Archived from the original on 9 November 2016. Retrieved 27 December 2021.
    7. "The Top 300 of 2021". ClinCalc. Archived from the original on 12 February 2021. Retrieved 18 February 2021.
    8. "Dulaglutide – Drug Usage Statistics". ClinCalc. Archived from the original on 3 March 2021. Retrieved 18 February 2021.