ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture)
ବ୍ରୋକନ ରିସ୍ଟ (Broken wrist)[୧]
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics)
ଲକ୍ଷଣଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲା [୧]
ଆକ୍ରାନ୍ତ ସମୟହଠାତ୍[୧]
କାରଣଆଘାତ[୨]
ବିପଦ କାରକଓଷ୍ଟିଓପୋରୋସିସ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) [୧]
ଔଷଧଯନ୍ତ୍ରଣା ନିବାରକ (Pain medication) ଓ ଉର୍ଦ୍ଧ୍ୱ ସ୍ଥାପନ [୧]
ଚିକିତ୍ସାପ୍ଲାସ୍ଟର (Casting), ଅପରେଶନ[୧]
Prognosis୧-୨ ବର୍ଷରେ ଭଲ ହୋଇଯାଏ [୧]
ପୁନଃପୌନିକ~ସମୁଦାୟ ଅସ୍ଥି ଭଗ୍ନର ପ୍ରାୟ ୩୩% [୨]

ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ distal radius fracture, also known as wrist fracture) ନାମ ଦିଆଯାଏ ଯେତେବେଳେ କଚଟି ପାଖରେ ରାଡିଅସ (radius bone) ଅସ୍ଥି ଭାଙ୍ଗିଯାଏ (break) ।[୧] ଏହି ଭାଙ୍ଗିବା ଫଳରେ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲିଯିବା ଦେଖାଯାଏ । [୧] କଚଟି ବଙ୍କା ଦେଖାଯାଇପାରେ । [୧] ଅଲନା (ulna bone) ଅସ୍ଥି ମଧ୍ୟ ଏହା ସ‌ହିତ ଭାଙ୍ଗିଥାଇପାରେ । [୧]

ଯୁବା ବୟସରେ ଖେଳ ସମୟରେ ବା ଗାଡ଼ି ଧକ୍କା ଯୋଗୁ (motor vehicle collision) ଏହି ଭଙ୍ଗା ହୁଏ ।[୨] ଅବୟବ ସିଧା ଅବସ୍ଥାରେ ତଳକୁ ଥାଇ ଅଧିକ ବୟସ୍କ ଲୋକ ପଡ଼ିଗଲେ ମଧ୍ୟ ଏହି ଭଙ୍ଗା ହୁଏ । [୨] ନିର୍ଦ୍ଧଷ୍ଟ ଭାବରେ ବିଭିନ୍ନ ପ୍ରକାର ଭଙ୍ଗା ହୁଏ ଯେପରିକି କୋଲିସ ଅସ୍ଥି ଭଗ୍ନ, ସ୍ମିଥ ଫ୍ରାକଚର (Smith's fracture), ବାରଟନ ଫ୍ରାକଚର (Barton's fracture), ହଚିନସନ ଫ୍ରାକଚର (Hutchinson fracture) । [୨] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଚିତ୍ର ଦେଖି ଏହି ଭଙ୍ଗା ନିଶ୍ଚିତ କରାଯାଏ । [୧]

ଭଙ୍ଗା ହାଡ଼ ରିଡକସନ କରିବା ପରେ ପ୍ଲାସ୍ଟର (Casting) କରି ୬ ସପ୍ତାହ ରଖାଯାଏ ବା ଅପରେଶନ କରାଯାଏ । [୧] ଗଣ୍ଠି ଭିତରକୁ ଭଙ୍ଗା ଯାଇଥିଲେ, ରାଡିଅସ ଛୋଟ ହୋଇଯାଇଥିଲେ ଓ ଡିସ୍ଟାଲ ଅଂଶ ୧୦ ପଛାକୁ ବାଙ୍କିଥିଲେ ଅପରେଶନ କରିବାକୁ ପରାମର୍ଶ ଦିଆଯାଏ । [୩] ପ୍ଲାସ୍ଟର କରାଯିବା ପରେ ମଝିରେ ମଝିରେ ଏକ୍ସ-ରେ କରି ପୋଜିସନ ଠିକ ଅଛି କି ନାହିଁ ଦେଖାଯାଏ ଓ ନଥିଲେ ତାହାକୁ ସଠିକ ସ୍ଥାନ‌କୁ ଅଣାଯାଏ ।[୩]

ସାଧାରଣତଃ ଏହି ଭଙ୍ଗା ଅଧିକ ହେଉଥିବା ଦେଖାଯାଏ ।[୩] ସମୁଦାୟ ହାଡ଼ ଭଙ୍ଗାର ୨୫ରୁ ୫୦% ଭଙ୍ଗା କେବଳ ଏହି ଭଙ୍ଗା ଅଧିକାର କରିଥାଏ ।[୨] ଯୁବକ ଓ ବୃଦ୍ଧାମାନଙ୍କର ଏହି ଭଙ୍ଗା ଅଧିକ ହୁଏ । [୩][୨] ସମ୍ପୁର୍ଣ୍ଣ ଭଲ ହେବାକୁ ପ୍ରାୟ ଏକ ବା ଦୁଇ ବର୍ଷ ଲାଗିଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Distal Radius Fractures (Broken Wrist)-OrthoInfo - AAOS". orthoinfo.aaos.org. March 2013. Archived from the original on 2 July 2017. Retrieved 18 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ MacIntyre, NJ; Dewan, N (2016). "Epidemiology of distal radius fractures and factors predicting risk and prognosis". Journal of hand therapy : official journal of the American Society of Hand Therapists. 29 (2): 136–45. doi:10.1016/j.jht.2016.03.003. PMID 27264899.
  3. ୩.୦ ୩.୧ ୩.୨ ୩.୩ Alluri, RK; Hill, JR; Ghiassi, A (August 2016). "Distal Radius Fractures: Approaches, Indications, and Techniques". The Journal of hand surgery. 41 (8): 845–54. doi:10.1016/j.jhsa.2016.05.015. PMID 27342171.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ