Jump to content

ଡିଫ୍ୟୁଜ ଏସୋଫେଜିଆଲ ସ୍ପାଜ୍ମ

ଉଇକିପିଡ଼ିଆ‌ରୁ
Diffuse esophageal spasm
A barium swallow showing a corkscrew appearance due to distal esophageal spasm
ବିଭାଗGastroenterology
ଲକ୍ଷଣDifficulty swallowing, regurgitation, chest pain[]
ଆକ୍ରାନ୍ତ ସମୟAround 60 yr old[]
କାରଣUnknown[]
ବିପଦ କାରକGERD, obesity, high cholesterol, high blood sugar[]
ରୋଗ ନିର୍ଣ୍ଣୟ ପଦ୍ଧତିEsophageal manometry, barium swallow[][]
ସଠିକ ରୋଗ ନିର୍ଣ୍ଣୟAngina, esophageal cancer, esophageal stricture, esophagitis, achalasia, esophageal web[]
ଚିକିତ୍ସାPeppermint oil, nitrates, calcium channel blockers, esophageal dilation, botulinum toxin injects[][]
ପୁନଃପୌନିକ1 per 100,000 people per year[]

ଡିଫ୍ୟୁଜ ଏସୋଫେଜିଆଲ ସ୍ପାଜ୍ମ ( DES ), ଯାହାକୁ ଡିସ୍ଟାଲ ଏସୋଫେଜିଆଲ ସ୍ପାଜ୍ମ ମଧ୍ୟ କୁହାଯାଏ, ଏକ ଅବସ୍ଥା ଯେଉଁଥିରେ ଗ୍ରାସନଳୀର ଅସାମଞ୍ଜସ୍ୟ ସଙ୍କୋଚନ ହୁଏ ।[] ଲକ୍ଷଣଗୁଡ଼ିକ ମଧ୍ୟରେ ଗିଳିବାରେ କଷ୍ଟ, ଖାଦ୍ୟ ଗ୍ରାସନଳୀରୁ ଫେରିଆସିବା, ଗଳାରେ କିଛି ଫସି ରହିଥିବା ପରି ଲାଗିବା ଏବଂ ଛାତିରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ ।[] [] କଠିନ ଏବଂ ତରଳ ପଦାର୍ଥ ଉଭୟ ସହିତ ଗିଳିବାରେ ଅସୁବିଧା ହୋଇପାରେ ।[] ଜଟିଳତାରେ କ୍ୱଚିତ୍ ଏସୋଫେଜିଆଲ ଆଚାଲାସିଆ ହୋଇପାରେ ।[] []

ଏହାର କାରଣ ଜଣା ପଡିନାହିଁ । [] ଶୀଘ୍ର ଖାଇବା କିମ୍ବା ଅତ୍ୟଧିକ ତାପମାତ୍ରାରେ ଖାଦ୍ୟ ଖାଇବା ଦ୍ୱାରା ଏହା ଆରମ୍ଭ ହୋଇପାରେ ।[] ବିପଦ କାରକଗୁଡ଼ିକ ମଧ୍ୟରେ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ

(ଜିଇଆରଡି/ GERD), ମେଦବହୁଳତା, ଉଚ୍ଚ ରକ୍ତକୋଲେଷ୍ଟେରଲ ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[] ଗ୍ରାସନଳୀ ସଂକୋଚନଗୁଡିକ ସମନ୍ୱିତ ହୋଇନଥିବାବେଳେ ସେଗୁଡିକ ସାଧାରଣ ଶକ୍ତି ସମ୍ପନ୍ନ ଏବଂ ନିମ୍ନ ଗ୍ରାସନଳୀ ସାଧାରଣ ଭାବରେ ଖୋଲିଯାଏ ।[] ଅନ୍ୟାନ୍ୟ କାରଣକୁ ଏଡ଼ାଇବା ପାଇଁ ଏଣ୍ଡୋସ୍କୋପି ଏବଂ ବେରିଅମ ଗିଳିବା ଭଳି ପରୀକ୍ଷଣ ସହିତ ଏସୋଫେଜାଲ୍ ମାନୋମେଟ୍ରି ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ ।[] ଏହା ଏକ ପ୍ରକାର ଏସୋଫେଜିଆଲ ମୋଟିଲିଟି ବ୍ୟାଧି ।[]

ଚିକିତ୍ସା ବିକଳ୍ପଗୁଡ଼ିକରେ ପେପରମିଣ୍ଟ ତେଲ, ନାଇଟ୍ରେଟ ସମୁହ, କ୍ୟାଲସିୟମ ଚ୍ୟାନେଲ୍ ବ୍ଲକର୍ସ, ଗ୍ରାସନଳୀ ସ୍ଫିତକାରୀ ଏବଂ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକସନ ଦିଆଯାଇପାରେ ।[] [] ସଂପୃକ୍ତ ଜିଇଆରଡି ଚିକିତ୍ସା ପାଇଁ ପ୍ରୋଟନ୍-ପମ୍ପ ଇନହିବିଟର ବ୍ୟବହାର କରାଯାଇପାରେ । [] କ୍ୱଚିତ୍ ଅସ୍ତ୍ରୋପଚାର କରାଯାଇପାରେ ।[] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ।[]

ବର୍ଷକୁ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ଜଣକୁ ଡିଫ୍ୟୁଜ୍ ଖାଦ୍ୟନଳୀ ସ୍ପାଜ୍ମ ପ୍ରଭାବିତ କରେ ।[] ଏହା ହୃଦ୍‌ରୋଗ ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ୧୦% ରୁ କମ୍ ପ୍ରତିନିଧିତ୍ୱ କରେ ।[] ଏହା ପ୍ରାୟ ୬୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସବୁଠାରୁ ସାଧାରଣ ହୁଏ ଏବଂ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [] [] ଏହି ଅବସ୍ଥା ପ୍ରଥମେ ୧୮୮୯ ମସିହାରେ ଓସଗୁଡ ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Goel, S; Nookala, V (January 2019). "Diffuse Esophageal Spasm". StatPearls [Internet]. PMID 31082150.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Khalaf, M; Chowdhary, S; Elias, PS; Castell, D (September 2018). "Distal Esophageal Spasm: A Review". The American journal of medicine. 131 (9): 1034–1040. doi:10.1016/j.amjmed.2018.02.031. PMID 29605413.
  3. ୩.୦ ୩.୧ ୩.୨ "Diffuse Esophageal Spasm - Gastrointestinal Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 22 March 2022. Retrieved 20 July 2022.