Jump to content

ଡାଇଭର୍ଟିକୁଲୋସିସ

ଉଇକିପିଡ଼ିଆ‌ରୁ
Diverticulosis
Diverticular disease of the colon
Diverticulosis as seen endoscopically
ବିଭାଗGeneral surgery
ଲକ୍ଷଣNone, bloating, bowel changes, abdominal cramps[][]
ଆକ୍ରାନ୍ତ ସମୟOlder age[]
କାରଣUnclear[]
ବିପଦ କାରକGenetics including connective tissue diseases, alcohol[]
ରୋଗ ନିର୍ଣ୍ଣୟ ପଦ୍ଧତିColonoscopy, CT scan[]
ସଠିକ ରୋଗ ନିର୍ଣ୍ଣୟIrritable bowel syndrome[]
ଚିକିତ୍ସାDiet high in fiber, low in red meat, exercise, not smoking[][]
ପୁନଃପୌନିକVery common[]

ଡାଇଭର୍ଟିକୁଲୋସିସ (ଇଂରାଜୀ ଭାଷାରେ Diverticulosis) ରୋଗରେ କୋଲୋନରେ ଅନେକ ପାଉଚ୍ (ଡାଇଭର୍ଟିକୁଲା) ବା ଛୋଟ ଛୋଟ ଥଳି ରହିଥାଏ ।[] ଏଥିରେ କୌଣସି ଲକ୍ଷଣ ପ୍ରାୟ ଦେଖାଯାଏ ନାହିଁ; ତଥାପି ବେଳେବେଳେ ଫୁଲିବା, ଅନ୍ତନଳୀରେ ପରିବର୍ତ୍ତନ କିମ୍ବା ପେଟ କ୍ରାମ୍ପ ହୋଇପାରେ ।[] [] ଏହା ଡାଇଭର୍ଟିକୁଲାଇଟିସ୍, ଡାଇଭର୍ଟିକୁଲାର ରକ୍ତସ୍ରାବ, ଡାଇଭର୍ଟିକୁଲା ସହିତ ଜଡିତ ସେଗମେଣ୍ଟାଲ୍ କୋଲାଇଟିସ୍ କିମ୍ବା ଲକ୍ଷଣହୀନ ଅଜଣା ଡାଇଭର୍ଟିକୁଲାର ରୋଗ ଭଳି ଡାଇଭର୍ଟିକୁଲାର ରୋଗ ସହିତ ଜଡିତ ହୋଇପାରେ ।[]

ଏହି ରୋଗର କାରଣ ଅସ୍ପଷ୍ଟ; ଯଦିଓ ଏହା ଜେନେଟିକ୍ସ ଏବଂ ଜୀବନଶୈଳୀ ସହିତ ଜଡିତ ହୋଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ କୋଲୋନର ଦୁର୍ବଳ ମାଂସପେଶୀ ସ୍ତର ମଧ୍ୟରେ ମ୍ୟୁକୋସା ଏବଂ ସବମ୍ୟୁକୋସା ଠେଲି ହୋଇଯାଏ ।[] ପାଶ୍ଚାତ୍ୟ ଦେଶଗୁଡ଼ିକରେ କୋଲନର ବାମ ପାର୍ଶ୍ୱ ଅଧିକ ପ୍ରଭାବିତ ହୁଏ ଓ ଏସିଆରେ ଡାହାଣ ପାର୍ଶ୍ୱ ଅଧିକ ପ୍ରଭାବିତ ହୁଏ, ଜାତି ନିର୍ବିଶେଷରେ । [] [] ରୋଗ ନିର୍ଣ୍ଣୟ ପ୍ରାୟତଃ ନିୟମିତ କୋଲୋନୋସ୍କୋପି ସମୟରେ କିମ୍ବା ସିଟି ସ୍କାନ ସମୟରେ ଏକ ଆକସ୍ମିକ ସନ୍ଧାନ ଭାବରେ ଏହି ରୋଗ ନିର୍ଣ୍ଣୟ ହୋଇଯାଏ ।[]

ଅଧିକ ଫାଇବର ଥିବା ଖାଦ୍ୟ ଏବଂ ଲାଲ ମାଂସ କମ୍ ଥିବା ଖାଦ୍ୟ, ବ୍ୟାୟାମ ଏବଂ ଧୂମପାନ ନ କରିବା ଦ୍ଵାରା ଜଟିଳତାର ଆଶଙ୍କା ହ୍ରାସ ପାଏ ।[] [] ଏକ ସାଧାରଣ ଭୁଲ ଧାରଣା ବିପରୀତ ବାଦାମ ଏବଂ ମଞ୍ଜି ଖାଇବା ମଧ୍ୟ ସହାୟକ ହୁଏ ।[] [] [] ପ୍ରଭାବିତ ଲୋକଙ୍କ ମଧ୍ୟରୁ କେବଳ ୧୦ ରୁ ୧୫% ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ । [] [] ଲକ୍ଷଣ ପାଇଁ ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଓପିଓଏଡ୍ସ, ମଧୁମେହ ଏବଂ ସ୍ଥୂଳକାୟତା ଅନ୍ତର୍ଭୁକ୍ତ। []

ପାଶ୍ଚାତ୍ୟ ଦେଶଗୁଡ଼ିକରେ ଡାଇଭର୍ଟିକୁଲୋସିସ୍ ଏକ ସାଧାରଣ ରୋଗ; କାନାଡ଼ା ଏବଂ ଯୁକ୍ତରାଷ୍ଟ୍ରରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରୁ ପ୍ରାୟ ୫୦% ଲୋକ ଏହି ରୋଗରେ ଆକ୍ରାନ୍ତ ।[] ଏହି ଅଞ୍ଚଳଗୁଡ଼ିକରେ ଏହା ୪୦ ବର୍ଷ ବୟସ ପୂର୍ବରୁ ଅସାଧାରଣ, ଯଦିଓ ସେହି ବୟସ ପରେ ବୃଦ୍ଧି ପାଏ ।[] ୫୦ ବର୍ଷ ବୟସ ପୂର୍ବରୁ ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ୫୦ ବର୍ଷ ପରେ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଆଫ୍ରିକାରେ ଐତିହାସିକ ଭାବରେ ଏହି ରୋଗ ହାର କମ୍ ରହିଛି; [] ଏହାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ଅନ୍ୟାନ୍ୟ କାରଣ ମଧ୍ୟରେ ଖାଦ୍ୟ ଫାଇବର ମଧ୍ୟ ସାମିଲ ହୋଇପାରେ ।[] [୧୦]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Wan, D; Krisko, T (February 2021). "Diverticulosis, Diverticulitis, and Diverticular Bleeding". Clinics in geriatric medicine. 37 (1): 141–154. doi:10.1016/j.cger.2020.08.011. PMID 33213768.
  2. ୨.୦ ୨.୧ ୨.୨ ୨.୩ ୨.୪ "Symptoms & Causes of Diverticular Disease - NIDDK". National Institute of Diabetes and Digestive and Kidney Diseases. Retrieved 8 October 2024.
  3. ୩.୦ ୩.୧ Comparato G, Pilotto A, Franzè A, Franceschi M, Di Mario F (2007). "Diverticular disease in the elderly". Digestive Diseases. 25 (2): 151–9. doi:10.1159/000099480. PMID 17468551.
  4. ୪.୦ ୪.୧ ୪.୨ "Eating, Diet, & Nutrition for Diverticular Disease - NIDDK". National Institute of Diabetes and Digestive and Kidney Diseases. Archived from the original on 27 September 2024. Retrieved 8 October 2024.
  5. ୫.୦ ୫.୧ ୫.୨ ୫.୩ Tursi, A (March 2016). "Diverticulosis today: unfashionable and still under-researched". Therapeutic Advances in Gastroenterology. 9 (2): 213–28. doi:10.1177/1756283X15621228. PMC 4749857. PMID 26929783.
  6. "Diverticular Disease". www.niddk.nih.gov. September 2013. Archived from the original on 13 June 2016. Retrieved 12 June 2016.
  7. Feuerstein, JD; Falchuk, KR (August 2016). "Diverticulosis and Diverticulitis". Mayo Clinic Proceedings (Review). 91 (8): 1094–1104. doi:10.1016/j.mayocp.2016.03.012. PMID 27156370.
  8. Atkins, William. "Diverticulitis isn't anti-nut any more". Archived from the original on April 4, 2012. Retrieved July 1, 2011.
  9. ୯.୦ ୯.୧ "Definition & Facts for Diverticular Disease - NIDDK". National Institute of Diabetes and Digestive and Kidney Diseases. Archived from the original on 27 September 2024. Retrieved 9 October 2024.
  10. Painter NS, Burkitt DP (May 1971). "Diverticular disease of the colon: a deficiency disease of Western civilization". British Medical Journal. 2 (5759): 450–4. doi:10.1136/bmj.2.5759.450. PMC 1796198. PMID 4930390.