ଡନ୍ (୨୦୦୬ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଡନ୍
ନିର୍ଦ୍ଦେଶକଫରହାନ ଅଖତର
ପ୍ରଯୋଜକଫରହାନ ଅଖତର, ରିତେଶ ସିଧ୍ୱାନୀ
ଚିତ୍ରନାଟ୍ୟଜାଭେଦ ଅଖତର, ଫରହାନ ଅଖତର
କଳାକାରସାହାରୁଖ ଖାଁ, ପ୍ରିୟଙ୍କା ଚୋପ୍ରା, ଅର୍ଜୁନ ରାମପାଳ, ବୋମାନ ଇରାନୀ, ଓମ ପୁରୀ[୧]
ସଙ୍ଗୀତଶଙ୍କର- ଏହେସନ୍- ଲୟ
ଚିତ୍ରଗ୍ରହଣକେ ୟୁ ମୋହନନ୍
ସମ୍ପାଦକଆନନ୍ଦ ସୁବେୟା
ବିତରକଇରୋସ ଇଣ୍ଟରନେସନେଲ
ମୁକ୍ତିଲାଭ ତାରିଖ
୨୦ ଅକ୍ଟୋବର ୨୦୦୬
କଥାଚିତ୍ରର ସମୟ
୧୬୯ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ଡନ୍ କିମ୍ବା Don: The Chase Begins Again ହେଉଛି ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର ଯାହାକି ମୂଳ ହିନ୍ଦୀ କଥାଚିତ୍ର ଡନ୍‌ର ଉତ୍ତର କଥା ଚଳଚ୍ଚିତ୍ର (sequel) [୨]। ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ସାହାରୁଖ ଖାଁ, ପ୍ରିୟଙ୍କା ଚୋପ୍ରା, ଅର୍ଜୁନ ରାମପାଳ, ବୋମାନ ଇରାନୀ, ଓମ ପୁରୀ ଇତ୍ୟାଦି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଫରହାନ ଅଖତର ଏବଂ ପ୍ରଯୋଜକ ହେଉଛନ୍ତି ଫରହାନ ଅଖତରରିତେଶ ସିଧ୍ୱାନୀ[୩]

କାହାଣୀ[ସମ୍ପାଦନା]

କୁଆଲାଲୁମ୍ପୁର (ମାଳୟେସିଆ)ରେ ବୃଦ୍ଧି ପାଉଥିବା ଡ୍ରଗ କାରବାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଡେପୁଟି କମିଶନର ଡି ସିଲଭାଙ୍କ ( ବୋମନ ଇରାନୀ ଅଭିନୀତ ) ନେତୃତ୍ୱରେ ଏକ ପୋଲିସ ଦଳ ସହରକୁ ଅଭିମୁଖେ ଯାଆନ୍ତି । ଡ୍ରଗ କାରବାର ବନ୍ଦ କରିବା ସହ ଡ୍ରଗ ମାଫିଆ ସିଂଘାଣିଆର ମେନେଜର ଡନ (ସାହାରୁଖ ଅଭିନୀତ)କୁ ଧରିବା ଥିଲା ଲକ୍ଷ୍ୟ । ଆନ୍ତ ରାଜ୍ୟ ଡ୍ରଗ ମାଫିଆ ବୋରିସ ଦୁଇ ସହଯୋଗୀ ମଧ୍ୟରୁ ସିଂଘାଣୀଆ ଅନ୍ୟତମ । ଅନ୍ୟ ଜଣକ ହେଉଛନ୍ତି ବର୍ଦ୍ଧନ ।

ଡନ୍‌ର ଅନ୍ୟତମ ଘନିଷ୍ଠ ସହଯୋଗୀ ରମେଶର (ଦିବାକର ପୁନ୍ଦିର ଅଭିନୀତ) ଦଳ ଛାଡିବା ନିଷ୍ପତିରେ ରାଗିଯାଇ ଡନ୍‌ ତାର ହତ୍ୟା କରିଦିଏ । ଏ ଘଟଣା ପରେ ରମେଶର ବାଗଦତ୍ତା(ପ୍ରେମିକା) କାମିନୀ (କରୀନା କାପୁର ଅଭିନୀତ) ରମେଶକୁ ଧରିବାରେ ପୋଲିସର ସହାୟତା କରେ । ହେଲେ ଡନ୍‌ ତାକୁ ବି ହତ୍ୟା କରିଦିଏ । ଏସବୁ ଦେଖି ରୋମା (ପ୍ରିୟଙ୍କା ଚୋପ୍ରା ଅଭିନୀତ), ଯିଏକି ରମେଶର ଭଉଣୀ, ପ୍ରତିଶୋଧ ପରାୟଣ ହୋଇଉଠେ ଏବଂ ନିଜ ପରିଚୟ ଗୋପନ କରି ଡନ୍‌ର ଦଳରେ ଯୋଗଦିଏ ।

ଘଟଣା ଚକ୍ରରେ ଡନ୍ ପୋଲିସଦ୍ୱାରା କ୍ଷତାକ୍ତ ହୋଇ ସଜ୍ଞାହୀନ ଅବସ୍ଥାରେ ଶଯ୍ୟାଶାୟୀ ହୁଏ । ଡି ସିଲଭା ଏହି ସମୟରେ ଡନ୍‌ର ଚେହେରା ସହିତ ଅବିକଳ ମିଶୁଥିବା ଏକ ବ୍ୟକ୍ତି (ବିଜୟ) ସହ (ସାହାରୁଖ ଖାଁଙ୍କ ଦ୍ୱୈତ ଅଭିନୟ) ଭେଟ ହୁଏ । ସେ ଏହି ସର୍ତ୍ତରେ ବିଜୟକୁ ନିଜ ମିଶନରେ ସାମିଲ କରିନିଅନ୍ତି ଯେ ବିଜୟ ପାଖରେ ଥିବା ଏକ ବାଳକ ଦୀପୁର ସେ ସ୍କୁଲରେ ନାମ ଲେଖାଇଦେବେ ଏବଂ ତାର ପଢାଖର୍ଚ୍ଚ ବହନ କରିବେ । ଇତି ମଧ୍ୟରେ ଦୀପୁର ବାପା ଜସଜିତ (ଅର୍ଜୁନ ରାମପାଳ ଅଭିନୀତ) ଜେଲରୁ ମୁକୁଳି ଆସନ୍ତି । ତେବେ ସେ ତାଙ୍କ ସ୍ତ୍ରୀର ମୃତ୍ୟୁ ପାଇଁ ଡି ସିଲଭାକୁ ଦାୟୀ କରି ତାକୁ ହତ୍ୟା କରିବାକୁ ଯୋଜନା ଆରମ୍ଭ କରିଦିଅନ୍ତି ।

ଅସଲ ଡନ ମରିଯାଏ ହେଲେ ନକଲି ଡନ ବିଜୟ ଦଳରେ ଡନ୍‌ ନାମରେ ରହି ଡ୍ରଗ ମାଫିଆର ସମସ୍ତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରେ । ରୋମା ସହ ନକଲି ଡନର ଶତ୍ରୁତା ଏପରି ହୁଏ ଯେ ରୋମା ତାକୁ ମାରି ଦେବାକୁ ଚେଷ୍ଟା କରେ । ହେଲେ ଠିକ ସମୟରେ ଡି ସିଲଭା ହସ୍ତକ୍ଷେପ କରି ନକଲି ଡନ ବିଷୟରେ ସବୁ କିଛି କହି ଏହି ମିଶନରେ ସାହାଯ୍ୟ କରିବାକୁ କୁହେ । ରୋମା ରାଜି ହେବାପରେ କାହାଣୀର ଦୃଶ୍ୟପଟ୍ଟ ବଦଳୀଯାଏ ।

ପୋଲିସ ସହ ଗୁଳିବିନିମୟରେ ସିଂଘାଣୀଆ ସହ ଡି ସିଲଭାର ମଧ୍ୟ ମୃତ୍ୟୁ ହୁଏ । ନକଲି ଡନର ଅସଲ ପରିଚୟ ଜାଣିବା ପରେ ଡନର ସମସ୍ତ ସହଯୋଗୀ ବିଜୟର ଶତ୍ରୁ ପାଲଟି ଯାଆନ୍ତି । ରୋମା ସହ ମିଶି ବିଜୟ ନିଜର ଅସଲ ପରିଚୟ ଏବଂ ତାର ନିର୍ଦୋଷତା ପ୍ରମାଣିତ କରିବାକୁ ଚେଷ୍ଟା କରେ ।

ଏହି ସସପେନ୍ସ ଭରା କାହାଣୀରେ ପରେ ପରେ ଦର୍ଶକ ଦେଖନ୍ତି ଯେ ନକଲି ଡନ୍ ବାସ୍ତବରେ ମରିଯାଇଛି ଏବଂ ଅସଲି ଡନ ହିଁ ନିଜର ପରିଚୟ ଗୋପନ ରଖି କାହାଣୀକୁ ଅଧିକ ରୋଚକ ଆଉ ଦ୍ୱିଧାଯୁକ୍ତ କରିଦେଇଛି । ବିଜୟ ସହ ରୋମାର ପ୍ରେମ ହୋଇଛି ଏବଂ ଡନ ନିର୍ଦ୍ଦୋଷ ପ୍ରମାଣିତ ହୋଇଛି ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ମେ ହୁଁ ଡନ୍ ଶାନ ୫ ମିନିଟ ୩୦ ସେକେଣ୍ଡ
ୟେ ମେରା ଦିଲ ସୁନିଧୀ ଚୌହାନ ୪ ମିନିଟ ୩୯ ସେକେଣ୍ଡ
ମୌର୍ଯ୍ୟାରେ ଶଙ୍କର ମହାଦେବନ୍, ୫ ମିନିଟ ୫୨ ସେକେଣ୍ଡ
ଖାଇକେ ପାନ ବନାରସ ୱାଲା[୪] ଉଦିତ ନାରାୟଣ, ସାହାରୁଖ ଖାନ ୫ ମିନିଟ ୨୪ ସେକେଣ୍ଡ
ଆଜ କି ରାତ ଅଲିଶା ଚିନୟ, ସୋନୁ ନିଗମ, ମହାଲକ୍ଷ୍ମି ଆୟାର ୬ ମିନିଟ ୦୮ ସେକେଣ୍ଡ
ଡନ୍-ଥିମ୍ ସଂଗୀତ ସାହାରୁଖ ଖାନ ୪ ମିନିଟ ୦୭ ସେକେଣ୍ଡ
ମେଁ ହୁଁ ଡନ୍ ଶାନ ୫ ମିନିଟ ୧୩ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • Neuchâtel International Fantastic Film Festival (NIFFF)(ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ର)
  • ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ କଳା ନିର୍ଦ୍ଦେଶନା, ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦୈଶନା ଶ୍ରେଣୀରେ--ଫିଲ୍ମ୍‌ଫେୟାର ଆୱାର୍ଡ ପାଇଁ ମନୋନୀତ
  • ସାହାରୁଖ ଖାଁ---Asian Film Awards (ଶ୍ରେଷ୍ଠ ଅଭିନେତା) ମନୋନୀତ
  • ଆଇଫା ଆୱାର୍ଡ --ଶ୍ରେଷ୍ଠ ଅଭିନେତା- ସାହାରୁଖ ଖାନ

ଆଧାର[ସମ୍ପାଦନା]

  1. "Don- The chase begins again". Archived from the original on 23 December 2016. Retrieved 25 May 2018.{{cite web}}: CS1 maint: bot: original URL status unknown (link)
  2. "DON (2006)". Archived from the original on 31 January 2017. Retrieved 25 May 2018.{{cite web}}: CS1 maint: bot: original URL status unknown (link)
  3. [https://web.archive.org/web/20080518190612/http://www.indiafm.com/news/2006/02/27/6750/index.html "Farhan Akhtar�s Don heads towards Paris"]. Archived from the original on 18 May 2008. Retrieved 25 May 2018. {{cite web}}: replacement character in |title= at position 14 (help)CS1 maint: bot: original URL status unknown (link)
  4. "SRK, Priyanka and Saroj Khan set to shoot Paan Banaras Wala". Archived from the original on 20 July 2006. Retrieved 25 May 2018.{{cite web}}: CS1 maint: bot: original URL status unknown (link)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଡନ୍