ଠନଠନିଆ କାଳୀବାଡ଼ି

ଉଇକିପିଡ଼ିଆ‌ରୁ
ଠନଠନିଆ କାଳୀବାଡ଼ି
ଠନଠନିଆ କାଳୀବାଡ଼ି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋଲକାତା
ଦେବାଦେବୀGoddess କାଳୀ
Location
ସ୍ଥାନକୋଲକାତା
StateWest Bengal
Countryଭାରତ

ଠନଠନିଆ କାଳୀବାଡ଼ି ଏକ କାଳୀ ମନ୍ଦିର ଯାହା ଭାରତର ପଶ୍ଚିମ ବଙ୍ଗ ପ୍ରଦେଶରେ ଥିବା କୋଲକାତା ସହରର ବିଧାନ ସଭା ସରଣୀ ପାଖରେ ଅବସ୍ଥିତ ।[୧] ଏହି ମନ୍ଦିରରେ ଥିବା ଠାକୁରାଣୀଙ୍କୁ ସିଦ୍ଧେଶ୍ୱରୀ କୁହାଯାଏ । କାଳୀ ପୂଜା ସମୟରେ ଏଠାରେ ବହୁତ ଭକ୍ତ ସମାଗମ ହୁଏ ।

ଇତିହାସ[ସମ୍ପାଦନା]

ଜୁନ ୨୦୨୨ ମସିହାରେ ଠନଠନିଆ କାଳୀବାଡ଼ି

ମନ୍ଦିରର ଲେଖା ଅନୁସାରେ ୧୮୦୩ ମସିହାରେ ଠନଠନିଆ କାଳୀବାଡ଼ି ମନ୍ଦିର ଶଙ୍କର ଘୋଷ ପ୍ରତିଷ୍ଠା କରିଥିଲେ (ଯାହାଙ୍କର ନାତି ଥିଲେ ସ୍ୱାମୀ ସୁଭୋଦାନନ୍ଦ)[୨] ଯିଏ ୧୯ଶ ଶତାବ୍ଦୀର ରାମକୃଷ୍ଣଙ୍କର ଶିଷ୍ୟ ଥିଲେ ।[୩] ଅନ୍ୟ ଏକ ତଥ୍ୟରୁ ଏହା ୧୭୦୩ ମସିହାରେ ତିଆରି ହୋଇଥିବା ଜଣାଯାଏ ।

ମନ୍ଦିର ଅଧିଶ୍ୱରୀ ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ବିଗ୍ରହ କର୍ଦ୍ଦମରେ ନିର୍ମିତ ହୋଇଛି ଓ ପ୍ରତିବର୍ଷ ଏହା ଉପରେ ନାଲି ଓ କଳା ରଙ୍ଗ ବୋଲାଯାଏ । ଦେବୀ ଦର୍ଶନ ନିମନ୍ତେ ମଙ୍ଗଳ ବାର ଓ ଶନିବାର ଦିନକୁ ଶୁଭ ମନେ କରାଯାଏ । ମନ୍ଦିରରୀ ୩୦୦+ ବର୍ଷ ପୁରୁଣା ଓ ବିଗ୍ରହଟି ତାହାଠାରୁ ଅଧିକ ପୁରାତନ ।

ଦେବୀ ପୂଜା[ସମ୍ପାଦନା]

ସପ୍ତାହର ସାତ ଦିନ ଖୋଲା ରହେ । ପ୍ରତ୍ୟହ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହେ । ଉପରବେଳା ୩ଟାରୁ ଖୋଲା ଯାଇ ରାତି ୮ଟା ବେଳେ ବନ୍ଦ କରାଯାଏ । ଏକ ତାନ୍ତ୍ରିକ ମନ୍ଦିର ହୋଇଥିବାରୁ ଏଠାରେ ପ୍ରତି ଅମାବାସ୍ୟା ଓ କାଳୀ ପୂଜା ଦିନ ବଳି ଦିଆଯିବା ପ୍ରଥା ଚାଲୁ ରହିଛି । [୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Thanthania Kalibari". BharatOnline.com. Savion Travel Services. Archived from the original on 2 May 2012. Retrieved 29 March 2012.
  2. Paul, Santanu. "FAMOUS THANTHANIA KALIBARI OF KOLKATA". www.bengalchronicle.com. Bengal Chronicle. Archived from the original on 14 June 2021. Retrieved 12 June 2022.
  3. Aich, Debasish (12 October 2014). "জয় কালী কলকাতা-ওয়ালি". anandabazarpatrika.com (in Bengali). Anandabazar Patrika. Archived from the original on 25 January 2015. Retrieved 26 January 2015.
  4. Avishek (5 November 2018). "Thanthania Siddheswari Kali Bari – Famous Kali Temple of North Kolkata". discoveringkolkata.wordpress.com. Discovering Kolkata. Archived from the original on 12 June 2022. Retrieved 12 June 2022.