ଟ୍ରିକୋଟିଲୋମାନିଆ

ଉଇକିପିଡ଼ିଆ‌ରୁ
ଟ୍ରିକୋଟିଲୋମାନିଆ
ଇଂରାଜୀ ପ୍ରତିଶବ୍ଦ - trichotillosis, hair pulling disorder[୧]
ଟ୍ରିକୋଟିଲୋମାନିଆ ରୋଗୀର ଅସମ୍ପୁର୍ଣ୍ଣ କେଶ ହାନୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌtrɪkəˌtɪləˈmniə/ TRIK-Ə-TIL-Ə-MAY-NEE
ସ୍ପେଶାଲିଟିଚର୍ମରୋଗ ବିଜ୍ଞାନ (en:Dermatology), ମାନସିକ ରୋଗ ବିଜ୍ଞାନ psychiatry
ଆଇସିଡ଼ି-୧୦F63.3
ଆଇସିଡ଼ି-୯-ସିଏମ୍312.39
ଓଏମ୍‌ଆଇଏମ୍613229
ରୋଗ ଡାଟାବେସ29681
ମେଡ଼ିସିନ-ପ୍ଲସ001517
ଇ-ମେଡ଼ିସିନderm/433 ped/2298
MeSHD014256

ଟ୍ରିକୋଟିଲୋମାନିଆ (ଇଂରାଜୀ ଭାଷାରେ Trichotillomania ବା TTM ବା କେଶଟଣା ରୋଗ/hair pulling disorder) ଏକ ପ୍ରକାର ଆବେଗ ନିୟନ୍ତ୍ରଣ ବେମାରୀ (impulse control disorder) ଯେଉଁଥିରେ ନିଜେ ନିଜର କେଶ ଟାଣିବାକୁ (pulling out) ଆଗ୍ରହ ଜନ୍ମେ ।[୨] ଏହାର ମାତ୍ରା ଅଧକ ହୋଇ ରୋଗୀର ମୁଣ୍ଡ ନଣ୍ଡା ( hair loss) ହୋଇଯାଏ ।[୨] ଏହି କେଶ ଟଣା ପ୍ରବୃତ୍ତିକୁ ରୋକିହୁଏନି । କେବଳ କେଶ ନ ହୋଇ ଯେ କୌଣସି ସ୍ଥାନରେ ରୁମ ଟାଣନ୍ତି କିନ୍ତୁ ମୁଖ୍ୟତଃ ମୁଣ୍ଡ ଓ ଆଖି ଚାରିପାଖର ବାଳ ଅଧିକ ଟାଣନ୍ତି । ଏହା ଫଳରେ କ୍ଳେଶ ଜାତ ହୁଏ ।[୧]

ଟ୍ରିକୋଟିଲୋମାନିଆ ବେମାରୀ ବଂଶାନୁକ୍ରମିକ ହୋଇପାରେ । ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ଥିବା ରୋଗୀମାନଙ୍କର ଏହି ସମସ୍ୟା ଅଧିକ ଥିବାର ଦେଖାଯାଏ । ଉତ୍ତେଜନା ବା ଉତ୍କଣ୍ଠା (anxiety) ଅଧିକ ହେଲେ ଏହି ରୋଗ ଟ୍ରଗର ହୋଇଯାଏ । ରୋଗୀ ନିଜ ବାଳ ଟାଣୁଥିବା ସ୍ୱୀକାର କରନ୍ତି । ପରୀକ୍ଷାରେ ଛିଣ୍ଡା ବାଳ ଥିବା ଦେଖାଯାଏ । ଅନ୍ୟ ଏକ ବେମାରୀ ବଡି ଡିସମର୍ଫିକ ଡିଜଅର୍ଡ଼ର (body dysmorphic disorder) ରୋଗରେ ରୋଗୀ ନିଜେ ବାଳ ଟାଣନ୍ତି କିନ୍ତୁ ନିଜର ଚେହେରାରେ ସମସ୍ୟା ଥିବା ଭାବି ତାକୁ ଅଧିକ ସୁନ୍ଦର କରିବାକୁ ଟାଣନ୍ତି ।[୧]

ଏହି ରୋଗରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଚିକିତ୍ସା କରାଯାଏ । କ୍ଲୋମିପ୍ରାମିନ ଔଷଧ ସାହାଯ୍ୟକାରୀ ହୋଇପାରେ ।[୩] ଜନସଂଖ୍ୟାର ୧-୪% ଲୋକ ଏ ରୋଗଦ୍ୱାରା ଆକ୍ରାନ୍ତ ହେବା ହିସାବରୁ ଜଣାଯାଏ ।[୩][୨] ଟ୍ରିକୋଟିଲୋମାନିଆ ସାଧାରଣତଃ ପିଲାଦିନେ ଆରମ୍ଭ ହୁଏ ।[୨] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ଟ୍ରିକୋଟିଲୋମାନିଆ ଶବ୍ଦ ସନ ୧୮୮୯ରେ ଫ୍ରଙ୍କଏସ ହେନରି ହାଲୋପୋ (François Henri Hallopeau) ସୃଷ୍ଟି କରିଥିଲେ, ପୁରାତନ ଗ୍ରୀକ ଭାଷାର ଶବ୍ଦତ୍ରୟ (θρίξ/τριχ- thrixର ଅର୍ଥ ବାଳ, τίλλειν tílleinର ଅର୍ଥ ଟାଣିବା, ଓ μανία maniaର ଅର୍ଥ ପାଗଳାମି) ମିଶି ଏହି ଶବ୍ଦ ତିଆରି ହୋଇଛି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 217–221, 938, ISBN 0890425558
  2. ୨.୦ ୨.୧ ୨.୨ ୨.୩ Franklin, ME; Zagrabbe, K; Benavides, KL (August 2011). "Trichotillomania and its treatment: a review and recommendations". Expert review of neurotherapeutics. 11 (8): 1165–74. PMID 21797657.
  3. ୩.୦ ୩.୧ Huynh M, Gavino AC, Magid M (June 2013). "Trichotillomania". Semin Cutan Med Surg. 32 (2): 88–94. PMID 24049966.
  4. Aboujaoude, Elias (2008). Compulsive Acts: A Psychiatrist's Tales of Ritual and Obsession (in ଇଂରାଜୀ). University of California Press. p. 42. ISBN 9780520255678.