Jump to content

ଟ୍ରାପିଜିଅମ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
ଟ୍ରାପିଜିଅମ ଅସ୍ଥିଭଗ୍ନ
ଫାଇଲ:Trapezium-fracture-2.png
Undisplaced fracture of the right trapezium
ବିଭାଗHand surgery
ଲକ୍ଷଣPain at the base of the thumb and with thumb movement[][]
କାରଣForces transmitted through the thumb, being pulled upon by the transverse carpal ligament[]
ରୋଗ ନିର୍ଣ୍ଣୟ ପଦ୍ଧତିX-ray, CT scan[]
ସଠିକ ରୋଗ ନିର୍ଣ୍ଣୟOs paratrapezium[]
ଚିକିତ୍ସାCasting, surgery[]
PrognosisGenerally good[]
ପୁନଃପୌନିକ4% of wrist fractures[]

ଟ୍ରାପିଜିଅମ ଅସ୍ଥିଭଗ୍ନ ହେଉଛି କଚଟିର ଟ୍ରାପିଜିଅୟମ୍ ହାଡ଼ର ଏକ ଭଗ୍ନ । ଲକ୍ଷଣଗୁଡ଼ିକ ମଧ୍ୟରେ ସାଧାରଣତଃ କଚଟିର ପାପୁଲି ପାର୍ଶ୍ୱରେ ବୁଢ଼ା ଆଙ୍ଗୁଠି ସ୍ତରରେ ଯନ୍ତ୍ରଣା ହୁଏ ।[] ସାଧାରଣତଃ ବୁଢ଼ା ଆଙ୍ଗୁଠି ହଲାଇବା ସମୟରେ ମଧ୍ୟ ଯନ୍ତ୍ରଣା ହୁଏ ।[] ପ୍ରାୟତଃ ଅନ୍ୟାନ୍ୟ ହାଡ଼ ଭଙ୍ଗା ମଧ୍ୟ ଏହା ସ‌ହିତ ଥାଇ ପାରେ ।[] ଜଟିଳତା ମଧ୍ୟରେ ଆର୍ଥ୍ରାଇଟିସ, କାର୍ପାଲ ଟନେଲ୍ ସିଣ୍ଡ୍ରୋମ୍ ଏବଂ କଚଟି କଠିନତା ଅନ୍ତର୍ଭୁକ୍ତ ହୋଇପାରେ ।[]

ଏହି ଭଙ୍ଗା ସାଧାରଣତଃ ବୁଢ଼ା ଆଙ୍ଗୁଠି ମାଧ୍ୟମରେ ପ୍ରେରିତ ବଳ କିମ୍ବା ଟ୍ରାନ୍ସଭର୍ସ କାର୍ପାଲ ଲିଗାମେଣ୍ଟ ଦ୍ୱାରା ଟାଣି ହେବା ଫଳରେ ହୋଇଥାଏ। [] ପ୍ରକାରଗୁଡ଼ିକ ମଧ୍ୟରେ ବଡି, ଟ୍ରାପିଜିଆଲ୍ ରିଜ୍ ଏବଂ ଫ୍ରାକ୍ଚର ଡିସଲୋକେସନ୍ ବା ଭଗ୍ନ ସ୍ଥାନ‌ଚ୍ୟୁତି ଅନ୍ତର୍ଭୁକ୍ତ । [] ସାଧାରଣତଃ ଏକ୍ସ-ରେ କିମ୍ବା ସିଟି ସ୍କାନ ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[]

ଯଦି ଅସ୍ଥି ଖଣ୍ଡମାନ ସଠିକ ସ୍ଥାନରେ ସଜାଯାଇଛି, ତେବେ ଏକ ଅର୍ଥୋପେଡିକ୍ କାଷ୍ଟ, ବିଶେଷତଃ ୪ରୁ ୬ ସପ୍ତାହ ପାଇଁ ଏକ ଥମ୍ବ ସ୍ପାଇକା ବ୍ୟବହାର କରାଯାଇପାରେ ।[] ନଚେତ୍ ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । [] ଉପଯୁକ୍ତ ଚିକିତ୍ସା ସହିତ ଫଳାଫଳ ସାଧାରଣତଃ ଭଲ ହୁଏ ।[] କଚଟି ହାଡ଼ ଭଙ୍ଗାର ପ୍ରାୟ ୧ରୁ ୫% ଟ୍ରାପିଜିଅମ ଭଙ୍ଗା ହୋଇଥାଏ ।[]

  1. ୧.୦ ୧.୧ Doral, Mahmut Nedim; Karlsson, Jón; Nyland, John; Benedetto, Karl Peter (15 May 2019). Intraarticular Fractures: Minimally Invasive Surgery, Arthroscopy (in ଇଂରାଜୀ). Springer. p. 198. ISBN 978-3-319-97602-0. Archived from the original on 27 September 2022. Retrieved 24 September 2022.
  2. ୨.୦ ୨.୧ ୨.୨ Walls, Ron; Hockberger, Robert; Gausche-Hill, Marianne (9 March 2017). Rosen's Emergency Medicine - Concepts and Clinical Practice E-Book (in ଇଂରାଜୀ). Elsevier Health Sciences. ISBN 978-0-323-39016-3. Archived from the original on 27 September 2022. Retrieved 24 September 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Suh, Nina; Ek, Eugene T.; Wolfe, Scott W. (April 2014). "Carpal Fractures". The Journal of Hand Surgery. 39 (4): 785–791. doi:10.1016/j.jhsa.2013.10.030.
  4. Weerakkody, Yuranga. "Trapezium fracture | Radiology Reference Article | Radiopaedia.org". Radiopaedia. Archived from the original on 1 February 2022. Retrieved 24 September 2022.