ଟ୍ରାଇକସପିଡ କପାଟିକା ସ୍ଟେନୋସିସ
| Tricuspid valve stenosis | |
|---|---|
| Tricuspid stenosis | |
Video explanation of tricuspid disease | |
| ବିଭାଗ | Cardiology |
| ଲକ୍ଷଣ | Tiredness, shortness of breath, leg swelling, liver problems[୧] |
| କାରଣ | Rheumatic heart disease, infective endocarditis, carcinoid syndrome, lupus, complication of a pacemaker[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on a diastolic murmur, confirmed by ultrasound of the heart[୧] |
| ସଠିକ ରୋଗ ନିର୍ଣ୍ଣୟ | Constrictive pericarditis, tricuspid regurgitation, atrial myxoma[୧] |
| ଚିକିତ୍ସା | Furosemide, surgery[୧] |
| ପୁନଃପୌନିକ | Rare[୧] |
ଟ୍ରାଇକ୍ରସପିଡ୍ କପାଟିକା/ଭଲଭ୍ ଷ୍ଟେନୋସିସ୍ ହେଉଛି ଏକ ପ୍ରକାର ଭାଲ୍ଭୁଲାର୍ ହୃଦ୍ ରୋଗ ଯେଉଁଥିରେ ଟ୍ରାଇକ୍ରସପିଡ୍ ଭଲଭ୍ ସଂକୀର୍ଣ୍ଣ ଥାଏ | [୧] ପ୍ରାରମ୍ଭିକ ଲକ୍ଷଣଗୁଡିକରେ ବ୍ୟାୟାମ କଲାବେଳେ ଥକ୍କା ଲାଗେ ଏବଂ ନିଶ୍ୱାସ ପ୍ରଶ୍ୱାସକୁ ଛୋଟ ଛୋଟ ହୋଇଯାଏ | [୧] ଅଧିକ ଗୁରୁତର ରୋଗରେ ଗୋଡ ଫୁଲିଯାଏ ଏବଂ ଯକୃତ ଜନିତ ସମସ୍ୟା ଦେଖାଦେଇପାରେ | [୧] ଏହା ପ୍ରାୟତଃ ମାଇଟ୍ରାଲ ଷ୍ଟେନୋସିସ୍ ସହିତ ଜଡ଼ିତ ଥାଏ | [୧]
ରିଉମାଟିକ୍ ହୃଦ୍ ରୋଗ ହେତୁ ଏହା ସାଧାରଣତଃ ଦେଖାଯାଏ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣକାରୀ ଏଣ୍ଡୋକାର୍ଡାଇଟିସ୍, କାର୍ସିନଏଡ୍ ସିଣ୍ଡ୍ରୋମ, ଲୁପସ୍ ଏବଂ ପେସମେକରର ଜଟିଳତା ଅନ୍ତର୍ଭୁକ୍ତ | [୧] ବିରଳ କାରଣଗୁଡ଼ିକରେ ଏବଷ୍ଟାଇନ୍ ଅସଙ୍ଗତି ଏବଂ ଫେନଫ୍ଲୁରାମାଇନ୍ ଔଷଧ ଅନ୍ତର୍ଭୁକ୍ତ | [୧] ସାଧାରଣତଃ ଟ୍ରାଇକ୍ରସପିଡ୍ ଭଲଭ୍ ଖୋଲିବା ଆକାର ପ୍ରାୟ ୪ ସେମି୨ | [୧] ଏହି ଆକାର ୧ସେମି୨ରୁ କମ ହେଲେ ଗୁରୁତର ରୋଗ ଭାବରେ ଧରାଯାଏ | [୧] ଡାଇଷ୍ଟୋଲିକ୍ ମର୍ମର୍ ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିଶ୍ଚିତ କରାଯାଇପାରେ | [୧]
ତରଳ ପଦାର୍ଥ ଓଭରଲୋଡ୍ ହୋଇଗଲେ ଚିକିତ୍ସା ନିମନ୍ତେ ଫୁରୋସେମାଇଡ୍ ବ୍ୟବହୃତ ହୋଇପାରେ | [୧] ରୋଗ ଗୁରୁତର ହୋଇଥିଲେ ଭଲଭୋଟୋମି, ଭଲଭ୍ ମରାମତି, ଭଲଭ୍ ପ୍ରତିସ୍ଥାପନ ଇତ୍ୟାଦି ଅସ୍ତ୍ରୋପଚାର ଆବଶ୍ୟକ ଅନୁସାରେ କରାଯାଇପାରେ | [୧] ମୂଳ କାରଣ ଉପରେ ଫଳାଫଳଗୁଡିକ ନିର୍ଭର କରେ | [୧]
ଟ୍ରାଇକ୍ରସପିଡ୍ ଷ୍ଟେନୋସିସ୍ ଏକ ବିରଳ ରୋଗ ଅଟେ, ଯାହା ଟ୍ରାଇକ୍ରସପିଡ୍ ଭଲଭ୍ ରୋଗର ପ୍ରାୟ ୨.୪% ଅଟେ | [୧] ଯୁବତୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି | [୧] ପ୍ରଥମ ଟ୍ରାଇକସପିଡ କପାଟିକା ପ୍ରତିସ୍ଥାପନ ସନ ୧୯୬୬ରେ ହୋଇଥିଲା [୨]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 14 15 16 17 18 19 20 21 Golamari, R; Bhattacharya, PT (January 2020). "Tricuspid Stenosis". PMID 29763166.
{{cite journal}}: Cite journal requires|journal=(help) - ↑ Kapoor, Amar S.; Reynolds, Ralph D. (2012). Cancer and the Heart (in ଇଂରାଜୀ). Springer Science & Business Media. p. 150. ISBN 978-1-4612-4898-9.