Jump to content

ଟୋନି ମୋରିସନ

ଉଇକିପିଡ଼ିଆ‌ରୁ

କ୍ଳୋଇ ଆନ୍ଥୋନୀ ୱାଫୋର୍ଡ ମୋରିସନ (Chloe Anthony Wofford Morrison) (ଫେବୃଆରୀ ୧୮, ୧୯୩୧– ଅଗଷ୍ଟ ୫, ୨୦୧୯), ଯିଏ ଟୋନି ମୋରିସନ ନାମରେ ପରିଚିତ, ସେ ଜଣେ ଆମେରିକୀୟ ଉପନ୍ୟାସିକା ଏବଂ ସମ୍ପାଦକ ଥିଲେ । ତାଙ୍କ ପ୍ରଥମ ଉପନ୍ୟାସ The Bluest Eye ୧୯୭୦ରେ ପ୍ରକାଶିତ ହୋଇଥିଲା । ୧୯୭୭ରେ ପ୍ରକାଶିତ Song of Solomon ସମାଲୋଚକମାନଙ୍କ ଦ୍ୱାରା ବହୁ ପ୍ରଶଂସିତ ହୋଇଥିଲା ଏବଂ ତାଙ୍କୁ ଜାତୀୟ ସ୍ତରରେ ପ୍ରସିଦ୍ଧି ଦେବା ସହ National Book Critics Circle ପୁରସ୍କାର ଲାଭ କରିଥିଲା । ୧୯୮୮ରେ, ମୋରିସନ ତାଙ୍କ Beloved (୧୯୮୭) ଉପନ୍ୟାସ ପାଇଁ Pulitzer ପୁରସ୍କାର ଜିତିଥିଲେ ଏବଂ ୧୯୯୩ରେ ସାହିତ୍ୟରେ ନୋବେଲ ପୁରସ୍କାର ଦ୍ୱାରା ମଧ୍ୟ ସମ୍ମାନିତ ହୋଇଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମୋରିସନଙ୍କ ଓହାଏଓର ଲୋରେଇନ ସହରରେ ଜନ୍ମ ଏବଂ ପିଲାଦିନ କଟିଥିଲା ।[] ୧୯୫୩ରେ ହାୱାର୍ଡ଼ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ B.A. ଡିଗ୍ରୀ ଅର୍ଜନ କଲେ । ୧୯୫୫ରେ କର୍ନେଲ ବିଶ୍ଵବିଦ୍ୟାଳୟରୁ ଆମେରିକୀୟ ସାହିତ୍ୟରେ ମାଷ୍ଟର୍ସ ଡିଗ୍ରୀ ଅର୍ଜନ କଲେ । ୧୯୫୭ରେ ସେ ହାୱାର୍ଡ଼ ବିଶ୍ଵବିଦ୍ୟାଳୟକୁ ଫେରିଲେ, ବିବାହ କଲେ, ଦୁଇଜଣ ଶିଶୁଙ୍କ ଜନ୍ମ ଦେଲେ, ଏବଂ ୧୯୬୪ରେ ତାଙ୍କର ବିବାହ ବିଛେଦ ହେଲା । ୧୯୬୦ର ଶେଷ ଦଶକରେ, ମୋରିସନ Random House କାଳ୍ପନିକ ଉପନ୍ୟାସର ପ୍ରଥମ କୃଷ୍ଣକାୟ ମହିଳା ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । ୧୯୭୦ ଏବଂ ୧୯୮୦ ଦଶକରେ, ସେ ଜଣେ ଲେଖିକା ଭାବେ ନିଜ ପରିଚୟ ଫେରି ପାଇଲେ । ତାଙ୍କ Beloved ଉପନ୍ୟାସକୁ ୧୯୯୮ରେ ଚଳଚିତ୍ରରେ ରୂପାନ୍ତର କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୫୭ରୁ ୧୯୬୪ ପର୍ଯ୍ୟନ୍ତ ହାୱାର୍ଡ଼ ବିଶ୍ଵବିଦ୍ୟାଳୟରେ ଶିକ୍ଷକାତ୍ମକ କାର୍ୟ କରିବା ସମୟରେ, ସେ ଜାମାଇକୀୟ ସ୍ଥପତି ହାରୋଲ୍ଡ଼ ମୋରିସନ ସହିତ ପରିଚିତ ହୋଇଥିଲେ, ଏବଂ ୧୯୫୮ରେ ତାଙ୍କ ସହିତ ବିବାହ କଲେ। ସେ ତାଙ୍କ ପତିଙ୍କ ନାମ ଗ୍ରହଣ କରି ଟୋନି ମୋରିସନ ନାମରେ ପରିଚିତ ହେଲେ। ତାଙ୍କ ପ୍ରଥମ ପୁଅ ହାରୋଲ୍ଡ଼ ଫୋର୍ଡ଼ ୧୯୬୧ରେ ଜନ୍ମ ଗ୍ରହଣ କଲେ। 1964 ରେ, ସେ ଗର୍ଭବତୀ ଥିବା ସମୟରେ, ମୋରିସନ ଏବଂ ହାରୋଲ୍ଡ଼ଙ୍କର ବିବାହ ବିଛେଦ ହୋଇଥିଲା । ତାଙ୍କ ଦ୍ୱିତୀୟ ପୁଅ ସ୍ଲାଡ୍‌ କେଭିନ୍‌ ୧୯୬୫ରେ ଜନ୍ମ ଗ୍ରହଣ କଲେ।

ତାଙ୍କ ପୁଅ ସ୍ଲଡ୍‌ ମୋରିସନ ଡିସେମ୍ବର ୨୨, ୨୦୧୦ରେ ଅଗ୍ନାଶୟ କ୍ୟାନସରରେ ମୃତ୍ୟୁବରଣ କଲେ, ସେତେବେଳେ ମୋରିସନ ତାଙ୍କ ଉପନ୍ୟାସ Home ଲେଖିବାର ମଧ୍ୟପଥରେ ଥିଲେ। ତାଙ୍କ ପୁଅଙ୍କ ମୃତ୍ୟୁ ପରେ, ସେ ଏକ ଦୁଇ ବର୍ଷ ପର୍ଯ୍ୟନ୍ତ ଉପନ୍ୟାସ ଲେଖିବା ବନ୍ଦ କଲେ, ଏବଂ ପରବର୍ତ୍ତୀ ସମୟରେ ତାହାକୁ ପୂର୍ଣ୍ଣ କରିଲେ। ଏହି ଉପନ୍ୟାସ ୨୦୧୨ରେ ପ୍ରକାଶିତ ହୋଇଥିଲା ।

ସାହିତ୍ୟ ସର୍ଜନା

[ସମ୍ପାଦନା]

ଉପନ୍ୟାସ

[ସମ୍ପାଦନା]
  • ଦ ବ୍ଲୁଏଷ୍ଟ ଆଇ (The Bluest Eye - 1970)
  • ସୁଲା (Sula - 1973)
  • ସଙ୍ଗ ଅଫ୍‌ ସଲୋମନ (Song of Solomon - 1977)
  • ଟାର୍ ବେବି (Tar Baby - 1981)
  • ବିଲୋଭଡ୍ (Beloved - 1987)
  • ଜାଜ୍ (Jazz - 1992)
  • ପାରାଡାଇଜ୍‌(Paradise - 1998)
  • ଲଭ୍‌ (Love - 2003)
  • ଏ ମର୍ସି (A Mercy - 2008)

ଶିଶୁମାନଙ୍କ ପାଇଁ ପୁସ୍ତକଗୁଡ଼ିକ

[ସମ୍ପାଦନା]
  • ଦ ବିଗ୍‌ ବକ୍‌ସ (The Big Box - 1999)
  • ଦ ବୁକ୍‌ ଅଫ୍‌ ମିନ୍‌ ପ୍ୟୁପିଲ୍‌ (The Book of Mean People - 2002)
  • ଦ ଲାୟନ୍‌ ଅର୍‌ ଦ ମାଉସ୍‌? (The Lion or the Mouse? - 2003)
  • ଦ ଆଣ୍ଟ ଅର୍‌ ଦ ଗ୍ରାସହପର୍‌? (The Ant or the Grasshopper? - 2003)
  • ଦ ପପି ଅର୍‌ ଦ ସ୍ନେକ୍‌? (The Poppy or the Snake? - 2004)

ପୁରସ୍କାର/ସମ୍ମାନ

[ସମ୍ପାଦନା]
  • ୧୯୭୫: ସୁଲା (Sula) ପାଇଁ Ohioana Book Award []
  • ୧୯୭୭: ସଙ୍ଗ ଅଫ୍‌ ସଲୋମନ (Song of Solomon) ପାଇଁ 'National Book Critics Circle Award' []
  • ୧୯୯୩: ନୋବେଲ ପୁରସ୍କାର ସାହିତ୍ୟ ପାଇଁ[] ଏବଂ ଆହୁରି ଅନେକ

ମୃତ୍ୟୁ

[ସମ୍ପାଦନା]

ମୋରିସନ ଅଗଷ୍ଟ ୫, ୨୦୧୯ରେ ଦ ବ୍ରୋଙ୍କ୍ସ୍(The Bronx), ନିୟୁୟର୍କ ନଗରରର ମୋଣ୍ଟେଫିୟର ମେଡିକାଲ ସେଣ୍ଟରରେ ନିମୋନିଆର ପ୍ରତିକୂଳ ପରିଣାମରୁ ମୃତ୍ୟୁବରଣ କଲେ । ମୃତ୍ୟୁ ବେଳକୁ ସେ ୮୮ ବର୍ଷ ବୟସ୍କ ଥିଲେ ।[] ନଭେମ୍ବର ୨୧, ୨୦୧୯ରେ ନିୟୁୟର୍କ ନଗରର ମର୍ଣ୍ଣିଙ୍ଗ ସାଇଡ଼ ହାଇଟସ ଅଞ୍ଚଳର କାଥେଡ୍ରାଲ୍‌ ଅଫ୍‌ ସେଣ୍ଟ ଜୋନ ଦ ଡିଭାଇନ୍‌(Cathedral of St. John the Divine) ରେ ତାଙ୍କ ସ୍ମୃତିରେ ଏକ ସ୍ମାରକ ଅର୍ପଣ ସଭା ଅନୁଷ୍ଠିତ ହୋଇଥିଲା ।

  1. "Nobel Prize in Literature 1993". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-03-06.
  2. Duvall, J. (2000-12-15). The Identifying Fictions of Toni Morrison: Modernist Authenticity and Postmodern Blackness (in ଇଂରାଜୀ). Palgrave Macmillan. ISBN 978-0-312-23402-7.
  3. "Ohioana Book Award Winners". Ohioana Library - Connecting Readers and Ohio Writers. Ohioana Library. May 30, 2014. Archived from the original on February 12, 2019. Retrieved March 7, 2025.
  4. "National Book Critics Circle: awards". www.bookcritics.org. Archived from the original on August 1, 2019. Retrieved April 2, 2019.
  5. "The Nobel Prize in Literature". NobelPrize.org. Retrieved April 2, 2019.
  6. "World mourns the death of Nobel laureate Toni Morrison". AP News (in ଇଂରାଜୀ). 2019-08-06. Retrieved 2025-03-07.