ଟେରିଜିଡୋନ
| Clinical data | |
|---|---|
| Synonyms | 4-[({4-[N-(3-oxo-1,2-oxazolidin-4-yl)carboximidoyl]phenyl}methylidene)amino]-1,2-oxazolidin-3-one |
| AHFS/Drugs.com | International Drug Names |
| Pregnancy category |
|
| Identifiers | |
| |
| ECHA InfoCard | 100.042.882 |
| Chemical and physical data | |
| Formula | C14H14N4O4 |
| Molar mass | ୩୦୨.୨୯ g·mol−1 |
| 3D model (JSmol) | |
| |
| |
| (verify) | |
ଟେରିଜିଡୋନ (ଇଂରାଜୀ ଭାଷାରେ Terizidone/ Trd /ଟିଆରଡି) ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଣ୍ଟିବାୟୋଟିକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବହୁରୋଗ-ପ୍ରତିରୋଧୀ ଯକ୍ଷ୍ମା (MDR-TB)ରେ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଔଷଧମାନଙ୍କ ସାହାଯ୍ୟରେ ଉପଶମ ହୁଏନି ।[୧] ଏହା ଅନ୍ୟ ଯକ୍ଷ୍ମା ଔଷଧ ଏବଂ ଜୀବସାର ବି୬ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୨] ଏହା ସାଧାରଣତଃ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ପାଟିରେ ଦିଆଯାଏ ।[୨]
ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ଅସ୍ପଷ୍ଟ ବକ୍ତବ୍ୟ, ଶୋଇବାରେ ଅସୁବିଧା, ଦ୍ୱନ୍ଦ୍ୱ ଏବଂ ଉଦାସୀନତା ହୋଇପାରେ ।[୧] ସମରୂପ ଔଷଧ ସାଇକ୍ଲୋସେରାଇନ୍ଠାରୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା କମ୍ ବୋଲି ବିଶ୍ୱାସ କରାଯାଏ ।[୧] ଗୁରୁତ୍ୱ ପୂର୍ଣ୍ଣ ବୃକ୍କ ବିଫଳତା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ସାଇକ୍ଲୋସେରିନ ଆକାରରେ ଭାଙ୍ଗିଯିବା ପରେ ଜୀବାଣୁ ବୃଦ୍ଧିକୁ ବନ୍ଦ କରିଦୁଏ ଓ କାର୍ଯ୍ୟକ୍ଷମ ହୁଏ ।[୧] [୩]
ଷ୍ଟପ୍ ଟିବି ଅନ୍ତରରାଷ୍ଟ୍ରୀୟ ସଂସ୍ଥାରୁ ଏହି ଔଷଧ ଉପଲବ୍ଧ ହୋଇପାରେ ।[୪] ଏହା ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ନୁହେଁ ।[୧] ସାଇକ୍ଲୋସେରିନର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୫] ୨୦୧୫ ମସିହା ସୁଦ୍ଧା ଏହାର ୨୫୦ ମିଗ୍ରା ବିଶିଷ୍ଟ ୫୦ଟି ବଟିକାର ମୂଲ୍ୟ ପ୍ରାୟ ୮୦ ଆମେରିକୀୟ ଡଲାର୍ ।[୪]
ଆଧାର
[ସମ୍ପାଦନା]- 1 2 3 4 5 6 Ramanathan, Meenakshi R. (2019). "Chapter 28 - Drugs in tuberculosis and leprosy". Side Effects of Drugs Annual. Elsevire. pp. 321–338. Archived from the original on 8 May 2023. Retrieved 12 September 2023.
- 1 2 3 "TERIZIDON, 250 mg, capsules, hard" (PDF). Archived (PDF) from the original on 13 September 2023. Retrieved 12 September 2023.
- ↑ Abraham, Donald J. (2021). Burger's Medicinal Chemistry, Drug Discovery and Development, 8 Volume Set. John Wiley & Sons. ISBN 9781119530305. Archived from the original on 2023-09-13. Retrieved 2023-09-12.
- 1 2 The Selection and Use of Essential Medicines: Report of the WHO Expert Committee, 2015. WHO. 2015. p. 34. ISBN 9789241209946. Archived from the original on 13 September 2023. Retrieved 12 September 2023.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.