ଟିଙ୍କ ପକ୍ଷାଘାତ

ଉଇକିପିଡ଼ିଆ‌ରୁ
Tick paralysis
Australian paralysis tick before and after feeding
ବିଭାଗEmergency medicine
ଲକ୍ଷଣTiredness, poor ability to walk, muscle weakness[୧]
ଆକ୍ରାନ୍ତ ସମୟ2 to 7 days with an attached tick[୨][୧]
ଅବଧିUntil a few hours to days after removal[୧]
କାରଣCertain types of tick bites[୧]
ରୋଗ ନିର୍ଣ୍ଣୟ ପଦ୍ଧତିThorough examination[୧]
ସଠିକ ରୋଗ ନିର୍ଣ୍ଣୟGuillain-Barre syndrome, botulism, poliomyelitis, myasthenia gravis, hypokalemia[୧][୩]
ଚିକିତ୍ସାSupportive care, removing the tick[୧]
PrognosisGood with treatment[୧]
ପୁନଃପୌନିକRare[୩]

ଟିଙ୍କ ପକ୍ଷାଘାତ ହେଉଛି ଏକ ସ୍ନାୟବିକ ଅବସ୍ଥା ଯାହା ଟିଙ୍କ କାମୁଡ଼ିବା ଯୋଗୁ ଥକ୍କାପଣରୁ ଆରମ୍ଭ ହୁଏ ଏବଂ ଚାଲିବା ଅକ୍ଷମତା ଏବଂ ମାଂସପେଶୀ ଦୁର୍ବଳତାକୁ ଅଗ୍ରଗତି କରେ ।[୧] ଦୁର୍ବଳତା ଗୋଡରେ ଆରମ୍ଭ ହୋଇ ଶରୀରକୁ ଗତି କରେ ।[୧] ଜ୍ୱର ଏବଂ ରାସ ଧାରଣତଃ ହୁଏ ନାହିଁ ।[୧] ଟିଙ୍କ କାମୁଡ଼ିବାର ଦୁଇରୁ ସାତ ଦିନ ପରେ ଏହି ରୋଗ ଆରମ୍ଭ ହୋଇପାରେ ।[୧] [୨] ରୋଗ ଜଟିଳ ହେଲେ ଶ୍ୱାସକ୍ରିୟାରେ ବିଫଳତା ହୋଇପାରେ ।[୧]

୪୦ରୁ ଅଧିକ ପ୍ରକାରର ଟିଙ୍କ ଜଡିତ ଥିବାବେଳେ ଉତ୍ତର ଆମେରିକାରେ ଆମେରିକୀୟ କୁକୁର ଟିଙ୍କ ଏବଂ ରକି ମାଉଣ୍ଟେନ୍ କାଠ ଟିଙ୍କ ସାଧାରଣତଃ ଜଡିତ ହେଉଥିବାବେଳେ ଅଷ୍ଟ୍ରେଲିଆରେ ଏହାକୁ ଅଷ୍ଟ୍ରେଲିଆ ପକ୍ଷାଘାତ ଟିଙ୍କ କୁହାଯାଏ ।[୧] ଅନ୍ତର୍ନିହିତ ପ୍ରଣାଳୀରେ ମାଈ ଟିଙ୍କର ଲାଳ ଗ୍ରନ୍ଥିରେ ଉତ୍ପାଦିତ ନ୍ୟୁରୋଟକ୍ସିନ ଏଥିପାଇଁ ଦାୟୀ ବୋଲି କୁହାଯାଏ ।[୧] ଟିଙ୍କ ଖୋଜିବା ପାଇଁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହା ଏକ ପ୍ରକାର ଟିଙ୍କ ବାହିତ ରୋଗ । [୧]

ଚିକିତ୍ସାରେ ସହାୟକ ଯତ୍ନ ଏବଂ ଟିକ୍ ଅପସାରଣ ଅନ୍ତର୍ଭୁକ୍ତ । [୧] ସହାୟକ ଯତ୍ନରେ ଯାନ୍ତ୍ରିକ ଭେଣ୍ଟିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ । [୧] ଟିଙ୍କ କାମୁଡ଼ାରୁ ଦୂରେଇ ରହିବା ପୋଷାକରେ ପରମେଥ୍ରିନ୍ ଲଗାଇବା ଏବଂ ଡିଇଇଟି (DEET) ବ୍ୟବହାର କରାଯାଏ । [୧] ଟିଙ୍କ ଅପସାରଣର କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହୁଏ । [୧]

ଟିଙ୍କ ପକ୍ଷାଘାତ ବିରଳ ଅଟେ ।[୩] ଏହା ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ହୋଇଥାଏ । [୧] ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୮୦୦ ଶତକରେ ବର୍ଣ୍ଣନା କରାଯାଇଥିଲା ।[୧] ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଏହି ରୋଗଦ୍ୱାରା ପ୍ରଭାବିତ ହୋଇପାରନ୍ତି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ Simon, LV; West, B; McKinney, WP (January 2022). "Tick Paralysis". PMID 29262244. {{cite journal}}: Cite journal requires |journal= (help)
  2. ୨.୦ ୨.୧ Pecina, CA (November 2012). "Tick paralysis". Seminars in neurology. 32 (5): 531–2. doi:10.1055/s-0033-1334474. PMID 23677663.
  3. ୩.୦ ୩.୧ ୩.୨ "Tick Paralysis - Injuries; Poisoning". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 13 July 2022.