ଟିକ ବିକାର

ଉଇକିପିଡ଼ିଆ‌ରୁ
Tic disorder
Examples of tics
ବିଭାଗNeurology, psychiatry
ଲକ୍ଷଣSudden, rapid, nonrhythmic movements or sounds[୧]
ଆକ୍ରାନ୍ତ ସମୟAround 5 years old[୧]
ବିପଦ କାରକFamily history[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other similar conditions[୧][୩]
ସଠିକ ରୋଗ ନିର୍ଣ୍ଣୟADHD, myoclonus, cocaine intoxication, Huntington disease, postviral encephalitis[୧][୩]
ଚିକିତ୍ସାEducation and reassurance[୩]
PrognosisGenerally good[୩]
ପୁନଃପୌନିକUp to 4%[୩]

ଟିକ ବିକାର ହେଉଛି ଏକ ରୋଗ ଯାହା ମାଂସପେଶୀ କିମ୍ବା ଧ୍ୱନି ଜନିତ ହୋଇପାରେ ।[୧] ଟିକ ହଠାତ୍ ଆରମ୍ଭ, ଦ୍ରୁତ, ଅଣ-ଗତିଶୀଳ ଗତି ବା ଶବ୍ଦ ହୌପାରେ ।[୧] ସରଳ ପେଶୀ ସଙ୍କୋଚନଠାରୁ ଆରମ୍ଭ କରି ଅଧିକ ଜଟିଳ ଯେପରିକି ଶବ୍ଦର ଗୋଷ୍ଠୀ କହିବା ଭଳି ଭିନ୍ନ ହୋଇପାରେ ।[୧] ଟିକ୍ ବିକାରରେ ଏହା ବାରମ୍ବାର ଘଟେ । [୧] କିଛି ସମୟ ପାଇଁ ସେଗୁଡିକ ପ୍ରାୟ ସଚେତନ ଭାବରେ ବନ୍ଦ ହୋଇପାରେ ।[୧] ରୋଗ ଜଟିଳ ହେଲେ ମାନସିକ ଚାପ ହୋଇପାରେ । [୨]

ଚାରୋଟି ପ୍ରକାର ଟିକ ଅଛି: ଟୁରେଟ୍ ଡିସଅର୍ଡର୍, କ୍ରମାଗତ ଟିକ୍ ଡିସଅର୍ଡର, ପ୍ରୋଭିଜନାଲ ଟିକ୍ ଡିସଅର୍ଡର୍ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ବା ଅନିର୍ଦ୍ଦିଷ୍ଟ ଟିକ୍ ବିକାର । [୧] ବିଭିନ୍ନ ଗମ୍ଭୀରତାକୁ ପ୍ରତିନିଧିତ୍ୱ କରୁଥିବା ଟିକମାନଙ୍କ ମଧ୍ୟରେ ଟୁରେଟ ବିକାର ସବୁଠାରୁ ଅଧିକ ଗମ୍ଭୀର ବିକାର । [୧] [୧] ପ୍ରଥମ ତିନୋଟି ବିକାର ୧୮ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ ।

ବିପଦ କାରକଗୁଡ଼ିକ ମଧ୍ୟରେ ପାରିବାରିକ ଇତିହାସ ଅନ୍ତର୍ଭୁକ୍ତ ହୁଏ । [୨] ସମ୍ପର୍କୀୟ ରୋଗ ମଧ୍ୟରେ ଅବସେସିଭ କମ୍ପଲସିଭ ଡିଜଅର୍ଡ଼ର ଏବଂ ଅବସାଦ ହୋଇପାରେ ।[୧] ଉତ୍ତେଜନା କିମ୍ବା ନିଦ୍ରା ଅଭାବରୁ ଏଡିକ ସୃଷ୍ଟି ହୋଇପାରେ ।[୧] ସମ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗ ଚିହ୍ନଟ ପରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୧] [୩] ସମାନ ଅବସ୍ଥାର ଅନ୍ୟାନ୍ୟ ରୋଗ‌ଗୁଡ଼ିକର ନାମ ଏଡିଏଚଡି, ମାୟୋକ୍ଲୋନସ୍, କୋକେନ ନିଶା, ହଣ୍ଟିଙ୍ଗଟନ୍ ରୋଗ କିମ୍ବା ଭୂତାଣୁ ପରବର୍ତ୍ତୀ ଏନସେଫାଲାଇଟିସ୍ ଅନ୍ତର୍ଭୁକ୍ତ ହୁଏ । [୧] [୩]

ଅଧିକାଂଶ ମାମଲାରେ ଶିକ୍ଷା ଏବଂ ଆଶ୍ୱାସନା ସହିତ ପରିଚାଳିତ ହୋଇପାରିବ ।[୩] ବେଳେବେଳେ ଆଚରଣଗତ ଚିକିତ୍ସା କିମ୍ବା ଔଷଧ ବ୍ୟବହାର କରାଯାଇପାରେ । [୩] ଟିକ ରୋଗ ୪% ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଟୁରେଟ ପ୍ରାୟ ୨୦୦ ସ୍କୁଲ ବୟସର ପିଲାମାନଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ। [୧] [୩] ପୁରୁଷମାନେ ମହିଳାଙ୍କ ତୁଳନାରେ ପ୍ରାୟ ୩ ଗୁଣ ଅଧିକପ୍ରଭାବିତ ହୁଅନ୍ତି। [୧] ଆରମ୍ଭ ପ୍ରାୟ ୫ ବର୍ଷ ବୟସରେ ହୋଇଥାଏ, ପ୍ରାୟ ୧୧ବର୍ଷ ବୟସରେ ସବୁଠାରୁ ଭୟଙ୍କର ହୋଇଥାଏ ଏବଂ ପରବର୍ତ୍ତୀ ପିଲାଦିନରେ ଭଲ ହୋଇଯାଏ ।[୧] ଯେଉଁମାନଙ୍କର ସାମାନ୍ୟରୁ ମଧ୍ୟମ ଟିକ ଥାଏ ସେମାନେ ସାଧାରଣତଃ ଭଲ ଫଳାଫଳ ପାଇଥା’ନ୍ତି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ American Psychiatric Association (2013). Diagnostic and Statistical Manual of Mental Disorders (Fifth ed.). Arlington, VA: American Psychiatric Publishing. pp. 81–85. ISBN 978-0-89042-555-8.
  2. ୨.୦ ୨.୧ ୨.୨ Cath, DC; Hedderly, T; Ludolph, AG; Stern, JS; Murphy, T; Hartmann, A; Czernecki, V; Robertson, MM; Martino, D; Munchau, A; Rizzo, R; ESSTS Guidelines, Group. (April 2011). "European clinical guidelines for Tourette syndrome and other tic disorders. Part I: assessment". European child & adolescent psychiatry. 20 (4): 155–71. doi:10.1007/s00787-011-0164-6. PMID 21445723.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Roessner, V; Plessen, KJ; Rothenberger, A; Ludolph, AG; Rizzo, R; Skov, L; Strand, G; Stern, JS; Termine, C; Hoekstra, PJ; ESSTS Guidelines, Group. (April 2011). "European clinical guidelines for Tourette syndrome and other tic disorders. Part II: pharmacological treatment". European child & adolescent psychiatry. 20 (4): 173–96. doi:10.1007/s00787-011-0163-7. PMID 21445724.