ଟର୍ସାଡେସ ଡି ପଏଣ୍ଟେସ

ଉଇକିପିଡ଼ିଆ‌ରୁ
Torsades de pointes
Torsade de pointes, torsades
12-lead ECG of torsades de pointes (TdP) in a person with low blood potassium (2.4 mmol/L) and low blood magnesium (1.6 mg/dL)
ଉଚ୍ଚାରଣ
ବିଭାଗCardiology
ଲକ୍ଷଣNone, palpitations, lightheadedness, syncope[୧]
ବିପଦ କାରକQT prolongation, low potassium, low magnesium, low calcium, low heart rate, heart disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିelectrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟVentricular tachycardia, ventricular fibrillation[୧]
ପ୍ରତିକାରStopping certain medications, correcting electrolytes[୧]
ଚିକିତ୍ସାIntravenous magnesium, electrical cardioversion, defibrillation[୧]
ପୁନଃପୌନିକRare[୧]


ଟର୍ସାଡେସ ଡି ପଏଣ୍ଟେସ, ଇଂରାଜୀ ଭାଷାରେ Torsades de pointes ( TdP ), ହେଉଛି ଏକ ନିର୍ଦ୍ଦିଷ୍ଟ ଅସ୍ୱାଭାବିକ ହୃତ୍ ସ୍ପନ୍ଦନ‌କୁ ବୁଝାଏ | [୨] ପ୍ରାୟ ଅର୍ଦ୍ଧେକ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଅବଶିଷ୍ଟ ରୋଗୀମାନଙ୍କ ମଧ୍ୟରୁ ଅନେକଙ୍କର ଛାତି ଧକ୍ ଧକ୍ ହୁଏ, ମୁଣ୍ଡ ହାଲୁକା ଲାଗେ, କିମ୍ବା ସିଙ୍କୋପ ଥାଏ | [୧] ପ୍ରାଟ ୧୦% ରୋଗୀଙ୍କର ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଏବଂ ହଠାତ୍ ହୃଦ୍‌ରୋଗ ଜନିତ ମୃତ୍ୟୁ ଘଟିଥାଏ | [୧]

ବିପଦ କାରଣଗୁଡ଼ିକ ମଧ୍ୟରେ ଜ୍ୟୁଟି ବିସ୍ତାର, କମ୍ ପୋଟାସିୟମ୍, କମ୍ ମ୍ୟାଗ୍ନେସିୟମ୍, କମ୍ କ୍ୟାଲସିୟମ୍, କମ୍ ହୃଦସ୍ପନ୍ଦନ ଏବଂ ହୃଦରୋଗ ଅନ୍ତର୍ଭୁକ୍ତ | [୨] ଦୀର୍ଘ କ୍ୟୁଟି (QT) ଉତ୍ତରାଧିକାର ସୂତ୍ରରେ ଥାଇପାରେ କିମ୍ବା ଆଣ୍ଟିଆରିଦମିକ ଔଷଧ, ଆଣ୍ଟିସାଇକୋଟିକ୍ସ, ଆଣ୍ଟିଏମେଟିକସ, ଆଣ୍ଟିଫଙ୍ଗାଲ କିମ୍ବା ଆଣ୍ଟିବାୟୋଟିକସ ଭଳି ଔଷଧମାନଙ୍କ ଯୋଗୁ ହୋଇପାରେ | [୧] କ୍ୟୁଟି ବିସ୍ତାର କରୁଥିବା ଜେନେଟିକ୍ ରୋଗ ମଧ୍ୟରୁ ଜେରଭେଲ ଓ ଲାଙ୍ଗେ-ନିଲସେନ ସିଣ୍ଡ୍ରୋମ ଏବଂ ରୋମାନୋ-ୱାର୍ଡ଼ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ | [୧] ଇସିଜି ଚିତ୍ରରେ ପଲିମର୍ଫିକ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ଦେଖାଯାଏ ଯେଉଁଥିରେ ପରିବର୍ତ୍ତନଶୀଳ ଉଚ୍ଚତାର କ୍ୟୁଆରଏସ କମ୍ପ୍ଲେକସ ଦେଖି ରୋଗ ନିର୍ଣ୍ଣୟ କରାଯାଏ | [୧]

ପ୍ରତିଷେଧକ ଭାବରେ ଏଲେକ୍ଟ୍ରୋଲାଇଟ ସଂଶୋଧନ କରିବା ଓ ସୃଷ୍ଟିକାରୀ ଔଷଧଗୁଡିକୁ ଏଡ଼ାଇବା ଆବଶ୍ୟକ ହୁଏ | [୨] କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଅନେକ ରୋଗ ଧାରା ସମାପ୍ତ ହୁଏ | [୧] ୨ ଗ୍ରାମ ମାତ୍ରାର ଶିରାଭ୍ୟନ୍ତର ମ୍ୟାଗ୍ନେସିୟମ୍ ଇଞ୍ଜେକସନ ଧୀରେ ଧୀରେ ଦିଆଯାଏ | [୧] ଯେଉଁମାନଙ୍କର ନିମ୍ନ ରକ୍ତଚାପ ସ‌‌ହିତ ନାଡ଼ି ଥାଏ ତାଙ୍କୁ ୫୦ରୁ ୧୦୦ଜେର ଇଲେକ୍ଟ୍ରିକାଲ କାର୍ଡ଼ିଓଭର୍ସନ କରାଯାଏ । [୧] ଯଦି ନାଡ଼ି ଉପସ୍ଥିତ ନଥାଏ ତେବେ ଡିଫିବ୍ରିଲେସନ ସୁପାରିଶ କରାଯାଏ | [୧] ହୃଦସ୍ପନ୍ଦନକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ଆଇସୋପ୍ରୋଟେନେରୋଲ କିମ୍ବା ଓଭରଡ୍ରାଇଭ ପେସିଙ୍ଗ ଅନ୍ତର୍ଭୁକ୍ତ ଦିଆଯାଇପାରେ | [୧]

ଏହା ଏକ ବିରଳ ରୋଗ ଅଟେ | [୨] ୟୁରୋପରେ ଏକ ବର୍ଷରେ ଔଷଧ ହେତୁ ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକର ଟିଡିପି ହୁଏ ବୋଲି ଆକଳନ କରାଯାଇଛି। [୧] ୬୫ ବର୍ଷରୁ ଅଧିକ ବୟସରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଫରାସୀ ଚିକିତ୍ସାକ ଫ୍ରାଙ୍କଏସ ଡେସର୍ଟେନ୍ନେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରିଥିଲେ । [୩][୪] ଏହି ଶବ୍ଦଟି ଫରାସୀ ଶବ୍ଦ "ମୋଡ଼ିବା ପଏଣ୍ଟ" (twisting of points)ରୁ ଆସିଛି |[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Cohagan, B; Brandis, D (January 2020). "Torsade de Pointes". PMID 29083738. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Cohagan, B; Brandis, D (January 2020). "Torsade de Pointes". PMID 29083738. {{cite journal}}: Cite journal requires |journal= (help)
  3. Starr, Anthony B.; Jayasena, Hiruni; Shantikumar, Saran; Capewell, David (2016). Get ahead! Medicine: 150 EMQs for Finals, Second Edition (in ଇଂରାଜୀ). CRC Press. p. 275. ISBN 978-1-4987-3908-5. Archived from the original on 2021-08-29. Retrieved 2021-02-09.
  4. ୪.୦ ୪.୧ Dessertenne, F. (1966). Prepared by Rahel Farhad. "La tachycardie ventriculaire a deux foyers opposes variables". Archives des maladies du coeur et des vaisseaux (in French). 59 (2): 263–272. ISSN 0003-9683. PMID 4956181.{{cite journal}}: CS1 maint: unrecognized language (link)