Jump to content

ଝାରସୁଗୁଡ଼ା ଜିଲ୍ଲା ନ୍ୟାୟପାଳିକା

ଉଇକିପିଡ଼ିଆ‌ରୁ

ଝାରସୁଗୁଡ଼ା ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ଝାରସୁଗୁଡ଼ା ସହରରେ ଅବସ୍ଥିତ ।[]

ଇତିହାସ

[ସମ୍ପାଦନା]

ପୂର୍ବରୁ ଝାରସୁଗୁଡ଼ା ୨୩.୦୯.୨୦୧୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର (ଅବିଭକ୍ତ) ଜିଲ୍ଲାର ଅଧିକାରକ୍ଷେତ୍ର ଅନ୍ତର୍ଗତ ଥିଲା ଏବଂ ୨୪.୦୯.୨୦୧୧ ତାରିଖରେ ଝାରସୁଗୁଡ଼ା ନ୍ୟାୟପାଳିକା ନୂତନ ଭାବେ ସୃଷ୍ଟି ହୋଇଥିଲା । ନ୍ୟାୟିକ ବିଭାଗର ଜିଲ୍ଲ ପୁନର୍ଗଠନ ହେବା ଯାଏଁ, ଏହି ନ୍ୟାୟପାଳିକା କ୍ଷେତ୍ରରେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ ଜଜ୍‌ ଅଦାଲତ, ସି.ଜେ.ଏମ୍‌-କମ୍‌ ସି.ଜେ. (ଏସ୍‌.ଡି.), ଏସ୍‌.ଡି.ଜେ.ଏମ୍‌ ଅଦାଲତ, ସି.ଜେ. (ଜେ.ଡି.) ଅଦାଲତ, ଜେ.ଏମ୍‌.ଏଫ୍‌.ସି. ଅଦାଲତ–୧ ଏବଂ ଜେ.ଏମ୍‌.ଏଫ୍‌.ସି. ଅଦାଲତ–୨ ସହିତ ଫାଷ୍ଟ ଟ୍ରାକ୍‌ ଅଦାଲତ ଓ ଲଖନପୁରରେ ନ୍ୟାୟାଧିକାରୀ, ଗ୍ରାମ ନ୍ୟାୟାଳୟ ସହ କାର୍ଯ୍ୟକରୁଥିଲା । ପରେ ଏହା କ୍ରମେ ଜିଲ୍ଲା ଓ ସେସନ୍‌ ଜଜ୍‌ ଅଦାଲତ, ସି.ଜେ. (ଏସ୍‌.ଡି.) ଏବଂ ରେଜିଷ୍ଟ୍ରାର ଅଦାଲତ ସହିତ ନବଗଠିତ ଝାରସୁଗୁଡ଼ା ଜିଲ୍ଲା ନ୍ୟାୟପାଳିକା ଭାବେ କାର୍ଯ୍ୟକରୁଅଛି ।

ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ଝାରସୁଗୁଡ଼ା ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ଝାରସୁଗୁଡ଼ା ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।

ଜିଲ୍ଲା ଅଦାଲତ

[ସମ୍ପାଦନା]

ଝାରସୁଗୁଡ଼ାରେ ସ୍ଵତନ୍ତ୍ର ଜିଲ୍ଲା ଅଦାଲତ ୨୪।୯।୨୦୧୧ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଦାତୀତ୍ଵ ଗ୍ରହଣ କଲେ । ଏହି ଜିଲ୍ଲା ନ୍ୟାୟପାଳିକାରେ ଜିଲା ଅଦାଲତ ସହ ଅନ୍ୟାନ୍ୟ ଅଦାଲତ ମଧ୍ୟ କାର୍ଯ୍ୟ କରୁଅଛି ।[]

ଅନ୍ୟାନ୍ୟ ଅଦାଲତ

[ସମ୍ପାଦନା]
  1. ବିଚାରପତି, ପରିବାର ଅଦାଲତ, ଝାରସୁଗୁଡ଼ା
  2. ଅତିରିକ୍ତ ଜିଲ୍ଲା ବିଚାରପତି, ଝାରସୁଗୁଡ଼ା
  3. ଅତିରିକ୍ତ ଜିଲ୍ଲା ବିଚାରପତି-ତଥା-ପୋକ୍‌ସୋ ଆଇନ ସମ୍ବନ୍ଧିତ ସ୍ଵତନ୍ତ୍ର ଅଦାଲତର ଅତିରିକ୍ତ ବିଚାରପତି, ଝାରସୁଗୁଡ଼ା
  4. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ଝାରସୁଗୁଡ଼ା
  5. ଦେୱାନି ଅଦାଲତ (ବରିଷ୍ଠ ବିଭାଗ),ଝାରସୁଗୁଡ଼ା
  6. ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ଝାରସୁଗୁଡ଼ା
  7. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଝାରସୁଗୁଡ଼ା
  8. ରେଜିଷ୍ଟ୍ରାର ତଥା ଅତିତିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ),ଝାରସୁଗୁଡ଼ା
  9. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ (ସଜ୍ଞାନ ନେବା), ଝାରସୁଗୁଡ଼ା
  10. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଝାରସୁଗୁଡ଼ା
  11. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଲଖନପୁର
  12. ଗ୍ରାମ ନ୍ୟାୟାଳୟ, ଲଖନପୁର

ଭାଗିଦାରୀ ସଂସ୍ଥାନ

[ସମ୍ପାଦନା]
  1. ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା
  2. ଜିଲ୍ଲା ବାର ଆସୋସିଏସନ, ଝାରସୁଗୁଡ଼ା
  3. ଫ୍ରଣ୍ଟ ଅଫିସ୍‌, ଝାରସୁଗୁଡ଼ା
  1. "Distrtict and Sessions Court, Jharsuguda | Distrtict and Sessions Court, Jharsuguda | India". jharsuguda.dcourts.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-22.[permanent dead link]
  2. "List of Judicial Officers of the Judgeship of Jharsuguda" (PDF). cdnbbsr.s3waas.gov.in. Retrieved 22 December 2025.