Jump to content

ଜୟଶ୍ରୀ ବାନାର୍ଜୀ

ଉଇକିପିଡ଼ିଆ‌ରୁ
ଜୟଶ୍ରୀ ବାନାର୍ଜୀ
ସାଂସଦ: ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୯  ୨୦୦୪
ପୂର୍ବ ଅଧିକାରୀବାବୁରାଓ ପାରାଞ୍ଜପେ
ପର ଅଧିକାରୀରାକେଶ ସିଂହ
ନିର୍ବାଚନ ମଣ୍ଡଳୀଜବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1938-07-02) ୨ ଜୁଲାଇ ୧୯୩୮ (ବୟସ ୮୮)
ଆଲ୍ଲାହାବାଦ, ଇଉନାଇଟେଡ୍ ପ୍ରୋଭିନସେସ, ବ୍ରିଟିଶ ଭାରତ (ବର୍ତ୍ତମାନର ପ୍ରୟାଗରାଜ, ଉତ୍ତର ପ୍ରଦେଶ, ଭାରତ)
ଜାତୀୟତାଭାରତୀୟ
ଜୀବନ ସାଥୀସୁଭାଷ ଚନ୍ଦ୍ର ବାନାର୍ଜୀ (ବିବାହ: ୧୯୬୫)
ସମ୍ପର୍କଜେ. ପି. ନଡ୍ଡା (ଜ୍ୱାଇଁ)
ସନ୍ତାନ
ଶିକ୍ଷାଏମ୍.ଏ. (ଭୂଗୋଳ), ସଙ୍ଗୀତରେ ସ୍ନାତକ
ଶିକ୍ଷାନୁଷ୍ଠାନଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ
ପେଷାକୃଷି ବିଶେଷଜ୍ଞ, ସଙ୍ଗୀତଜ୍ଞ
ଉତ୍ସ:

ଜୟଶ୍ରୀ ବାନାର୍ଜୀ (ଜନ୍ମ: ୨ ଜୁଲାଇ ୧୯୩୮[]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୧୯୭୨ ମସିହାର ମଧ୍ୟ ପ୍ରଦେଶ ନିର୍ବାଚନରେ ଭାରତୀୟ ଜନ ସଂଘର ପ୍ରାର୍ଥୀ ଭାବରେ ଜବଲପୁର କଣ୍ଟାନମେଣ୍ଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[] ୧୯୭୭ ମସିହାରେ, ସେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଜବଲପୁର ସେଣ୍ଟ୍ରାଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ ଓ ୧୯୯୩ ମସିହାରେ ପଶ୍ଚିମ ଜବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ରୁ ୧୯୮୦ ଯାଏଁ ସେ ମଧ୍ୟ ପ୍ରଦେଶ ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବରେ ମଧ୍ୟ କାମ କରିଛନ୍ତି । ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଜବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜେପି ନେତା ଜେ. ପି. ନଡ୍ଡାଙ୍କ ଶାଶୁ ଅଟନ୍ତି ।[]

  1. "Amrit Mahotsava of Jayashree Banerjee observed in Jabalpur" (PDF). Kamal Sandesh Fortnightly Magazine. 16 August 2012. Retrieved 31 March 2016.
  2. "Madhya Pradesh Assembly Election Results in 1972". www.elections.in. Retrieved 12 December 2020.
  3. Arnimesh, Shanker (20 January 2020). "Himachal setbacks to Delhi rise — how Modi-Shah favourite JP Nadda became BJP chief". ThePrint (in ଆମେରିକୀୟ ଇଂରାଜୀ). Retrieved 12 December 2020.