ଜୟପାଟଣା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Jaipatna
ଜୟପାଟଣା
town
Country India
StateOdisha
DistrictKalahandi
Population
 (2001)
 • Total୧,୦୮,୫୩୧
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Sex ratio49:51 /
Websiteodisha.gov.in

ଜୟପାଟଣା ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ତହସିଲ ସହର । ଏହା ଜିଲ୍ଲାର ମୁଖ୍ୟ ଦପ୍ତରଠାରୁ 78 କିଲୋମିଟର ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ 500 କିଲୋମିଟର ଦୁରବର୍ତୀ । ଏହି ସହରାପୂର୍ବ ଘାଟ ପର୍ବତଦ୍ୱାରା ଚତୁର୍ଦିଗରେ ଘେରିତ ଓ ଅରଣ୍ୟ ଅଞ୍ଚଳରେ ଅବସ୍ଥିତ ।

ଭୌଗୋଳିକ ଅବସ୍ଥିତି  [ସମ୍ପାଦନା]

ଜୟପାଟଣାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ ହେଲା 19°28′14″N 82°59′50″E

ଇତିହାସ ଓ ଦର୍ଶନୀୟ ସ୍ଥାନ ସମୂହ [ସମ୍ପାଦନା]

ଏହା କଳାହାଣ୍ଡି  ଅଞ୍ଚଳ ଏକ ଏକ ପ୍ରାଚୀନ ସହର । ଏଠାରେ ପ୍ରବାହିତ ହାତୀ ନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ବନ୍ଧ ( ମଙ୍ଗଳପୁର ବନ୍ଧ ) ରହିଛି । ଏହା ନିକଟରେ ଥିବା ମୁଖୀଗୁଡା ଏକ ପର୍ଯ୍ୟଟନ  ସ୍ଥଳୀ ହେବା ସହ ଏଠାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି । ଏଠାରୁ ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପ 7 କିଲୋମିଟର ଦୁରବର୍ତୀ । ଏହି ଅଞ୍ଚଳ ପ୍ରାଚୀନ କାଳରେ "ଯମଗୁଡା" ନାମରେ ପରିଚିତ ଥିଲା ଯାହା ପରେ ଜୟପଟଣାକୁ ପରିବର୍ତିତ ହେଲା ।

ଜନସଂଖ୍ୟା[ସମ୍ପାଦନା]

2001 ମସିହା ଜନଗଣନା ଅନୁସାରେ ଜୟପାଟଣାର ସମୁଦାୟ ଜନସଂଖ୍ୟା 108,531 ଥିଲା ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 49 % ଓ ମହିଳା ସଂଖ୍ୟା 51 % ଥିଲା । ଏହା ମଧ୍ୟରୁ ସାକ୍ଷ୍ୟର 36, 310 ରହିଥିବା ବେଳେ ପୁରୁଷ ସାକ୍ଷ୍ୟର 26,027 ଓ ମହିଳା ସାକ୍ଷ୍ୟର 10,583 ଥିଲା ।  

ଶିକ୍ଷା[ସମ୍ପାଦନା]

  • ଏଠାରେ ଇନ୍ଦ୍ରାବତୀ ଡିଗ୍ରୀ କଲେଜ ଓ ଜୁନିଅର କଲେଜ ସହ ଅନେକ ହାଇ ସ୍କୁଲ ଓ ପ୍ରାଥମିକ ସ୍କୁଲ ରହିଛି । ଏହା ବ୍ଯତୀତ ଇଂରେଜୀ ମିଡିଆମ ସ୍କୁଲ ଓ ସରସ୍ୱତୀ ବିଦ୍ୟା ମନ୍ଦିର ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]