ଜୟନ୍ତୀ ଜେନା
ଦେଖଣା
ଜୟନ୍ତୀ ଜେନା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୯ ନଭେମ୍ବର ୧୯୬୫ ନହଙ୍ଗ, କେନ୍ଦ୍ରାପଡ଼ା |
| ଭାଷା | ଓଡ଼ିଆ |
| ଜାତୀୟତା | |
| ସାହିତ୍ୟ କୃତି | ନିଷିଦ୍ଧ ଅଭିସାର |
| ଜୀବନସାଥୀ | ରତ୍ନାକର ଜେନା |
| ପିତାମାତା | କୁଳମଣି ପଣ୍ଡା, ପାର୍ବତୀ ଦେବୀ |
| ୱେବସାଇଟ | |
| jayantijenanums@gmail.com | |
ଜୟନ୍ତୀ ଜେନା (ଜନ୍ମ: ୨୯ ନଭେମ୍ବର ୧୯୬୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଆଧୁନିକ କବି, କଥାକାର ଓ ସମାଜସେବୀ । ନିଜ ସାହିତ୍ୟିକ କୃତିତ୍ୱ ଓ ସମାଜସେବା ପାଇଁ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଜୟନ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ନହଙ୍ଗ ଠାରେ ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କଥାକାର ବିଭୂତି ପଟ୍ଟନାୟକ ଓ ଭାଗିରଥି ଦାସଙ୍କ ଦ୍ବାରା ଅନୁପ୍ରାଣୀତ ହୋଇ ୧୯୮୦ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । ମଣିଷର ଜଞ୍ଜାଳମୟ ଜୀବନକୁ ଅତି ନିକଟରୁ ପରଖି ତାକୁ ନେଇ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖିଛନ୍ତି । ତାଙ୍କର ପ୍ରଥମ ଗପଟି ଥିଲା 'ମୋ ବୋଉର କାଠପେଡ଼ି' । ଲେଖାଲେଖି ବ୍ୟତୀତ ସେ ୨୦୦୪ରୁ ସମାଜସେବାରେ ବ୍ରତୀ ଅଛନ୍ତି ।[୧]
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ନିଷିଦ୍ଧ ଅଭିସାର
- ନିଃଶବ୍ଦ ଅନ୍ଧାର
- ମୋତି ଫୁଲ
- ଭଙ୍ଗା ସିଲଟ.
- ସୀମନ୍ତନୀ
- କୁଆଁରୀ ବୋଉ
- ଶେଷ ଫଗୁଣର କଥା
- ଆଞ୍ଜୁଳାଏ ଜହ୍ନରାତି
- ଫେରନ୍ତା ପକ୍ଷୀର ସ୍ୱର
- ନଷ୍ଟ ଲଗ୍ନର ଛବି
- ବେଳାଭୂମି
- ଇଛାର ଈଶ୍ୱରୀ
- ରଙ୍ଗହୀନ ଋତୁ ଓ ପାଗଳ ପ୍ରଜାପତିର କଥା
- ସୁବର୍ଣ୍ଣ ଶୃଙ୍ଖଳ
- ମୋ ଝର୍କାରୁ ପୃଥିବୀ
- ସାଗର କୂଳେ ଦିନେ
- ଇପ୍ସିତ ସ୍ୱର୍ଗ
- ରାଗ ବିପ୍ଲବିନୀ
କବିତା
[ସମ୍ପାଦନା]- ସମର୍ପଣ
ଗଳ୍ପ
[ସମ୍ପାଦନା]- ମୋହ ଓ ଅନ୍ୟାନ୍ୟ ଗଳ୍ପ
- ଲଜ୍ଜ୍ୟା
- ଗୋପନ କ୍ଷତ
ସମ୍ମାନ
[ସମ୍ପାଦନା]- କଳାବତୀ ସମ୍ମାନ
- ଫକୀରମୋହନ ସମ୍ମାନ
- କବିପଦ୍ମ ସମ୍ମାନ
- ଉତ୍କଳିକା
- ରମାଦେବୀ ସମ୍ମାନ
- ମଦର ଟେରେସା ସମ୍ମାନ
- କଳିଙ୍ଗକନ୍ୟା ସମ୍ମାନ
- ବ୍ୟାସ ଗୌରବ ସମ୍ମାନ