Jump to content

ଜୟନାଥ ପତି

ଉଇକିପିଡ଼ିଆ‌ରୁ


ଜୟନାଥ ପତି (୧୮୯୦–୧୯୩୯) ଜଣେ ଭାରତୀୟ ସ୍ୱାଧୀନତା ସେନାନୀ ଓ ଉପନ୍ୟାସକାର ଥିଲେ, ଯିଏ ମଗହୀ ଭାଷାରେ ଲେଖୁଥିଲେ ।[][] ସେ ଭାରତୀୟ ଇତିହାସ ଓ ସଂସ୍କୃତିରେ ଜଣେ ପ୍ରମୁଖ ଶିକ୍ଷିତ ବ୍ୟକ୍ତି ଥିଲେ । ସେ ସୁନୀତା ନାମକ ମଗହୀ ଭାଷାର ପ୍ରଥମ ଉପନ୍ୟାସ ରଚନା କରିଥିଲେ ।

ଜୀବନୀ

[ସମ୍ପାଦନା]

ଜୟନାଥ ପତି ଜଣେ ବହୁମୁଖୀ ପ୍ରତିଭାପାଣ୍ଡିତ୍ୟସମ୍ପନ୍ନ ବ୍ୟକ୍ତି, ସାହିତ୍ୟିକ, ସମ୍ପାଦକ-ପ୍ରକାଶକ ଓ ବେଦବିତ ଥିଲେ । ସେ ଭାଷା, ସଂସ୍କୃତି ଓ ଇତିହାସରେ ଗଭୀର ଅଧ୍ୟୟନକାରୀ ଥିଲେ। ସେ ବିଭିନ୍ନ ପତ୍ରିକାରେ ବେଦ, ଇତିହାସ ଓ ଭାଷା-ସଂସ୍କୃତି ବିଷୟରେ ଲେଖକ ଭାବେ ସକ୍ରିୟ ଓ ସୃଜନଶୀଳ ଥିଲେ । ସେ ନିଜ ମାତୃଭାଷା ମଗହୀରେ ପ୍ରବନ୍ଧ ଓ ସାହିତ୍ୟ ଲେଖିଥିଲେ ଓ ସ୍ଥାନୀୟ ସ୍ତରରେ ସ୍ୱାଧୀନତା ଆନ୍ଦୋଳନକୁ ନେତୃତ୍ୱ ଦେଇଥିଲେ। ମଗହୀ ଭାଷା ପୂର୍ବ ଭାରତର ବିହାର ଓ ଝାରଖଣ୍ଡରେ କଥିତ । ପରେ ପତି ମଗହୀରେ ପୁସ୍ତକ ପ୍ରକାଶ କଲେ ଓ ସ୍ୱାଧୀନତା ସଂଗ୍ରାମ ପାଇଁ ହସ୍ତଲିଖିତ ସମ୍ବାଦପତ୍ର ପ୍ରଚାର କଲେ । ଏତିକି ନୁହେଁ, ସେ ଜଣେ ମୋକ୍ତାର ଭାବେ ବ୍ରିଟିଶ ଶାସନ ବିରୋଧରେ ମୋକ୍ତାରମାନଙ୍କର ଅଧିକାର ପାଇଁ ଆଇନଗତ ସଂଗ୍ରାମ କରିଥିଲେ । କେବଳ 12ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ସତ୍ୱେ, ସେ ମୋକ୍ତାର ହୋଇଥିଲେ ଓ ଶିକ୍ଷାକ୍ଷେତ୍ରରେ ମଧ୍ୟ ଅବଦାନ ରଖିଥିଲେ । ସେ ନବାଦାରେ ଆଙ୍ଗ୍ଲୋ-ସଂସ୍କୃତ ବିଦ୍ୟାଳୟ ସ୍ଥାପନା କଲେ, ଯାହା ଆଜି ପର୍ଯ୍ୟନ୍ତ ଚାଲିଆସୁଛି ।

ପତି ଜଣେ ନିର୍ଭୀକ ଜାତୀୟତାବାଦୀ ଥିଲେ । ସେ ସ୍ଥାନୀୟ ସ୍ତରରେ ହୋମ୍ ରୁଲ୍ ଆନ୍ଦୋଳନର ଏକମାତ୍ର ସଦସ୍ୟ ଥିଲେ । ୧୯୨୦ରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ସେ ନବାଦା କଂଗ୍ରେସ କମିଟିର ସଭାପତି ଭାବେ ସୁରାଜୀମାନଙ୍କୁ ନେତୃତ୍ୱ ଦେଇଥିଲେ । ସ୍ୱାଧୀନତା ଆନ୍ଦୋଳନକୁ ସୁସଂଗଠିତ କରିବା ପାଇଁ ସେ ନିଜ ଘରର ତଳଘରେ ବସି ଏକ ହସ୍ତଲିଖିତ ସମ୍ବାଦପତ୍ର ଆରମ୍ଭ କଲେ । ପରେ ସେ ନିଜ ସ୍ତ୍ରୀ ଶ୍ୟାମାଦେବୀଙ୍କ ସହିତ ଗ୍ରାମେ ଗ୍ରାମେ ଯାଇ ପଢୁଥିବା ଲୋକଙ୍କ ମଧ୍ୟରେ ଏହା ପ୍ରଚାର କରୁଥିଲେ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନେବାରୁ ସେ ୧୯୩୦ରେ ହଜାରିବାଗ କେନ୍ଦ୍ରୀୟ କାରାଗାରରେ ୯ ମାସ କାରାଦଣ୍ଡ କାଟିଥିଲେ ।

ସାହିତ୍ୟ କୃତି

[ସମ୍ପାଦନା]

ଜୟନାଥ ପତି ୧୯୨୭ର ଶେଷରେ ସୁନୀତା ନାମକ ପ୍ରଥମ ମଗହୀ ଉପନ୍ୟାସ ଲେଖିଥିଲେ, ଯାହା ୧୯୨୮ରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସକୁ ପ୍ରସିଦ୍ଧ ଭାଷାବିଜ୍ଞାନୀ ସୁନୀତି କୁମାର ଚଟ୍ଟୋପାଧ୍ୟାୟ ଦ ମଡର୍ନ ରିଭ୍ୟୁ ପତ୍ରିକାର ୧୯୨୮ ଅପ୍ରେଲ ସଂସ୍କରଣରେ ସମୀକ୍ଷା କରିଥିଲେ । ଏହି ଉପନ୍ୟାସ ବର୍ତ୍ତମାନ ଉପଲବ୍ଧ ନାହିଁ, କିନ୍ତୁ ତାଙ୍କର ଦ୍ୱିତୀୟ ମଗହୀ ଉପନ୍ୟାସ ଫୁଲ ବହାଦୁର (ପ୍ରକାଶିତ 1 ଅପ୍ରେଲ 1928)ର ଏକ ପ୍ରତି ସୁରକ୍ଷିତ ଅଛି । ଏହା ପରେ ତାଙ୍କର ତୃତୀୟ ଉପନ୍ୟାସ ଗଢନୀତ ପ୍ରକାଶିତ ହୋଇଥିଲା । ତାଙ୍କର ସମସ୍ତ 3ଟି ଉପନ୍ୟାସରେ ସେ ସାମାଜିକ କୁସଂସ୍କାର ଓ ଦୁର୍ନୀତି ଉପରେ କଠୋର ପ୍ରହାର କରିଥିଲେ ।

ସେ ଆଧୁନିକ ମଗହୀ ସାହିତ୍ୟର ବିକାଶ ପାଇଁ ଏକ ସଂଗଠନ ଗଢିଥିଲେ ଓ ଅନେକ ପୁସ୍ତକ ଲେଖିଥିଲେ, ଯାହାର ଅଧିକାଂଶ ଲେଖା ପ୍ରକାଶିତ ହୋଇନଥିଲା ।[] ତାଙ୍କର ସଂପାଦିତ ଏକ ମଗହୀ ଲୋକସାହିତ୍ୟ ସଂଗ୍ରହ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଥିଲା ।

  1. Fool Bahadur Archives.org 26 April 2018
  2. "Jayanatha Pati". 1930. Archived from the original on 27 April 2018. Retrieved 17 June 2021.
  3. Parishad, Bihāra Rāshṭrabhāshā (1960). Pañcadas̀a lokābhāshā nībandhāvalī: Lokabhāshāoṃ meṃ se pandraha bhāshāoṃ aura unake sāhitya kā saṅkshipta paricaya (in ହିନ୍ଦୀ). Bihāra Rāshtrabhāshā Parishad.