ଜ୍ୟୋତିର୍ମୟୀ ନାୟକ
ଜ୍ୟୋତିର୍ମୟୀ ନାୟକ | |
|---|---|
| ଜନ୍ମ | ୧୪ ଫେବୃଆରୀ ୨୦୦୧ |
| ଜାତୀୟତା | ଭାରତୀୟ |
| ବୃତ୍ତି |
|
| ସକ୍ରିୟ ବର୍ଷ | ୨୦୧୪ – ଏବେଯାଏଁ |
| ପିତାମାତା |
|
| ପୁରସ୍କାର | ଇଣ୍ଡିଆନ୍ ଆଇଡୋଲ୍, ୨୦୨୬ |
ଜ୍ୟୋତିର୍ମୟୀ ନାୟକ (ଜନ୍ମ: ୧୪ ଫେବୃଆରୀ ୨୦୦୧) ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ୨୦୨୬ ମସିହାରେ, ଭାରତୀୟ ରିଆଲିଟି ଶୋ' ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ହୋଇଥିଲେ । ପ୍ରଥମେ ଜଣେ ଭଜନ ଗାୟିକା ଭାବରେ, ସେ କାମ କରିବା ଆରମ୍ଭ କରିଥିଲେ, ପରେ ୨୦୧୪ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ' ଭଏସ୍ ଅଫ୍ ଓଡ଼ିଶା ଜୁନିଅର୍ରେ ଅଂଶଗ୍ରହଣ କରିଥିଲେ । ସେ ୨୦୨୬ ମସିହା ସୁଦ୍ଧା, ୧୦୦୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି ଏବଂ କିଛି ଓଡ଼ିଆ କଥାଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଜ୍ୟୋତିର୍ମୟୀ ୨୦୦୧ ମସିହାର ଫେବୃଆରୀ ୧୪ ତାରିଖରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚକ୍ରଧର ନାୟକ ଓ ମାଆଙ୍କ ନାମ ଗୌରୀ ନାୟକ ।[୨][୩] ତାଙ୍କ ପିଲାଦିନ ରାଉରକେଲାରେ କଟିଥିଲା ଏବଂ ପରବର୍ତ୍ତୀ ସମୟରେ, ତାଙ୍କ ପରିବାର ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବା ପରେ, ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ବୁଦ୍ଧ ପ୍ରସାଦ ରାଓଙ୍କ ଅଧୀନରେ ଆନୁଷ୍ଠାନିକ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ମୌଳିକ ଜ୍ଞାନ ପ୍ରାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ, ସେ ଦେବେନ୍ଦ୍ର ଶତପଥୀଙ୍କ ଅଧୀନରେ ଭୁବନେଶ୍ୱରରେ ତାଙ୍କର ସଙ୍ଗୀତ ଶିକ୍ଷା କରିଥିଲେ ।
ସେ ଭୁବନେଶ୍ୱରର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, କଳିଙ୍ଗରେ ତାଙ୍କର ଶୈକ୍ଷିକ ଅଧ୍ୟୟନ ସହିତ ତାଙ୍କର ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ସେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ । ୨୦୨୩ ମସିହାରେ, ସେ ଚେନ୍ନାଇ ସ୍କୁଲ୍ ଅଫ୍ ମ୍ୟୁଜିକ୍ ଥେରାପିରୁ ସଙ୍ଗୀତ ଚିକିତ୍ସାରେ ଏକ ସାର୍ଟିଫିକେଟ୍ କୋର୍ସ ସମାପ୍ତ କରିଥିଲେ ଏବଂ ସଂଗୀତକୁ ଆରୋଗ୍ୟ ସହିତ ସମନ୍ୱିତ କରିବାରେ ସେ ସକ୍ଷମ ହୋଇଥିଲେ । ସେ କର୍କଟ ରୋଗୀଙ୍କ ପାଇଁ ସଙ୍ଗୀତ ଚିକିତ୍ସକ ଭାବରେ କାମ କରିବା ଆରମ୍ଭ କରିଥିଲେ ।[୪]
ବୃତ୍ତିଗତ ଜୀବନ
[ସମ୍ପାଦନା]ସେ ପ୍ରଥମେ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରିଥିଲେ । ସଙ୍ଗୀତକାର ଓମପ୍ରକାଶ ମହାନ୍ତି ଓ ଲକ୍ଷ୍ମୀକାନ୍ତ ପାଲିତଙ୍କ ପାଇଁ ଏକ ଭଜନ ରେକର୍ଡ଼ କରିଥିଲେ । ସେ ଅନେକ ଭଜନ ଗାଇଛନ୍ତି । ୨୦୧୪ ମସିହାରେ, ସେ ତରଙ୍ଗ ଟିଭିରେ ପ୍ରସାରିତ ରିଆଲିଟି ଶୋ' ଭଏସ୍ ଅଫ୍ ଓଡ଼ିଶା ଜୁନିଅର୍ରେ ଅଂଶଗ୍ରହଣ କରିଥିଲେ ଏବଂ ଚତୁର୍ଥ ସ୍ଥାନରେ ରହିଥିଲେ ।
୨୦୧୮ ମସିହାରେ, ସେ ଇସ୍କ ପୁଣିଥରେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଓଡ଼ିଆ ଗୀତ ଗାଇଛନ୍ତି । ୨୦୧୯ ମସିହାରେ, ସେ ଜଣାଶୁଣା କଣ୍ଠଶିଳ୍ପୀ ଶାନ୍ଙ୍କ ସହିତ ଏକ ଗୀତ ଗାଇଥିଲେ ।
ଇଣ୍ଡିଆନ୍ ଆଇଡଲ୍
[ସମ୍ପାଦନା]୨୦୨୫ ମସିହାରେ, ସେ ଭାରତୀୟ ଜାତୀୟ ସ୍ତରର ରିଆଲିଟି ଶୋ' ଇଣ୍ଡିଆନ୍ ଆଇଡଲ୍ର ୧୬ଶ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ[୫] ଏବଂ ୨୬ ଜୁଲାଇ ୨୦୨୬ରେ ଏହାର ଫାଇନାଲ୍ ଟାଇଟଲ୍ ଜିତିଥିଲେ ।[୬] ପୂର୍ବରୁ ସେ ଇଣ୍ଡିଆନ୍ ଆଇଡଲ୍ ଜୁନିଅର୍ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ୨୬ତମ ସ୍ଥାନରେ ଥିଲେ ।[୪]
ଆଧାର
[ସମ୍ପାଦନା]- ↑ Sahu, Diana (2025-11-02). "Song of solace: Jyotirmayee Nayak helps cancer patients through music therapy". The New Indian Express (in ଇଂରାଜୀ). Retrieved 2026-07-27.
- ↑ Ollo, Philip (2026-02-12). "Jyotirmayee Nayak Biography: Singer, Music Therapist & Idol". Ollo (in ଆମେରିକୀୟ ଇଂରାଜୀ). Retrieved 2026-07-27.
- ↑ "Odia Singer Jyotirmayi Biography, News, Photos, Videos". nettv4u (in ଇଂରାଜୀ). Retrieved 2026-07-27.
- 1 2 Network, Post News (2018-11-08). "She just loves music - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2026-07-27.
- ↑ histabug (2026-02-12). "Who is Jyotirmayee Nayak? Biography, Age, Songs". Histabug (in ଆମେରିକୀୟ ଇଂରାଜୀ). Retrieved 2026-07-27.
- ↑ "Indian Idol Season 16 Winner: Jyotirmayee Nayak lifts the trophy; Tanishk Shukla takes the second spot". The Times of India. 2026-07-26. ISSN 0971-8257. Retrieved 2026-07-27.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟୋତିର୍ମୟୀ ନାୟକ
- ୟୁ-ଟବ୍ରେ ଭିଡିଓ