Jump to content

ଜ୍ଞାନ-ବିଜ୍ଞାନ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ଉଇକିପିଡ଼ିଆ‌ରୁ
An 1830 CE painting depicting Arjuna, on the chariot, paying obeisance to Krisha, the charioteer.
କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ

ଜ୍ଞାନ-ବିଜ୍ଞାନ ଯୋଗ (ସଂସ୍କୃତ: ज्ञानविज्ञानयोग, ରୋମାନ ରୂପାନ୍ତର: Jñānavijñānayōga) ହେଉଛି ଶ୍ରୀମଦ ଭଗବତ ଗୀତାର ଅଠରଟି ଅଧ୍ୟାୟର ମଧ୍ୟରୁ ସପ୍ତମ ଅଧ୍ୟାୟ । ଏହି ଅଧ୍ୟାୟରେ ମୋଟ ତିରିଶି (୩୦)ଟି ଶ୍ଲୋକ ରହିଛି । ଏହା ମହାଭାରତର ଷଷ୍ଠ ପର୍ବ “ଭୀଷ୍ମ ପର୍ବ” ମଧ୍ୟରେ ଥିବା ଏକତ୍ରିଶମତମ (୩୧ତମ) ଅଧ୍ୟାୟ ଅଟେ ।[]

ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।

ମୂଳ ଭଗବଦ୍‌ ଗୀତାରେ କୌଣସି ଅଧ୍ୟାୟ ଶିରୋନାମ (chapter title) ନ ଥିଲା । କିନ୍ତୁ ପରେ କିଛି ସଂସ୍କୃତ ସଂସ୍କରଣରେ ଯେଉଁଠି ଗୀତାକୁ ମହାଭାରତରୁ ଅଲଗା କରି ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ପ୍ରସ୍ତୁତ କରାଗଲା, ସେଠାରେ ଏହି ଅଧ୍ୟାୟଗୁଡିକୁ ଶିରୋନାମ ଦିଆଯାଇଛି । ଉଦାହରଣସ୍ୱରୂପ, ସ୍ୱାମୀ ଚିଦ୍‌ଭବାନନ୍ଦ ପ୍ରତ୍ୟେକ ଅଧ୍ୟାୟକୁ ଏକ ସ୍ୱତନ୍ତ୍ର ଯୋଗ ଭାବେ ବର୍ଣ୍ଣନା କରିଛନ୍ତି, କାରଣ ପ୍ରତ୍ୟେକ ଅଧ୍ୟାୟ ଯୋଗର ଭଳି ମନ ଓ ଶରୀରକୁ ଶିକ୍ଷିତ କରେ । ସେ ସପ୍ତମ ଅଧ୍ୟାୟକୁ ଜ୍ଞାନ ବିଜ୍ଞାନ ଯୋଗ ବୋଲି ନାମ ଦେଇଛନ୍ତି ।[]

ଜ୍ଞାନ ବିଜ୍ଞାନ ଯୋଗରେ ଥିବା ମୋଟ ୩୦ଟି ଶ୍ଲୋକ ରହିଛି, ଯେଉଁଥିରେ କୃଷ୍ଣ ଓ ଅର୍ଜୁନ, କୁରୁକ୍ଷେତ୍ର ଯୁଦ୍ଧରେ ଅଂଶଗ୍ରହଣ କରୁଥିବା ଦୁଇଜଣ ବୀରଙ୍କ ମଧ୍ୟରେ ସଂଭାଷଣ ହୋଇଛି । ଏହି ଅଧ୍ୟାୟର ଶିକ୍ଷାରେ ଭଗବାନଙ୍କ ପ୍ରତି ଭକ୍ତି ଓ ସମର୍ପଣର ମହତ୍ତ୍ୱକୁ ଜୋର ଦିଆଯାଇଛି ।[]

ଏହି ସପ୍ତମ ଅଧ୍ୟାୟରେ କୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି କିପରି ମନକୁ ଭଗବାନଙ୍କ ନିକଟରେ କେନ୍ଦ୍ରିତ କରିହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଅତ୍ୟନ୍ତ କମ୍‌ ଲୋକେ ଏହି ସମ୍ପୂର୍ଣ୍ଣତା ଓ ମୋକ୍ଷର ପଥକୁ ସଫଳତାର ସହିତ ଅନୁସରଣ କରିପାରନ୍ତି । କୃଷ୍ଣ କହିଛନ୍ତି ଯେ ମାନବମାନେ ଚାରି ପ୍ରକାର ଭାବରେ ଭଗବାନଙ୍କୁ ନିକଟରେ ଆସନ୍ତି (୧) ଯେମାନେ କଷ୍ଟରେ ଅଛନ୍ତି,(୨) ଯେମାନେ ଜ୍ଞାନ ଖୋଜୁଛନ୍ତି,(୩) ଯେଉଁମାନେ ଧନ–ସମୃଦ୍ଧି ଚାହୁଁଛନ୍ତି, ଏବଂ(୪) ଯେମାନେ ସତ୍‌ଗୁଣୀ ଓ ଉଦାତ୍ତ ହୃଦୟର ଅଟନ୍ତି ।ଏହି ଚାରିଜଣ ମଧ୍ୟରୁ ସତ୍‌ଗୁଣୀ ଓ ଉଚ୍ଚ ଚିତ୍ତ ଧାରଣ କରିଥିବାଙ୍କୁ ବ୍ୟକ୍ତି ସର୍ବାଧିକ ମହାନ ମନେ କରାଯାଏ, କାରଣ ସେମାନେ ଫଳାଶା ରହିତ ଭାବରେ ଭଗବାନଙ୍କୁ ଭକ୍ତିଭାବେ ସମର୍ପିତ ହୋଇଥାନ୍ତି; ଯେଉଁଠାରେ ଅନ୍ୟମାନେ ତଥାପି ଫଳ ଓ ଦୟାର ଆଶା କରିଥାନ୍ତି ।

ଏହି ଅଧ୍ୟାୟରେ କୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ଅଳ୍ପ ବୁଦ୍ଧିମାନ ଲୋକମାନେ ଦେବତାମାନଙ୍କୁ ପୂଜା କରନ୍ତି ଓ ଭାବନ୍ତି ଯେ ତାଙ୍କ ଫଳ ସେହି ଦେବତା ଦେଇଛନ୍ତି । କିନ୍ତୁ ବାସ୍ତବରେ ଦେବତାମାନେ ମାତ୍ର ମାଧ୍ୟମ; ସେମାନେ ସର୍ବଶକ୍ତିମାନଙ୍କ ଇଚ୍ଛା ବିନା କୌଣସି ଦିବ୍ୟ ଆଶୀର୍ବାଦ ଦେଇପାରନ୍ତି ନାହିଁ ।

ତଥାପି, ଦେବତାପୂଜା ନିଷିଦ୍ଧ ନୁହେଁ; ଭକ୍ତି ଓ ସମର୍ପଣର ମାପକୁ ଅନୁସରି ଭକ୍ତମାନେ ତାହାର ଉଚିତ ଫଳ ପାଆନ୍ତି । ଭଗବଦ୍ ଗୀତା ଏଥିରେ କହିଛି ଯେ ଦେବତାମାନଙ୍କ ଦ୍ୱାରା ଦିଆଯାଇଥିବା ଅନୁଗ୍ରହ ସାଧାରଣତଃ ଅସ୍ଥାୟୀ କିମ୍ବା ପାର୍ଥିବ (ଭୌତିକ) ହୋଇଥାଏ । ସେହିପରି, ମାନବଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହେଉଛି ଭଗବାନଙ୍କ ସହିତ ଏକ ହୋଇଯିବା; ଯାହା ହିନ୍ଦୁ ଧର୍ମର ପରମ ଲକ୍ଷ୍ୟ ଓ ମୋକ୍ଷର ପଥ ।

  1. "Aristotle, Plato and Bhagvad Gita on the "Soul" In the Light Primarily of On the Soul, Phaedo and the Second Chapter of Bhagvad Gita | WorldCat.org". search.worldcat.org (in ଇଂରାଜୀ). Retrieved 2025-11-02.
  2. Chidbhavananda 1997, p. 33
  3. "Chapter 7: Jñāna Vijñāna Yog - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-11-02.