ଜୁରାୟ ଭାଷା
| ଜୁରାୟ | |
|---|---|
| ଜୁରାୟ | |
୨୦୧୯ରେ ଜୁରାୟ ଭାଷାରେ ଜଣେ ମାତୃଭାଷୀ ଆଧାରର ବ୍ୟବହାର ଏବଂ ସାର୍ବଜନୀନ ସୂଚନା ଉପଲବ୍ଧତା ବାବଦରେ ଆଲୋଚନା କରୁଛନ୍ତି | |
| ଉଚ୍ଚାରଣ | pronounced [ˈdʒuɾaj] ⓘ(ଜୁରାୟ) |
| ମାତୃଭାଷା ଅଞ୍ଚଳ | ଭାରତ |
| ଅଞ୍ଚଳ | ଓଡ଼ିଶା |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।e25 |
Austroasiatic
| |
| ଭାଷା କୋଡ୍ | |
| ISO ୬୩୯-୩ | juy |
| ଗ୍ଲୋଟୋଲୋଗ | jura1242 |
ଜୁରାୟ (Juray pronunciation: [ˈdʒuɾaj] ⓘ) ଏକଭାରତୀୟ ମୁଣ୍ଡା ଭାଷା ଓ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ କଥିତ । ଏହା ସଉରାର ଅତି ନିକଟତର ହୋଇଥିବାରୁ ଗ୍ରେଗରୀ ଆଣ୍ଡରସନ୍ (୨୦୦୮:୨୯୯) ଜୁରାୟକୁ ଏକ ସଉରା ଉପଭାଷା ବୋଲି ବିବେଚନା କରନ୍ତି । ବର୍ତ୍ତମାନ ଏହା ଗୁରୁତର ବିପଦମୁଖରେ ।
ସ୍ଥିତି
[ସମ୍ପାଦନା]ଜୁରାୟ ଏକ ଜଟିଳ ଆନ୍ତଃସଂଲଗ୍ନ ଭାଷାଗତ କ୍ରମର ନିମ୍ନରେ ରହିଛି । ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଜୁରାୟକୁ ସଉରାର ବିଭିନ୍ନ ଉପଭାଷା ତୁଳନାରେ କମ ସମ୍ମାନଜନକ ବୋଲି ବିବେଚନା କରାଯାଉଥିବା ବେଳେ ସହରାଞ୍ଚଳରେ ସଉରାକୁ ଓଡ଼ିଆ ଏବଂ ତେଲୁଗୁ ତୁଳନାରେ କମ ବୋଲି ବିବେଚନା କରାଯାଏ । ଏଣୁ ଏହି ଭାଷାଗୁଡ଼ିକର ବକ୍ତାମାନେ ସେଗୁଡ଼ିକୁ ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ପ୍ରସାର କରିବାରୁ ବିମୁଖ । ଫଳରେ ଏହି ଭାଷାସବୁ ବିପଦଗ୍ରସ୍ତ । କେତେକ ଅଞ୍ଚଳରେ ଏହି ସମ୍ପ୍ରଦାୟ ସମ୍ପୂର୍ଣ୍ଣ ଭାବେ ଜୁରାୟ କହିବା ବନ୍ଦ କରି ସ୍ଥାନୀୟ ଓଡ଼ିଆ ଉପଭାଷା କହିବା ଆରମ୍ଭ କରିଛନ୍ତି ।
ଏହି ଭାଷାଗତ ବିପଦ ସକାଶେ ଅଧିକାଂଶ ଭାଷାର ମୌଳିକ ଶବ୍ଦଭାଣ୍ଡାର ଓଡ଼ିଆ ଶବ୍ଦ ଦ୍ୱାରା ବଦଳିଯାଇଛି।[୧]
ଆଧାର
[ସମ୍ପାଦନା]- ↑ Anderson, Gregory; Gomango, Opino. "On the current status and state of Juray in the Sora-Juray cluster". FEL 20: 103–109.
ଅଧିକ ପଠନ
[ସମ୍ପାଦନା]- Anderson, Gregory D.S (ed). 2008. The Munda languages. Routledge Language Family Series 3.New York: Routledge. ISBN 0-415-32890-XISBN 0-415-32890-X.
- Bapuji, Mendem; Gamango, Opino; Krishna, P. Phani (2025). "Juray: An Endangered Variety of the Sora Group of Lects". In Dash, Niladri Sekhar Dash; Arulmozi, S.; Ramesh, N. (eds.). Handbook on Endangered South Asian and Southeast Asian Languages. Springer Nature. pp. 173–209. doi:10.1007/978-3-031-80752-7_9. ISBN 978-303-180-751-0.
ବାହାର ଲିଙ୍କ
[ସମ୍ପାଦନା]
Media related to ଜୁରାୟ ଭାଷା at Wikimedia Commonsଛାଞ୍ଚ:Austro-Asiatic languagesଛାଞ୍ଚ:Munda languages