Jump to content

ଜୀବିତା ରାଜଶେଖର

ଉଇକିପିଡ଼ିଆ‌ରୁ
ଜୀବିତା ରାଜଶେଖର
୨୦୧୫ ମସିହାରେ ଜୀବିତା
ଜନ୍ମ (1966-05-24) ୨୪ ମଇ ୧୯୬୬ (ବୟସ ୫୯)
ବୃତ୍ତିସମୂହ
  • ଅଭିନେତ୍ରୀ
  • ନିର୍ଦ୍ଦେଶିକା
  • ପ୍ରଯୋଜିକା
ସକ୍ରିୟ ବର୍ଷ୧୯୮୪–୧୯୯୦, ୨୦୨୪–ଏବେଯାଏଁ (ଅଭିନେତ୍ରୀ);
୨୦୦୨–ଏବେଯାଏଁ (ପ୍ରଯୋଜିକା ଓ ନିର୍ଦ୍ଦେଶିକା)
ବୈବାହିକ-ସାଥୀରାଜଶେଖର (ଅଭିନେତା)
ସନ୍ତାନଶିବାନୀ ରାଜଶେଖର
ଶିବତ୍ମିକା ରାଜଶେଖର

ଜୀବିତା ରାଜଶେଖର ଜଣେ ଭାରତୀୟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା । ସେ ମୁଖ୍ୟତଃ ତାମିଲ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।

ଜୀବୀତା ୧୯୮୪ ମସିହାରେ ଟି. ରାଜେନ୍ଦ୍ରଙ୍କ ଉରବାଇ କାଥା କିଲି ଜରିଆରେ ତାମିଲ କଥାଚିତ୍ର ଜଗତେରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଅଳ୍ପ କିଛି ଦିନରେ ମଧ୍ୟରେ ଶିବକୁମାର, ବିଜୟକାନ୍ତ, କାର୍ତ୍ତିକ, ସୁରେଶ ଓ ସତ୍ୟରାଜଙ୍କ ଭଳି ତତ୍କାଳୀନ ଜଣାଶୁଣା ନାୟକଙ୍କ ସହିତ ଅଭିନୟ କରିଥିଲେ ।[] ସେ ୬ ବର୍ଷରେ ପାଖାପାଖି ଚାଳିଶଟି କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ କାମ କରୁଥିବା ଅଭିନେତା ରାଜଶେଖରଙ୍କୁ ବିବାହ କରିବା ପରେ ୧୯୯୧ ମସିହାରେ ଅଭିନୟ ଜଗତ ଛାଡ଼ି ଦେଇଥିଲେ । ତାମିଲରେ ଜୀବିତାଙ୍କ ଶେଷ କଥାଚିତ୍ର ଥିଲା ଭାଲାଇକାପୁ (୧୯୮୮) । ଶେଷ ଥର ପାଇଁ ସେ ୧୯୯୦ ମସିହାରେ ତାଙ୍କ ସ୍ୱାମୀ ରାଜଶେଖରଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାଗାଡ଼ୁରେ ଅଭିନେତ୍ରୀ ଭାବରେ କାମ କରିଥିଲେ ।[]

ଶେଷୁ କଥାଚିତ୍ର ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।[] ପରବର୍ତ୍ତୀ ସମୟରେ, ସେ ଇବାଦୈତେ ନାକେଣ୍ଟି (୨୦୦୭), ସତ୍ୟମେବ ଜୟତେ (୨୦୦୯), ମହାନକାଳୀ (୨୦୧୩) ଓ ଶେକର (୨୦୨୨) ସମେତ କେତେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[][][][][] ତେତେଶି ବର୍ଷର ବ୍ୟବଧାନ ପରେ, ସେ ଲାଲ ସଲାମ କଥାଚିତ୍ର ଜରିଆରେ ପୁଣିଥରେ ପରଦାରେ ଅଭିନୟ କରିଥିଲେ ।[]

  1. "Famous 80s actress teams up with Superstar Rajinikanth for the first time?". 10 November 2022. Archived from the original on 25 December 2024. Retrieved 23 January 2025 via indiaglitz.
  2. "I've never done a film with Rajini sir; I'm glad it's happening at last: Jeevitha Rajasekhar". 3 March 2023 via timesofindia.
  3. "Jeevitha Rajsekhar interview". 3 March 2023 via The Economic Times - The Times of India.
  4. "Yevadaithe Naakenti". 2007. Archived from the original on 2024-12-25. Retrieved 2025-01-23 via The Economic Times - The Times of India.
  5. "Yevadaithe Naakenti". 2007. Archived from the original on 2024-12-25. Retrieved 2025-01-23 via The Times of India.
  6. "Satyameva Jayate: The burden of truth". 20 March 2009 via bangaloremirror.indiatimes.
  7. "Mahankali Review". 9 March 2013. Archived from the original on 26 December 2024. Retrieved 23 January 2025 via indiaglitz.
  8. "'Shekar' will touch every heart: Director Jeevitha Rajasekhar". 5 May 2022. Archived from the original on 27 December 2024. Retrieved 23 January 2025 via indiaglitz.
  9. "THIS actress to make her Kollywood comeback after 33 years with 'Lal Salaam'". 2 March 2023 via indiaglitz.

ବାହାର ଲିଙ୍କ୍

[ସମ୍ପାଦନା]