Jump to content

ଜୀବିତା ରାଜଶେଖର

ଉଇକିପିଡ଼ିଆ‌ରୁ
ଜୀବିତା ରାଜଶେଖର
୨୦୧୫ ମସିହାରେ ଜୀବିତା
ଜନ୍ମ (1966-05-24) ୨୪ ମଇ ୧୯୬୬ (ବୟସ ୫୮)
ବୃତ୍ତିସମୂହ
  • ଅଭିନେତ୍ରୀ
  • ନିର୍ଦ୍ଦେଶିକା
  • ପ୍ରଯୋଜିକା
ସକ୍ରିୟ ବର୍ଷ୧୯୮୪–୧୯୯୦, ୨୦୨୪–ଏବେଯାଏଁ (ଅଭିନେତ୍ରୀ);
୨୦୦୨–ଏବେଯାଏଁ (ପ୍ରଯୋଜିକା ଓ ନିର୍ଦ୍ଦେଶିକା)
ବୈବାହିକ-ସାଥୀରାଜଶେଖର (ଅଭିନେତା)
ସନ୍ତାନଶିବାନୀ ରାଜଶେଖର
ଶିବତ୍ମିକା ରାଜଶେଖର

ଜୀବିତା ରାଜଶେଖର ଜଣେ ଭାରତୀୟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା । ସେ ମୁଖ୍ୟତଃ ତାମିଲ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।

ଜୀବୀତା ୧୯୮୪ ମସିହାରେ ଟି. ରାଜେନ୍ଦ୍ରଙ୍କ ଉରବାଇ କାଥା କିଲି ଜରିଆରେ ତାମିଲ କଥାଚିତ୍ର ଜଗତେରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଅଳ୍ପ କିଛି ଦିନରେ ମଧ୍ୟରେ ଶିବକୁମାର, ବିଜୟକାନ୍ତ, କାର୍ତ୍ତିକ, ସୁରେଶ ଓ ସତ୍ୟରାଜଙ୍କ ଭଳି ତତ୍କାଳୀନ ଜଣାଶୁଣା ନାୟକଙ୍କ ସହିତ ଅଭିନୟ କରିଥିଲେ ।[] ସେ ୬ ବର୍ଷରେ ପାଖାପାଖି ଚାଳିଶଟି କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ କାମ କରୁଥିବା ଅଭିନେତା ରାଜଶେଖରଙ୍କୁ ବିବାହ କରିବା ପରେ ୧୯୯୧ ମସିହାରେ ଅଭିନୟ ଜଗତ ଛାଡ଼ି ଦେଇଥିଲେ । ତାମିଲରେ ଜୀବିତାଙ୍କ ଶେଷ କଥାଚିତ୍ର ଥିଲା ଭାଲାଇକାପୁ (୧୯୮୮) । ଶେଷ ଥର ପାଇଁ ସେ ୧୯୯୦ ମସିହାରେ ତାଙ୍କ ସ୍ୱାମୀ ରାଜଶେଖରଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାଗାଡ଼ୁରେ ଅଭିନେତ୍ରୀ ଭାବରେ କାମ କରିଥିଲେ ।[]

ଶେଷୁ କଥାଚିତ୍ର ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।[] ପରବର୍ତ୍ତୀ ସମୟରେ, ସେ ଇବାଦୈତେ ନାକେଣ୍ଟି (୨୦୦୭), ସତ୍ୟମେବ ଜୟତେ (୨୦୦୯), ମହାନକାଳୀ (୨୦୧୩) ଓ ଶେକର (୨୦୨୨) ସମେତ କେତେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[][][][][] ତେତେଶି ବର୍ଷର ବ୍ୟବଧାନ ପରେ, ସେ ଲାଲ ସଲାମ କଥାଚିତ୍ର ଜରିଆରେ ପୁଣିଥରେ ପରଦାରେ ଅଭିନୟ କରିଥିଲେ ।[]

  1. "Famous 80s actress teams up with Superstar Rajinikanth for the first time?". 10 November 2022 – via indiaglitz.
  2. "I've never done a film with Rajini sir; I'm glad it's happening at last: Jeevitha Rajasekhar". 3 March 2023 – via timesofindia.
  3. "Jeevitha Rajsekhar interview". 3 March 2023 – via The Economic Times - The Times of India.
  4. "Yevadaithe Naakenti". 2007 – via The Economic Times - The Times of India.
  5. "Yevadaithe Naakenti". 2007 – via The Times of India.
  6. "Satyameva Jayate: The burden of truth". 20 March 2009 – via bangaloremirror.indiatimes.
  7. "Mahankali Review". 9 March 2013 – via indiaglitz.
  8. "'Shekar' will touch every heart: Director Jeevitha Rajasekhar". 5 May 2022 – via indiaglitz.
  9. "THIS actress to make her Kollywood comeback after 33 years with 'Lal Salaam'". 2 March 2023 – via indiaglitz.

ବାହାର ଲିଙ୍କ୍

[ସମ୍ପାଦନା]