Jump to content

ଜୀବନ ମୋହନ ମହାପାତ୍ର

ଉଇକିପିଡ଼ିଆ‌ରୁ


ଜୀବନ ମୋହନ ମହାପାତ୍ର ( ଜନ୍ମ: ୨୪ ଏପ୍ରିଲ ୧୯୩୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ଜୀବନ ମୋହନ ମହାପାତ୍ରଙ୍କ ଜନ୍ମ ୨୪ ଏପ୍ରିଲ ୧୯୩୦ ମସିହାରେ ହୋଇଥିଲା । ସେ ୧୯୪୫ ମସିହାରେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକୁଲେଟ୍ ଶିକ୍ଷା ସମାପ୍ତ କରିଥିଲେ । ୧୯୫୦ ମସିହାରେ କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଏମ.କମ୍ ଏବଂ ଏଲ୍.ଏଲ୍.ବି. ଡିଗ୍ରୀ ଅର୍ଜନ କରିଥିଲେ ।

୧୯୫୫ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୧୯୬୦ ମସିହାରେ ନ୍ୟାୟିକ ବ୍ୟବସ୍ଥା ଓ କାର୍ଯ୍ୟକାରୀ ପ୍ରଶାସନ ଅଲଗା କରାଯିବା ପରେ, ସେ ମୁନସିଫ୍ ଭାବେ ନିଯୁକ୍ତ ହେଲେ । ୧ ମେ ୧୯୭୨ ତାରିଖରୁ ଜିଲ୍ଲା ଏବଂ ଦୌରା ବିଚାରପତି ଭାବେ ପଦୋନ୍ନତି ପାଇଲେ । ସେ ପୁରୀ, ବଲାଙ୍ଗିରରେ ଜିଲ୍ଲା ଏବଂ ଦୌରା ବିଚାରପତି , ଭୁବନେଶ୍ୱରରେ ସି.ବି.ଆଇ. ଏବଂ ଭିଜିଲାନ୍ସ ମାମଲାର ବିଚାର ନିମନ୍ତେ ନିଯୁକ୍ତ ସ୍ୱତନ୍ତ୍ର ବିଚାରପତି, ଶ୍ରମ ନ୍ୟାୟାଧିକରଣର ଅଧ୍ୟକ୍ଷ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିବନ୍ଧକ (ପ୍ରଶାସନିକ ଏବଂ ନ୍ୟାୟିକ, ଭିନ୍ନ ସମୟରେ) ଭାବେ ୧୪ ଜୁଲାଇ ୧୯୮୬ ପର୍ଯ୍ୟନ୍ତ କାମ କଲେ । ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ୍ ଗଠନ ହେବା ପରେ, ସେ ୧୫ ଜୁଲାଇ ୧୯୮୬ ତାରିଖରେ ଏହାର ସଦସ୍ୟ ଭାବେ ଯୋଗଦେଲେ ।

ସେ ୫ ଏପ୍ରିଲ ୧୯୮୯ରୁ ୨୩ ଏପ୍ରିଲ ୧୯୯୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟରତ ଥିଲେ।[]

୧୯୯୩ ମସିହାରେ ପୁରୀ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଦର୍ଶନ ବେଳେ ଦଳାଚକଟା ଘଟଣାର ଯାଞ୍ଚ ନିମନ୍ତେ ତତକାଳୀନ ଓଡ଼ିଶା ସରକାର ଏକ ଜଣକିଆ ତଦନ୍ତ କମିଶନ ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତ କରିଥିଲେ ।[][][]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-12.
  2. "Puri stampede report goes missing". telegraphindia.com. Retrieved 12 January 2025.
  3. "Panel Report on Stampede in Puri 'Missing". newindianexpress.com. Retrieved 12 January 2025.
  4. Digital, Sambad (2023-04-20). "ଶ୍ରୀମନ୍ଦିର ଫାଇଲ୍‌ ହଜିବା ଘଟଣା: କେତେ ହଜିଲେ ଚେତିବେ?". Sambad. Retrieved 2025-01-12.