Jump to content

ଜୀବନ ଜେନା

ଉଇକିପିଡ଼ିଆ‌ରୁ
ଜୀବନ ଜେନା
ଜନ୍ମ୧୯୭୦
ରତ୍ନଗିରି, ଯାଜପୁର, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିନାଟ୍ୟକାର (ଯାତ୍ରା)
ସକ୍ରିୟ ବର୍ଷ୨୦୦୦ରୁ ଏପର୍ଯ୍ୟନ୍ତ

ଜୀବନ ଜେନା ଜଣେ ଓଡ଼ିଆ ନାଟ୍ୟକାର, ଯିଏକି ୧୦୦ରୁ ଅଧିକ ଯାତ୍ରା ନାଟକ ରଚନା କରିଛନ୍ତି । ୨୦୦୦ ମସିହାରୁ ସେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କଳିଙ୍ଗ, ରାଜନନ୍ଦିନୀ, ସ୍ୱର୍ଣ୍ଣ ମହଲ, ଇଷ୍ଟର୍ଣ୍ଣ, ତୁଳସୀ ଗଣନାଟ୍ୟ, ଯାତ୍ରା ଯାଜ୍ଞସେନୀ ପାଇଁ ନାଟକ ରଚନା କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜୀବନ ଯାଜପୁର ଜିଲ୍ଲାର ରତ୍ନଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାଟ୍ୟକାର ଅନନ୍ତ ଓଝାଙ୍କ ପଦାଙ୍କ ଅନୁସରଣ କରି ସେ ନାଟକ ରଚନା ପ୍ରତି ମନ ବଳାଇଥିଲେ । ତାଙ୍କର ପ୍ରଥମ ନାଟକ 'କଣ୍ଢେଇ ସାଜିବ କନିଆଁ ରାଣୀ' ନିୟତି ଗଣନାଟ୍ୟରେ ମଞ୍ଚସ୍ଥ ହୋଇଥିଲା । ଦୁର୍ଗାଶ୍ରୀ ଗଣନାଟ୍ୟ ପାଇଁ ସର୍ବାଧିକ ୨୧ଟି ଓ ବାଣେଶ୍ବରୀ ପାଇଁ ୧୪ଟି ନାଟକ ଲେଖିଛନ୍ତି । ୧୦୦ରୁ ଉର୍ଦ୍ଧ୍ୱ ନାଟକର ସ୍ରଷ୍ଟା ଏହି ନାଟ୍ୟକାରଙ୍କ ଅଧିକାଂଶ ନାଟକରେ ତାପସ ସ୍ବାଇଁ, ହରି ସାମନ୍ତ, ବିଜୟ ଦାଶ ଆଦି ନିର୍ଦ୍ଦେଶନା ଦେଇଛନ୍ତି ।[] ଜଣେ ଅଭିନେତା ଭାବେ ଆଶୁତୋଷ ନାଟକ ବ୍ୟତୀତ ଦୂରଦର୍ଶନର କିଛି ଧାରାବାହିକରେ ନକରାତ୍ମକ ଭୂମିକାରେ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିପାରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ 'ବାଜିବଲୋ ସାହାନାଇ' ଚଳଚ୍ଚିତ୍ର ୨୦୨୩ରେ ମୁକ୍ତିଲାଭ କରିଥିଲା ।

ରଚିତ ନାଟକ

[ସମ୍ପାଦନା]
  • କଣ୍ଢେଇ ସାଜିବ କନିଆଁ ରାଣୀ
  • ମନ ବୁଝୁନି କି ଲୁହ ସରୁନି
  • କହିଦେଲେ କଥା ସରିଯିବ
  • ରାକ୍ଷୀ ଦେଇଗଲା ଆଖିର ଲୁହ
  • ଏମିତି ବନ୍ଧନ କେମିତି ହେଲା
  • ଚଣ୍ଡାଳ ହାତରେ ଗଙ୍ଗା ତୁଳସୀ
  • ଦେଢଶୁର ମୋର ଦେଢ ଈଶ୍ବର
  • ପାହାନ୍ତି ରାତିର ପାପ
  • କାହ୍ନାରେ ଆଉ କାନ୍ଦେନା