ଜିଲ୍ଲା ନ୍ୟାୟପାଳିକା, ସୋନପୁର
ସୋନପୁର ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ସୋନପୁର ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ସୋନପୁର ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]୧୭ ଜୁନ ୧୯୪୮ରୁ ବଲାଙ୍ଗିର-କଳାହାଣ୍ଡି ସଂଯୁକ୍ତ ନ୍ୟାୟପାଳିକା ବିଭାଗ ବଲାଙ୍ଗିର ମୁଖ୍ୟାଳୟରେ କାର୍ଯ୍ୟକ୍ଷମ ଥିଲା । ତେବେ 28.02.1982 ରୁ କଳାହାଣ୍ଡି ଜିଲ୍ଲା ନ୍ୟାୟପାଳିକା ବଲାଙ୍ଗିର ଜଜସିପ୍ ରୁ ପୃଥକ ହୋଇଥିଲା । ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲା ପୁନର୍ଗଠନ ଘୋଷିତ ହେବା ପରେ, ବଲାଙ୍ଗିର ଏବଂ ସୋନପୁର ଜଜସିପ୍ ମିଳିତ ଭାବେ 22.06.2012 ପର୍ଯ୍ୟନ୍ତ ଚାଲିଥିଲା ଏବଂ 23.06.2012 ରୁ ବଲାଙ୍ଗିର ଜିଲ୍ଲା ନ୍ୟାୟପାଳିକାରୁ ସୋନପୁର ଜିଲ୍ଲା ନ୍ୟାୟପାଳିକା ପୃଥକ ହୋଇଗଲା ।
ବର୍ତ୍ତମାନ ସୋନପୁର ଜିଲ୍ଲାର ଜିଲ୍ଲା ଏବଂ ସେସନ୍ସ ଜଜ, ଅଦାଲତ ସୋନପୁର ମୁଖ୍ୟାଳୟରେ କାର୍ଯ୍ୟ କରୁଛି ଏବଂ ଏହାର ପ୍ରଶାସନିକ ଅଧିକାରକ୍ଷେତ୍ର ଅନ୍ୟ ସମସ୍ତ ଅନୁଗତ ଦିୱାନୀ ଏବଂ ଫୌଜଦାରୀ ଅଦାଲତଗୁଡ଼ିକ ଯେଉଁଗୁଡ଼ିକ ସୋନପୁର, ବିନ୍କା, ତରଭା, ଡୁଙ୍ଗୁରିପଲ୍ଲୀ, ବୀରମହାରାଜପୁର ଏବଂ ରାମପୁର ଉପ-ବିଭାଗରେ କାର୍ଯ୍ୟ କରୁଛି ।[୧]
ଗଠନ
[ସମ୍ପାଦନା]ଜିଲ୍ଲା ଅଦାଲତ
[ସମ୍ପାଦନା]ସୋନପୁରରେ ସ୍ଵତନ୍ତ୍ର ଜିଲ୍ଲା ଅଦାଲତ ୨୩।୬।୨୦୧୨ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଥିଲେ ଶ୍ରୀ ନିରଞ୍ଜନ ସାହୁ । ପରବର୍ତ୍ତୀ ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।
କ୍ରମିକ
ସଂଖ୍ୟା |
ଜିଲ୍ଲା ଜଜ ମାନଙ୍କ ନାମ | ସେବା ଅବଧି | |
---|---|---|---|
ଠାରୁ | ପର୍ଯ୍ୟନ୍ତ | ||
୧ | ଶ୍ରୀ ନିରଞ୍ଜନ ସାହୁ | ୨୩।୬।୨୦୧୨ | ୯।୭।୨୦୧୩ |
୨ | ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର | ୧୭।୭।୨୦୧୩ | ୩୦।୯।୨୦୧୫ |
୩ | ମିସ୍ ପ୍ରତିମା ପଣ୍ଡା | ୧।୧୦।୨୦୧୫ | ୧୧।୮।୨୦୧୬ |
୪ | ଶ୍ରୀ ସୁରେନ୍ଦ୍ର କୁମାର ପାଣି | ୧୨।୮।୨୦୧୬ | ୩୦।୧୧।୨୦୧୭ |
୫ | ମିସ୍ ପ୍ରତିମା ପଣ୍ଡା | ୧।୧୨।୨୦୧୭ | ୧୧।୬।୨୦୧୮ |
୬ | ଶ୍ରୀ ରାଜ କୁମାର ସାହୁ | ୧୮।୬।୨୦୧୮ | ୨୨।୧୧।୨୦୧୯ |
୭ | ଶ୍ରୀ ଅରୁଣ କୁମାର ମଲ୍ଲିକ | ୨୭।୧୧।୨୦୧୯ | ୩।୧୧।୨୦୨୧ |
୮ | ଶ୍ରୀ ହିରଣ୍ମୟ ବିଷୋୟୀ | ୮।୧୧।୨୦୨୧ | ୧୮।୭।୨୦୨୨ |
୯ | ଶ୍ରୀ ରଶ୍ମୀ ମୋହନ ଆଚାର୍ଯ୍ୟ | ୨୦୨୨ |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ପରିବାର ଅଦାଲତ, ସୋନପୁର
- ଅତିରିକ୍ତ ଜିଲ୍ଲା ବିଚାରପତି, ସୋନପୁର
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ସୋନପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ସୋନପୁର
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ସୋନପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ସୋନପୁର
- ରେଜିଷ୍ଟ୍ରାର ତଥା ଅତିରିକ୍ତ ଦେୱାନୀ ଅଦାଲତ, ସୋନପୁର
- ୧ମ- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସୋନପୁର
- ୨ୟ- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସୋନପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା- ସହକାରୀ ସେସନ ଜଜ, ବୀରମହାରାଜପୁର
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ବୀରମହାରାଜପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ରାମପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ରାମପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବିନ୍କା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ତରଭା
- ଗ୍ରାମ ନ୍ୟାୟାଳୟ, ଡୁଙ୍ଗୁରିପାଲ୍ଲୀ
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୋନପୁର
- ଜିଲ୍ଲା ବାର ଆସୋସିଏସନ, ସୋନପୁର
- ଫ୍ରଣ୍ଟ ଅଫିସ୍, ସୋନପୁର
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "DISTRICT COURT, SONEPUR | EQUAL JUSTICE UNDER LAW | India". sonepur.dcourts.gov.in. Archived from the original on 12 February 2025. Retrieved 12 February 2025.