Jump to content

ଜିଲ୍ଲା ନ୍ୟାୟପାଳିକା, ରାୟଗଡ଼

ଉଇକିପିଡ଼ିଆ‌ରୁ
District Court Complex, Rayagada
ଜିଲ୍ଲା ଅଦାଲତ ପରିସର, ରାୟଗଡ଼

ରାୟଗଡ଼ ଜିଲ୍ଲାଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଏହାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ ।[]

ଇତିହାସ

[ସମ୍ପାଦନା]

ରାୟଗଡ଼ ଜିଲ୍ଲା ନ୍ୟାୟପାଳିକା ସ୍ଵତନ୍ତ୍ର ଜିଲ୍ଲା ନ୍ୟାୟପାଳିକା ଘୋଷଣା ହେବା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ନ୍ୟାୟପାଳିକା ଅଧିନରେ ଥିଲା ଯାହାର ମୁଖ୍ୟାଳୟ ଜୟପୁର ସହରରେ ଅବସ୍ଥିତ । ୧୯୯୨ରେ ଓଡ଼ିଶାର ଜିଲ୍ଲା ପୁନର୍ଗଠନ ହେବା ପରେ ନୂତନ ରେଭେନ୍ୟୁ ଜିଲ୍ଲା ସବୁ କାର୍ଯ୍ୟକ୍ଷମ ହେଲେ ମଧ୍ୟ ନ୍ୟାୟିକ ଜିଲ୍ଲା ପ୍ରଶାସନିକ ସ୍ତରରେ ଅଲଗା ହୋଇ ନ ଥିଲା । ତେବେ ବହୁ ଵିଳମ୍ବରେ ମୂଳ କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଅନ୍ୟ ତିନୋଟି ନ୍ୟାୟିକ ଜିଲ୍ଲା କାର୍ଯ୍ୟକ୍ଷମ ହେଲା । ୦୭.୦୭.୨୦୧୨ ତାରିଖରୁ ଏହା ମୂଳ କୋରାପୁଟ ଜିଲା ନ୍ୟାୟପାଳିକାରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବା ଆରମ୍ଭ କଲା । ଏହା ଓଡିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍‌ ବିଶ୍ଵନାଥ ମହାପାତ୍ର ଏବଂ ଜଷ୍ଟିସ୍‌ ବୀର କିଶୋର ମିଶ୍ର ଙ୍କ ଦ୍ଵାରା ତାତ୍କାଳିକ କୋରାପୁଟ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଅଜିତ କୁମାର ପଟ୍ଟନାୟକ ଏବଂ ରାୟଗଡ଼ର ପ୍ରଥମ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଶରତ୍‌ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା ।

ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ରାୟଗଡ଼ ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ରାୟଗଡ଼ ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।

ଅଦାଲତସମୂହ

[ସମ୍ପାଦନା]

ଜିଲ୍ଲା ଅଦାଲତ

[ସମ୍ପାଦନା]

ରାୟଗଡରେ ସ୍ଵତନ୍ତ୍ର ଜିଲ୍ଲା ଅଦାଲତ ୭।୭।୨୦୧୨ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଥିଲେ ଶ୍ରୀ ଶରତ ଚନ୍ଦ୍ର ମିଶ୍ର । ପରବର୍ତ୍ତୀ ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।

ଜିଲ୍ଲା ବିଚାରପତିମାନଙ୍କ ତାଲିକା[]
କ୍ରମିକ

ସଂଖ୍ୟା

ନାମ ସେବା ପରିଧି
ଠାରୁ ପର୍ଯ୍ୟନ୍ତ
ଶ୍ରୀ ଶରତ ଚନ୍ଦ୍ର ମିଶ୍ର ୭।୭।୨୦୧୨ ୨୪।୩।୨୦୧୪
ଜନାବ ମହମ୍ମଦ ଅଜମଲ ୨।୪।୨୦୧୪ ୩୦।୭।୨୦୧୬
ଶ୍ରୀ ବିଶ୍ଵଜିତ ଦାସ ୯।୮।୨୦୧୬ ୧୬।୧।୨୦୧୯
ଶ୍ରୀ ସୋମଶେଖର ଜେନା ୧୭।୧।୨୦୧୯ ୧୪।୧।୨୦୨୦
ଶ୍ରୀ ଚିତ୍ତରଞ୍ଜନ ଦାଶ

(ପରବର୍ତ୍ତୀ ସମୟରେ ଶ୍ରୀ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଭାବେ ଅବସ୍ଥାପିତ ହେଲେ)[]

୨୦।୧।୨୦୨୦ ୮।୩।୨୦୨୧
ଶ୍ରୀ ମଳୟରଞ୍ଜନ ଦାସ ୧୫।୩।୨୦୨୧ ୬।୮।୨୦୨୧
ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ୧୧।୮।୨୦୨୧ ୧୩।୫।୨୦୨୩
ଶ୍ରୀ ସତ୍ୟ ନାରାୟଣ ଷଡ଼ଙ୍ଗୀ ୨୦୨୩

ଅନ୍ୟାନ୍ୟ ଅଦାଲତ

[ସମ୍ପାଦନା]
  1. ପରିବାର ଅଦାଲତ, ରାୟଗଡ଼
  2. ଅତିରିକ୍ତ ଜିଲ୍ଲା ଅଦାଲତ, ରାୟଗଡ଼
  3. ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, ରାୟଗଡ଼
  4. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ରାୟଗଡ଼
  5. ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା କିଶୋର ନ୍ୟାୟ ବୋର୍ଡ, ରାୟଗଡ଼
  6. ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା)ଙ୍କ ଅଦାଲତ, ରାୟଗଡ଼
  7. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ରାୟଗଡ଼
  8. ଗ୍ରାମ ନ୍ୟାୟାଳୟ,କୋଲନରା
  9. ରେଜିଷ୍ଟ୍ରାର ତଥା ସ୍ଵତନ୍ତ୍ର ଟ୍ରାକ ଅଦାଲତ, ରାୟଗଡ଼
  10. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ରାୟଗଡ଼
  11. ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ, ବିଷମକଟକ[]
  12. ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ), ବିଷମକଟକ
  13. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବିଷମକଟକ
  14. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କାଶୀପୁର
  15. ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ, ଗୁଣୁପୁର
  16. ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ), ଗୁଣୁପୁର
  17. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଗୁଣୁପୁର
  18. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ,ଗୁଣୁପୁର
  19. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ପଦ୍ମପୁର
  20. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ମୁନିଗୁଡା

ଭାଗିଦାରୀ ସଂସ୍ଥାନ

[ସମ୍ପାଦନା]
  1. ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ
  2. ଜିଲ୍ଲା ବାର ଆସୋସିଏସନ, ରାୟଗଡ
  3. ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ, ରାୟଗଡ
  4. ତାଲୁକ ଆଇନ ସେବା ପ୍ରାଧିକରଣ, ଗୁଣୁପୁର
  5. ତାଲୁକ ଆଇନ ସେବା ପ୍ରାଧିକରଣ, ବିଷମକଟକ
  6. ତାଲୁକ ଆଇନ ସେବା ପ୍ରାଧିକରଣ, କାଶୀପୁର
  7. ଫ୍ରଣ୍ଟ ଅଫିସ୍‌, ରାୟଗଡ଼
  1. "District Court, Rayagada | India" (in ଆମେରିକୀୟ ଇଂରାଜୀ). Retrieved 2025-02-08.
  2. "Former Judges | District Court, Rayagada | India" (in ଆମେରିକୀୟ ଇଂରାଜୀ). Retrieved 2025-02-08.
  3. Bureau, O. B. (2022-08-13). "Gourishankar Satapathy, Chittaranjan Dash Appointed Orissa High Court Judges". Odisha Bytes (in ବ୍ରିଟିଶ୍‌ ଇଂରାଜୀ). Retrieved 2025-03-31.
  4. HIGH COURT OF ORISSA (2025-01-08), Inauguration of 03 New A.D.J. Courts at Chandikhole, Pattamundai & Bissamcuttack, retrieved 2025-02-08