ଜିଲ୍ଲା ନ୍ୟାୟପାଳିକା, ମାଲକାନଗିରି

ମାଲକାନଗିରି ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଏହାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ ।[୧]
ଇତିହାସ
[ସମ୍ପାଦନା]ମାଲକାନଗିରି ଜିଲ୍ଲା ନ୍ୟାୟପାଳିକା ସ୍ଵତନ୍ତ୍ର ଜିଲ୍ଲା ନ୍ୟାୟପାଳିକା ଘୋଷଣା ହେବା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ନ୍ୟାୟପାଳିକା ଅଧିନରେ ଥିଲା ଯାହାର ମୁଖ୍ୟାଳୟ ଜୟପୁର ସହରରେ ଅବସ୍ଥିତ । ୧୯୯୨ରେ ଓଡ଼ିଶାର ଜିଲ୍ଲା ପୁନର୍ଗଠନ ହେବା ପରେ ନୂତନ ରାଜସ୍ଵ ଜିଲ୍ଲା ସବୁ କାର୍ଯ୍ୟକ୍ଷମ ହେଲେ ମଧ୍ୟ ନ୍ୟାୟିକ ଜିଲ୍ଲା ପ୍ରଶାସନିକ ସ୍ତରରେ ଅଲଗା ହୋଇ ନ ଥିଲା । ତେବେ ବହୁ ଵିଳମ୍ବରେ ମୂଳ କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଅନ୍ୟ ତିନୋଟି ନ୍ୟାୟିକ ଜିଲ୍ଲା କାର୍ଯ୍ୟକ୍ଷମ ହେଲା । ମାଲକାନଗିରି ଜିଲ୍ଲା ନ୍ୟାୟପାଳିକା ୨୦.୦୪.୨୦୧୩ ତାରିଖରୁ ଏହା ମୂଳ କୋରାପୁଟ ଜିଲା ନ୍ୟାୟପାଳିକାରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବା ଆରମ୍ଭ କଲା । ଏହା ଓଡିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ବୀର କିଶୋର ମିଶ୍ର ଙ୍କ ଦ୍ଵାରା ତାତ୍କାଳିକ କୋରାପୁଟ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଅଜିତ କୁମାର ପଟ୍ଟନାୟକ ଏବଂ ମାଲକାନଗିରିର ପ୍ରଥମ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା ।[୨]
ପୂର୍ବରୁ, ଜିଲ୍ଲା ନ୍ୟାୟାଳୟ ପରିସର ମାଲକାନଗିରି ରାଜସ୍ଵ ବିଭାଗ ଦ୍ୱାରା ପ୍ରଦତ୍ତ ଏକ ଭବନରେ କାର୍ଯ୍ୟ କରୁଥିଲା । ୧୦.୦୯.୨୦୨୧ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼ଃ ଏସ. ମୁରଲିଧରଙ୍କ ଦ୍ୱାରା ଏବଂ ନ୍ୟାୟାଧୀଶ ଏସ. କେ. ପାଣିଗ୍ରାହୀ, ମାଲକାନଗିରି ଜିଲ୍ଲା ନ୍ୟାୟପାଳିକାର ପ୍ରଶାସନିକ ବିଚାରପତି ଏବଂ ଅନ୍ୟାନ୍ୟ ନ୍ୟାୟାଧୀଶମାନଙ୍କ ଉପସ୍ଥିତିରେ ମାଲକାନଗିରିର ନବନିର୍ମିତ ଜିଲ୍ଲା ନ୍ୟାୟାଳୟ ଭବନର ଉଦଘାଟନ ପରେ ସମସ୍ତ ଅଦାଲତଗୁଡ଼ିକ ଏହି ନୂତନ ଜିଲ୍ଲା ନ୍ୟାୟାଳୟ ଭବନରେ କାର୍ଯ୍ୟ କରୁଅଛି ।[୩]
୨୦୨୫ ମସିହା ଅଗଷ୍ଟ ମାସସୁଦ୍ଧା ଜିଲ୍ଲା ନ୍ୟାୟାଳୟ ପରିସରରେ ସମୁଦାୟ ଆଠଗୋଟି ଅଦାଲତ କାର୍ଯ୍ୟ କରୁଅଛି । ଏହା ବ୍ୟତୀତ ସଦର ମହକୁମା ବାହାରେ ଏବଂ ଜିଲା ମଧ୍ୟରେ ଅବଶିଷ୍ଟ ନିତିଗୋଟି ସ୍ଥାନରେ ତିନୋଟି ଅଦାଲତ କାର୍ଯ୍ୟକ୍ଷମ ଅଛି ।
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ମାଲକାନଗିରି ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ମାଲକାନଗିରି ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ଥନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଅଦାଲତ ସମୂହ
[ସମ୍ପାଦନା]ଜିଲା ଅଦାଲତ
[ସମ୍ପାଦନା]ମାଲକାନଗିରିରେ ସ୍ଵତନ୍ତ୍ର ଜିଲା ଅଦାଲତ ୨୦।୪।୨୦୧୩ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଥିଲେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ପରବର୍ତ୍ତୀ ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।[୪]
| କ୍ରମିକ
ସଂଖ୍ୟା |
ନାମ | ସେବା ଅବଧି | |
|---|---|---|---|
| ଠାରୁ | ପର୍ଯ୍ୟନ୍ତ | ||
| ୧ | ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ | ୨୦।୪।୨୦୧୩ | ୨୩।୫।୨୦୧୫ |
| ୨ | ଶ୍ରୀ କୈଳାସ ଚନ୍ଦ୍ର ସ୍ଵାଇଁ | ୨୧।୯।୨୦୧୫ | ୨୮।୨।୨୦୧୭ |
| ୩ | ଶ୍ରୀ ମାନସ କୁମାର ମିଶ୍ର | ୧୭।୫।୨୦୧୭ | ୭।୨।୨୦୧୯ |
| ୪ | ଶ୍ରୀ ରୋହିତଲାଲ ପଣ୍ଡା | ୧୧।୨।୨୦୧୯ | ୩୦।୪।୨୦୨୧ |
| ୫ | ମିସ୍ ରେଖା ପ୍ରସାଦ | ୭।୬।୨୦୨୧ | ୩୧।୭।୨୦୨୨ |
| ୬ | ଶ୍ରୀମତି ଅଜନ୍ତା ଷଡ଼ଙ୍ଗୀ | ୧।୮।୨୦୨୨ | ୨୬।୧୨।୨୦୨୩ |
| ୭ | ଶ୍ରୀ ବିକ୍ରମ ପଟ୍ଟନାୟକ | ୨।୧।୨୦୨୪ | ୦୨।୭।୨୦୨୪ |
| ୮ | ଡ଼ଃ ପ୍ରସନ୍ନ କୁମାର ପଣ୍ଡା | ୫।୭।୨୦୨୪ | |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ଅତିରିକ୍ତ ଜିଲ୍ଲା ଅଦାଲତ, ମାଲକାନଗିର
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ମାଲକାନଗିରି
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ଦୌରା ବିଚାରପତି (ମହିଳା), ମାଲକାନଗିରି
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ମାଲକାନଗିରି
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ମାଲକାନଗିରି
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ (LR & LTV)
- ଗ୍ରାମ ନ୍ୟାୟାଳୟ,କୋରୁକୁଣ୍ଡା (ବର୍ତ୍ତମାନ ମାଲକାନଗିରିଠାରେ ଅସ୍ଥାୟୀ କୋଠାରେ କାର୍ଯ୍ୟ କରୁଅଛି)
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ମୋଟୁ (ଏମ୍ ଭି -୭୯)
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ମାଥିଲି
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କୁଡୁମୁଲୁଗୁମା
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି
- ଜିଲ୍ଲା ବାର ଆସୋସିଏସନ, ମାଲକାନଗିରି
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "District & Sessions Court, Malkangiri | India" (in ଆମେରିକୀୟ ଇଂରାଜୀ). Archived from the original on 2025-02-10. Retrieved 2025-02-09.
- ↑ "Malkangiri – Orissa High Court Annual Report" (in ଆମେରିକୀୟ ଇଂରାଜୀ). Retrieved 2025-08-17.
- ↑ Bureau, O. B. (2021-09-10). "New Buildings Of Odisha's Koraput & Malkangiri District Courts Inaugurated". Odisha Bytes (in ବ୍ରିଟିଶ୍ ଇଂରାଜୀ). Retrieved 2025-02-10.
- ↑ "Former Judges | District & Sessions Court, Malkangiri | India" (in ଆମେରିକୀୟ ଇଂରାଜୀ). Retrieved 2025-02-10.[permanent dead link]