Jump to content

ଜିଲ୍ଲା ନ୍ୟାୟପାଳିକା, ଭଦ୍ରକ

ଉଇକିପିଡ଼ିଆ‌ରୁ

ଭଦ୍ରକ ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ଭଦ୍ରକ ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ଭଦ୍ରକ ଜିଲ୍ଲାର ଭଦ୍ରକ ସହରରେ ଅବସ୍ଥିତ []

ଇତିହାସ

[ସମ୍ପାଦନା]

ଭଦ୍ରକରେ ମୁନ୍ସିଫ୍ ଅଦାଲତ ୧୯୦୧ ମସିହାରେ ସ୍ଥାପିତ ହୋଇଥିଲା। ୧୯୦୦ ମସିହା ପର୍ଯ୍ୟନ୍ତ ଭଦ୍ରକର ମକଦମାକାରୀ ସାଧାରଣ ଲୋକମାନେ ସିଭିଲ୍ ମାମଲାର ବିଚାର ପାଇଁ ଯାଜପୁରକୁ ଯିବାକୁ ପଡ଼ୁଥିଲା। ସି.ଜେ. (ଏସ୍‌.ଡି.) ଭଦ୍ରକ ଓ ଏ.ଡି.ଜେ., ଭଦ୍ରକ ଅଦାଲତ କ୍ରମେ ୧୯୬୬ ଓ ୧୯୮୭ ମସିହାରେ ସ୍ଥାପିତ ହୋଇଥିଲା ।

ରାଜ୍ୟରେ ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ, ୧୯୯୩ ମସିହାରେ ଭଦ୍ରକ ନାମକ ଏକ ନୂତନ ରାଜସ୍ୱ ଜିଲ୍ଲା ଗଠିତ ହେଲା। ପରବର୍ତ୍ତୀକାଳରେ, ବାଲେଶ୍ୱର ଜଜ୍‌ସିପ୍‌ରୁ ୧୮ ବର୍ଷ ପରେ ପୃଥକ ହୋଇ ୨୧.୦୫.୨୦୧୧ ତାରିଖରେ ଭଦ୍ରକ ଜିଲ୍ଲା ଓ ସେସନ୍ସ ଜଜ୍‌ଙ୍କ ଅଦାଲତ ସ୍ଥାପିତ ହୋଇଥିଲା।

ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ଭଦ୍ରକ ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ଭଦ୍ରକ ସଦର ମହକୁମା, ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ସମସ୍ତ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।

ଜିଲ୍ଲା ଅଦାଲତ

[ସମ୍ପାଦନା]

ଜିଲ୍ଲା ପୁନର୍ଗଠନ ପରେ ୨୧।୫।୨୦୧୧ ସୁଦ୍ଧା ମୂଳ ବାଲେଶ୍ୱର ଜିଲାରୁ ଭଦ୍ରକ ଜିଲ୍ଲା ନ୍ୟାୟପାଳିକା ଅଲଗା ହୋଇଗଲା । ପ୍ରାରମ୍ଭରୁ ଭଦ୍ରକ ଜିଲ୍ଲା ନ୍ୟାୟପାଳିକାର ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।[]

କ୍ରମିକ

ସଂଖ୍ୟା

ଜିଲ୍ଲା ଜଜ ମାନଙ୍କ ନାମ ସେବା ଅବଧି
ଠାରୁ ପର୍ଯ୍ୟନ୍ତ
ଶ୍ରୀ ମିହିର ରଞ୍ଜନ ପରିଡ଼ା 21/05/2011 15/07/2013
ଡ଼ଃ ସୂର୍ଯ୍ୟମଣି ମହାପାତ୍ର 17/07/2013 31/12/2015
ଶ୍ରୀ ଧୀରେନ୍ଦ୍ର କୁମାର ପଟନାୟକ 26/02/2016 28/02/2017
ଶ୍ରୀ ରତିକାନ୍ତ ମହାପାତ୍ର 19/04/2017 31/08/2017
ଶ୍ରୀ ଶୋଭନ କୁମାର ଦଶ 13/11/2017 22/11/2019
ଶ୍ରୀ ଶିଶିର କୁମାର ରଥ 27/11/2019 24/11/2021
ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ 29/11/2021 29/09/2023
ଶ୍ରୀ ସଂଗ୍ରାମ କେଶରୀ ପଟନାୟକ 03/10/2023 19/12/2025

ଅନ୍ୟାନ୍ୟ ଅଦାଲତ

[ସମ୍ପାଦନା]
  1. ପରିବାର ଅଦାଲତ, ଭଦ୍ରକ
  2. ଅତିରିକ୍ତ ଜିଲ୍ଲା ଅଦାଲତ, (FTSC),ଭଦ୍ରକ
  3. ଅତିରିକ୍ତ ଜିଲ୍ଲା ଅଦାଲତ, ଭଦ୍ରକ
  4. ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, ଭଦ୍ରକ
  5. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ଭଦ୍ରକ
  6. ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ଭଦ୍ରକ
  7. ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା-ରେଜିଷ୍ଟ୍ରାରଙ୍କ ଅଦାଲତ, ଭଦ୍ରକ
  8. ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ଭଦ୍ରକ
  9. ଅତିରିକ୍ତ ଦେୱାନି ଅଦାଲତ (କନିଷ୍ଠ ବିଭାଗ), ଭଦ୍ରକ
  10. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଭଦ୍ରକ
  11. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ-୧ (ସଜ୍ଞାନ ନେବା ଅଧିକାର), ଭଦ୍ରକ
  12. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ-୨ (ସଜ୍ଞାନ ନେବା ଅଧିକାର), ଭଦ୍ରକ
  13. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ଭଦ୍ରକ
  14. ଗ୍ରାମ ନ୍ୟାୟାଳୟ,ଧାମନଗର
  15. ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା-ଏ ଏସ୍‌ ଜେଙ୍କ ଅଦାଲତ, ବାସୁଦେବପୁର
  16. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବାସୁଦେବପୁର
  17. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଧାମନଗର

ଭାଗିଦାରୀ ସଂସ୍ଥାନ

[ସମ୍ପାଦନା]
  1. ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ
  2. ଜିଲ୍ଲା ବାର ଆସୋସିଏସନ, ଭଦ୍ରକ
  3. ଫ୍ରଣ୍ଟ ଅଫିସ୍‌, ଭଦ୍ରକ
  1. "District & Sessions Judge Court, Bhadrak | India". bhadrak.dcourts.gov.in (in ଆମେରିକୀୟ ଇଂରାଜୀ). Archived from the original on 2025-04-18. Retrieved 2025-12-24.
  2. "Former Judges". bhadrak.dcourts.gov.in/. Retrieved 24 December 2025.[permanent dead link]