ଜିଲ୍ଲା ନ୍ୟାୟପାଳିକା, ବୌଦ୍ଧ
ବୌଦ୍ଧ ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ବୌଦ୍ଧ ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ବୌଦ୍ଧଜିଲ୍ଲା ର ବୌଦ୍ଧ ସହରରେ ଅବସ୍ଥିତ ।[୧]
ଇତିହାସ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ସମ୍ପର୍କରେ, ପ୍ରାରମ୍ଭରେ କନ୍ଧମାଳ–ବୌଦ୍ଧ, ଫୁଲବାଣୀର ସଂଯୁକ୍ତ ନ୍ୟାୟିକ ବିଭାଗକୁ ବ୍ରହ୍ମପୁରରେ ଅବିଭକ୍ତ ଗଞ୍ଜାମ ଜଜସିପ୍ ସହିତ ମିଶାଯାଇଥିଲା । ପରେ, ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପତ୍ର ସଂଖ୍ୟା 1712, ତା. 17.02.2010 ଅନୁସାରେ, 11.08.1984 ତାରିଖରେ କନ୍ଧମାଳ–ବୌଦ୍ଧ, ଫୁଲବାଣୀର ଜଜସିପ୍କୁ ଅବିଭକ୍ତ ଗଞ୍ଜାମ ଜଜସିପ୍ରୁ ପୃଥକ କରାଯାଇଥିଲା । ଏହା ପରେ, ଓଡ଼ିଶା ହାଇକୋର୍ଟ, କଟକଙ୍କ ନୋଟିଫିକେସନ୍ ସଂଖ୍ୟା 692, ତା. 03.10.2012 ଅନୁଯାୟୀ, ବୌଦ୍ଧ ଜଜସିପ୍କୁ କନ୍ଧମାଳ–ବୌଦ୍ଧ ସଂଯୁକ୍ତ ଜଜସିପ୍ରୁ ପୃଥକ କରାଯାଇ 06.10.2012 ତାରିଖରୁ ଏହା ଏକ ସ୍ଵତନ୍ତ୍ର ଜିଲା ନ୍ୟାୟାପାଳିକା ଭାବେ କାର୍ଯ୍ୟକ୍ଷମ ହୋଇଆସୁଛି ।
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ବୌଦ୍ଧ ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ବୌଦ୍ଧ ସଦର ମହକୁମା, ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ସମସ୍ତ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ଓ ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଜିଲ୍ଲା ଅଦାଲତ
[ସମ୍ପାଦନା]ଓଡ଼ିଶାରେ ଜିଲ୍ଲା ପୁନର୍ଗଠନ ପରେ ୬।୧୦।୨୦୧୨ ଠାରୁ ମୂଳ ବୌଦ୍ଧ-କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଜିଲ୍ଲା ନ୍ୟାୟପାଳିକା ଅଲଗା ହୋଇଗଲା । ପ୍ରାରମ୍ଭରୁ ବୌଦ୍ଧ ଜିଲ୍ଲା ନ୍ୟାୟପାଳିକାର ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।
| କ୍ରମିକ
ସଂଖ୍ୟା |
ଜିଲ୍ଲା ଜଜ ମାନଙ୍କ ନାମ | ସେବା ଅବଧି | |
|---|---|---|---|
| ଠାରୁ | ପର୍ଯ୍ୟନ୍ତ | ||
| ୧ | ଶ୍ରୀ ବିରଜା ପ୍ରସାଦ ଦତ୍ତ | ୨୦୧୨ | ୨୦୧୩ |
| ୨ | ଶ୍ରୀମତି ପ୍ରଣିତା ମହାନ୍ତି | ୨୮।୧।୨୦୧୩ | ୨୫।୩।୨୦୧୪ |
| ୩ | ଶ୍ରୀ ଶିଶିର କୁମାର ରଥ | ୨।୪।୨୦୧୪ | ୫।୧୦।୨୦୧୫ |
| ୪ | ଶ୍ରୀମତି ସୁଚିସ୍ମିତା ମିଶ୍ର | ୭।୧୦।୨୦୧୫ | ୨/୭/୨୦୧୮ |
| ୫ | ଶ୍ରୀ ଅରବିନ୍ଦ କୁମାର ଗୁରୁ | ୪/୭/୨୦୧୮ | ୩୧।୧।୨୦୨୧ |
| ୬ | ଶ୍ରୀମତି ପ୍ରତିମା ପଣ୍ଡା | ୧।୨।୨୦୨୧ | ୩୦।୧୧।୨୦୨୧ |
| ୭ | ଶ୍ରୀ ବିକ୍ରମ କୁମାର ପ୍ରଧାନ | ୧।୧୨।୨୦୨୧ | ୩୧।୭।୨୦୨୪ |
| ୮ | ଶ୍ରୀ ପ୍ରତାପ କୁମାର ପାତ୍ର | ୧।୮।୨୦୨୪ | |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ପରିବାର ଅଦାଲତ, ବୌଦ୍ଧ
- ଅତିରିକ୍ତ ଜିଲ୍ଲା ଅଦାଲତ, ବୌଦ୍ଧ
- ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା)ଙ୍କ ଅଦାଲତ,ବୌଦ୍ଧ
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ବୌଦ୍ଧ
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ବୌଦ୍ଧ
- ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା-ରେଜିଷ୍ଟ୍ରାରଙ୍କ ଅଦାଲତ, ବୌଦ୍ଧ
- ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ବୌଦ୍ଧ
- ଅତିରିକ୍ତ ଦେୱାନି ଅଦାଲତ (କନିଷ୍ଠ ବିଭାଗ)-ତଥା-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ବୌଦ୍ଧ
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ବୌଦ୍ଧ
- ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ବୌଦ୍ଧ
- ଅତିରିକ୍ତ ଜିଲ୍ଲା ଅଦାଲତ, କଣ୍ଟାମାଳ
- ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତିଙ୍କ ଅଦାଲତ,କଣ୍ଟାମାଳ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କଣ୍ଟାମାଳ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ହରଭଙ୍ଗା (ଚାରିଛକ)[୨]
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ
- ଜିଲ୍ଲା ବାର ଆସୋସିଏସନ, ବୌଦ୍ଧ
- ଫ୍ରଣ୍ଟ ଅଫିସ୍, ବୌଦ୍ଧ
ଆଧାର
[ସମ୍ପାଦନା]- ↑ "District and Sessions Judge Court, Boudh | Boudh | India". boudh.dcourts.gov.in (in ଆମେରିକୀୟ ଇଂରାଜୀ). Archived from the original on 2025-04-24. Retrieved 2025-12-24.
- ↑ "History | District and Sessions Judge Court, Boudh | India". boudh.dcourts.gov.in (in ଆମେରିକୀୟ ଇଂରାଜୀ). Archived from the original on 2025-04-03. Retrieved 2025-12-24.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |