Jump to content

ଜିଲ୍ଲା ନ୍ୟାୟପାଳିକା, ବଲାଙ୍ଗୀର

ଉଇକିପିଡ଼ିଆ‌ରୁ

ବଲାଙ୍ଗୀର ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ବଲାଙ୍ଗୀର ସହରରେ ଅବସ୍ଥିତ ।

ଇତିହାସ

[ସମ୍ପାଦନା]

୧୭ ଜୁନ ୧୯୪୮ରୁ ବଲାଙ୍ଗିର-କଳାହାଣ୍ଡି ସଂଯୁକ୍ତ ନ୍ୟାୟପାଳିକା ବିଭାଗ ବଲାଙ୍ଗିର ମୁଖ୍ୟାଳୟରେ କାର୍ଯ୍ୟକ୍ଷମ ଥିଲା । ତେବେ 28.02.1982 ରୁ କଳାହାଣ୍ଡି ଜିଲ୍ଲା ନ୍ୟାୟପାଳିକା ବଲାଙ୍ଗିର ଜଜସିପ୍ ରୁ ପୃଥକ ହୋଇଥିଲା । ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲା ପୁନର୍ଗଠନ ଘୋଷିତ ହେବା ପରେ, ବଲାଙ୍ଗିର ଏବଂ ସୋନପୁର ଜଜସିପ୍ ମିଳିତ ଭାବେ 22.06.2012 ପର୍ଯ୍ୟନ୍ତ ଚାଲିଥିଲା ଏବଂ 23.06.2012 ରୁ ବଲାଙ୍ଗିର ଜିଲ୍ଲା ନ୍ୟାୟପାଳିକାରୁ ସୋନପୁର ଜିଲ୍ଲା ନ୍ୟାୟପାଳିକା ପୃଥକ ହୋଇଗଲା ।

ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଏବଂ ସେସନ୍ସ ଜଜ, ଅଦାଲତ ବଲାଙ୍ଗିର ମୁଖ୍ୟାଳୟରେ କାର୍ଯ୍ୟ କରୁଛି ଏବଂ ଏହାର ପ୍ରଶାସନିକ ଅଧିକାରକ୍ଷେତ୍ର ଅନ୍ୟ ସମସ୍ତ ଅନୁଗତ ଦିୱାନୀ ଏବଂ ଫୌଜଦାରୀ ଅଦାଲତଗୁଡ଼ିକ ଯେଉଁଗୁଡ଼ିକ ବଲାଙ୍ଗିର, ପାଟନାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହାଲ ଏବଂ ବଙ୍ଗମୁଣ୍ଡା ଉପ-ବିଭାଗରେ କାର୍ଯ୍ୟ କରୁଛି ।[]

ଜିଲ୍ଲା ଅଦାଲତ

[ସମ୍ପାଦନା]
କ୍ରମିକ

ସଂଖ୍ୟା

ଜିଲ୍ଲା ଜଜ ମାନଙ୍କ ନାମ ସେବା ଅବଧି
ଠାରୁ ପର୍ଯ୍ୟନ୍ତ
ଶ୍ରୀ ଏସ୍ ଏନ୍ ନନ୍ଦ ୧୯୯୬
ଶ୍ରୀ ବି କେ ପଟେଲ ୧୯୯୬

ଅନ୍ୟାନ୍ୟ ଅଦାଲତ

[ସମ୍ପାଦନା]
  1. ପରିବାର ଅଦାଲତ, ବଲାଙ୍ଗୀର
  2. ୧ମ ଅତିରିକ୍ତ ଜିଲ୍ଲା ବିଚାରପତି, ବଲାଙ୍ଗୀର
  3. ୨ୟ ଅତିରିକ୍ତ ଜିଲ୍ଲା ବିଚାରପତି, ବଲାଙ୍ଗୀର
  4. ଅତିରିକ୍ତ ଜିଲ୍ଲା ସ୍ଵତନ୍ତ୍ର ବିଚାରପତି(C/ST( PAO) Act), ବଲାଙ୍ଗୀର
  5. ଅତିରିକ୍ତ ଜିଲ୍ଲା ସ୍ଵତନ୍ତ୍ର ବିଚାରପତି(ଭିଜିଲାନ୍‌ସ), ବଲାଙ୍ଗୀର
  6. ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, ବଲାଙ୍ଗୀର
  7. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ବଲାଙ୍ଗୀର
  8. ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ବଲାଙ୍ଗୀର
  9. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ବଲାଙ୍ଗୀର
  10. ଦେୱାନି ଅଦାଲତ (କନିଷ୍ଠ ବିଭାଗ), ବଲାଙ୍ଗୀର
  11. ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ବଲାଙ୍ଗୀର
  12. ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା-କମର୍ସିଆଲ ଅଦାଲତ, ବଲାଙ୍ଗୀର
  13. ଅତିରିକ୍ତ ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ବଲାଙ୍ଗୀର
  14. ରେଜିଷ୍ଟ୍ରାର ତଥା ସ୍ଵତନ୍ତ୍ର ଟ୍ରାକ ଅଦାଲତ, ବଲାଙ୍ଗୀର
  15. ୧ମ- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବଲାଙ୍ଗୀର
  16. ୨ୟ- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବଲାଙ୍ଗୀର
  17. ୩ୟ- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବଲାଙ୍ଗୀର
  18. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଲୋଇସିଂହା
  19. ଅତିତିକ୍ତ ବିଚାରପତି, ପାଟଣାଗଡ଼
  20. ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ପାଟଣାଗଡ଼
  21. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଟିଟିଲାଗଡ଼
  22. ଦେୱାନି ଅଦାଲତ (କନିଷ୍ଠ ବିଭାଗ), ଟିଟିଲାଗଡ଼
  23. ଅତିତିକ୍ତ ବିଚାରପତି, ଟିଟିଲାଗଡ଼
  24. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଟିଟିଲାଗଡ଼
  25. ସ୍ଵତନ୍ତ୍ର ବିଚାର ବିଭାଗୀୟ ଦଣ୍ଡାଧିକରୀ (ରେଳ ବିଭାଗ), ଟିଟିଲାଗଡ଼
  26. ଅତିତିକ୍ତ ବିଚାରପତି, କଣ୍ଟାବାଞ୍ଜି
  27. ଦେୱାନି ଅଦାଲତ (ବରିଷ୍ଠ ବିଭାଗ), କଣ୍ଟାବାଞ୍ଜି
  28. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କଣ୍ଟାବାଞ୍ଜି
  29. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସଇଁତଳା
  30. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ମୁରିବାହାଲ
  31. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବଙ୍ଗମୁଣ୍ଡା

ଭାଗିଦାରୀ ସଂସ୍ଥାନ

[ସମ୍ପାଦନା]
  1. ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର
  2. ଜିଲ୍ଲା ବାର ଆସୋସିଏସନ, ବଲାଙ୍ଗୀର
  3. ଫ୍ରଣ୍ଟ ଅଫିସ୍‌, ବଲାଙ୍ଗୀର
  1. "District Court, Balangir | India" (in ଆମେରିକୀୟ ଇଂରାଜୀ). Archived from the original on 2025-02-12. Retrieved 2025-02-12.