ଜିଲ୍ଲା ନ୍ୟାୟପାଳିକା, ବରଗଡ଼
ବରଗଡ଼ ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ବରଗଡ଼ ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ବରଗଡ଼ ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ, ପୂର୍ବତନ ସମ୍ବଲପୁର ଜିଲ୍ଲାର ଦୁଇଟି ସବ ଡ଼ିଭିଜନ ଯଥା ବରଗଡ଼ ଏବଂ ପଦ୍ମପୁରକୁ ଅନ୍ତର୍ଭୁକ୍ତ କରି ନୂତନ ବରଗଡ଼ ଜିଲ୍ଲା ୧୯୯୩ ମାର୍ଚ୍ଚ ମାସରେ ପୃଥକ ହୋଇଥିଲା । ତେବେ ବରଗଡ଼ ଜିଲ୍ଲା ନ୍ୟାୟପାଳିକା (Judgeship) ୧୨ ଜୁଲାଇ, ୨୦୧୧ ରୁ ଏହାର ପୂର୍ବତନ ଜିଲ୍ଲା ନ୍ୟାୟପାଳିକା ସମ୍ବଲପୁରରୁ ପୃଥକ ହୋଇଥିଲା ଏବଂ ବରଗଡ଼ରେ ଜିଲ୍ଲା ଏବଂ ସେସନ୍ସ ନ୍ୟାୟାଧୀଶଙ୍କ ଅଦାଲତ କାର୍ଯ୍ୟ କରିବା ଆରମ୍ଭ କଲା । ଏହି ନ୍ୟାୟାଳୟର ଉପଶାଖାଗୁଡ଼ିକ ପଦ୍ମପୁର, ସୋହେଲା, ବରପାଲି, ଅତାବିରା ଏବଂ ଭେଡେନରେ ଅବସ୍ଥିତ ।
ବରଗଡ଼ର ନୂତନ ଜିଲ୍ଲା ଅଦାଲତ ଭବନ, ୧୪ ଅକ୍ଟୋବର, ୨୦୦୬ ରେ ଉଦ୍ଘାଟିତ ହୋଇଥିଲା ।[୧]
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ବରଗଡ଼ ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ବରଗଡ଼ ସଦର ମହକୁମା ତଥା ପଦ୍ମପୁର, ସୋହେଲା, ବରପାଲ୍ଲି, ଅତାବିରା ଏବଂ ଭେଡେନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଜିଲ୍ଲା ଅଦାଲତ
[ସମ୍ପାଦନା]କ୍ରମିକ
ସଂଖ୍ୟା |
ଜିଲ୍ଲା ଜଜଙ୍କ ନାମ | ସେବା ଅବଧି | |
---|---|---|---|
ଠାରୁ | ପର୍ଯ୍ୟନ୍ତ | ||
୧ | ଶ୍ରୀ ବିରଜା ପ୍ରସନ୍ନ ଦତ୍ତ | ୨୮।୧।୨୦୧୩ | ୨।୬।୨୦୧୪ |
୨ | ଶ୍ରୀ ରାଧାକୃଷ୍ଣ ପଟ୍ଟନାୟକ | ୪।୬।୨୦୧୪ | ୨୫।୧।୨୦୧୭ |
୩ | ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ | ୧।୨।୨୦୧୭ | ୨୬।୨।୨୦୧୯ |
୪ | ମିଃ ଏସ୍ ଏ କେ ଜେଡ୍ ଅହମଦ | ୬।୩।୨୦୧୯ | ୩୦।୧୧।୨୦୨୦ |
୫ | ଶ୍ରୀ ସଞ୍ଜୟ କୁମାର ସାହୁ | ୪।୧।୨୦୨୧ | ୧୦।୭।୨୦୨୧ |
୬ | ଶ୍ରୀ ଅସୀମ କୁମାର ଦଳବେହେରା | ୨୩।୭।୨୦୨୧ | ୧୫।୭।୨୦୨୨ |
୭ | ଶ୍ରୀମତି ଲୁନା ମହାନ୍ତି | ୨୦୨୨ |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ପରିବାର ଅଦାଲତ, ବରଗଡ଼
- ଅତିରିକ୍ତ ଜିଲ୍ଲା ବିଚାରପତି, ବରଗଡ଼
- ଅତିରିକ୍ତ ଜିଲ୍ଲା ବିଚାରପତି-ତଥା- ଭିଜିଲାନସ ଜଜ, ବରଗଡ଼
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ବରଗଡ଼
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ବରଗଡ଼
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ବରଗଡ଼
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ପଦ୍ମପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ବରଗଡ଼
- ରେଜିଷ୍ଟ୍ରାର ତଥା ଅତିରିକ୍ତ ଦେୱାନୀ ଅଦାଲତ, ବରଗଡ଼
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବରଗଡ଼
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା- ସହକାରୀ ସେସନ ଜଜ, ପଦ୍ମପୁର
- ଅତିରିକ୍ତ ଜିଲ୍ଲା ବିଚାରପତି, ପଦ୍ମପୁର
- ଗ୍ରାମ ନ୍ୟାୟାଧିକାରୀ-ତଥା-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଅତାବିରା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଭେଡେନ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବରପାଲି
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସୋହେଲା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବିଜେପୁର
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବରଗଡ଼
- ଜିଲ୍ଲା ବାର ଆସୋସିଏସନ, ବରଗଡ଼
- ଫ୍ରଣ୍ଟ ଅଫିସ୍, ବରଗଡ଼
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "District Court Complex Bargarh | Yato Dharmasthato Jaya | India" (in ଆମେରିକୀୟ ଇଂରାଜୀ). Retrieved 2025-02-14.