Jump to content

ଜିଲ୍ଲା ନ୍ୟାୟପାଳିକା, ନବରଙ୍ଗପୁର

ଉଇକିପିଡ଼ିଆ‌ରୁ


ନବରଙ୍ଗପୁର ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଏହାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ ।[]

ଇତିହାସ

[ସମ୍ପାଦନା]

ନବରଙ୍ଗପୁର ଜିଲ୍ଲା ଓଡିଶାର ଦକ୍ଷିଣ ଭାଗରେ ଅବସ୍ଥିତ। ଓଡ଼ିଶା ସରକାରଙ୍କ ଦ୍ଵାରା ୨ ଅକ୍ଟୋବର, ୧୯୯୨ ରେ ନବରଙ୍ଗପୁରକୁ ଅଲଗା ରେଭେନ୍ୟୁ ଜିଲ୍ଲା ଭାବରେ ଘୋଷିତ କରାଯାଇଥିଲା । ସେଥିପୂର୍ବରୁ, ଏହା କୋରାପୁଟ ଜିଲ୍ଲାର ଏକ ଉପ-ଭାଗ ଥିଲା । ୧୯୯୨ରେ ଓଡ଼ିଶାର ଜିଲ୍ଲା ପୁନର୍ଗଠନ ହେବା ପରେ ନୂତନ ରେଭେନ୍ୟୁ ଜିଲ୍ଲା ସବୁ କାର୍ଯ୍ୟକ୍ଷମ ହେଲେ ମଧ୍ୟ ନ୍ୟାୟିକ ଜିଲ୍ଲା ପ୍ରଶାସନିକ ସ୍ତରରେ ଅଲଗା ହୋଇ ନ ଥିଲା । ତେବେ ବହୁ ଵିଳମ୍ବରେ ମୂଳ କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଅନ୍ୟ ତିନୋଟି ନ୍ୟାୟିକ ଜିଲ୍ଲା କାର୍ଯ୍ୟକ୍ଷମ ହେଲା । ଓଡିଶା ସରକାର, ଆଇନ ବିଭାଗ, ଭୁବନେଶ୍ୱର ଏବଂ ଓଡିଶା ଉଚ୍ଚ ଅଦାଲତ, କଟକଙ୍କ ବିଜ୍ଞପ୍ତି ପତ୍ର ସଂଖ୍ୟା ୭୩୫୩, ତାରିଖ ୨୨.୦୯.୨୦୧୧ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଏବଂ ସେସନ୍ସ ଜଜ୍ ଅଦାଲତ ଏହାର ମୂଳ ଭାଗ ଅବିଭକ୍ତ କୋରାପୁଟ ନ୍ୟାୟିକ ଜିଲ୍ଲାରୁ ଅଲଗା ହୋଇ ୨୨.୧୦.୨୦୧୧ ରୁ ଏକ ସ୍ଵତନ୍ତ୍ର ଜିଲ୍ଲା ନ୍ୟାୟପାଳିକା ଭାବେ ପ୍ରତିଷ୍ଠିତ ହୋଇଛି । ଶ୍ରୀ ବିଭୁ ପ୍ରସାଦ ରାଉତରାୟ, ଏଲ୍‌ଏଲ୍‌.ବି., ନବ ଗଠିତ ନବରଙ୍ଗପୁର ଜିଲ୍ଲା ଅଦାଲତର ପ୍ରଥମ ଜିଲ୍ଲା ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ଯିଏ ପରବର୍ତ୍ତୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହେଲେ । ଶ୍ରୀ ଜଷ୍ଟିସ୍‌ ଭି. ଗୋପାଳ ଗୌଡା, ମୁଖ୍ୟ ନ୍ୟାୟାଧୀଶ, ଓଡିଶା ଉଚ୍ଚ ଅଦାଲତ, ତତକାଳୀନ ଏସ୍‌.ଡି.ଜେ.ଏମ୍., ନବରଙ୍ଗପୁରର କୋଠାରେ ଶ୍ରୀ ଜଷ୍ଟିସ୍‌ ବିଶ୍ଵନାଥ ମହାପାତ୍ରଙ୍କ ଉପସ୍ଥିତିରେ ଏହି ଜିଲ୍ଲା ଅଦାଲତକୁ ଉଦ୍‌ଘାଟିତ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ଜିଲ୍ଲା ଅଦାଲତର ନୂତନ କୋଠା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତତକାଳୀନ ମୁଖ୍ୟ ନ୍ୟାୟାଧୀଶ ଡ଼ଃ ଜଷ୍ଟିସ୍‌ ମୁରଲିଧରଙ୍କ ଦ୍ଵରା ଉଦଘାଟିତ ହୋଇଥିଲା ।[]

ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ନବରଙ୍ଗପୁର ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ନବରଙ୍ଗପୁର ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ସମସ୍ତ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।

ଅଦାଲତସମୂହ

[ସମ୍ପାଦନା]

ଜିଲ୍ଲା ଅଦାଲତ

[ସମ୍ପାଦନା]

ନବରଙ୍ଗପୁରରେ ସ୍ଵତନ୍ତ୍ର ଜିଲ୍ଲା ଅଦାଲତ୨୨।୧୦।୨୦୧୧ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଥିଲେ ଜଷ୍ଟିସ୍‌ ଶ୍ରୀ ବିଭୁ ପ୍ରସାଦ ରାଉତରାୟ । ପରବର୍ତ୍ତୀ ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।

କ୍ରମିକ

ସଂଖ୍ୟା

ଜିଲ୍ଲା ଜଜଙ୍କ ନାମ ସେବା ଅବଧି
ଠାରୁ ପର୍ଯ୍ୟନ୍ତ
ଶ୍ରୀ ଜଷ୍ଟିସ୍‌ ବିଭୁ ପ୍ରସାଦ ରାଉତରାୟ ୨୦୧୧ ୨୦୧୨
ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର ୨୦୧୨ ୨୦୧୩
ଶ୍ରୀ କେ ଧର୍ମାରାଓ ଦୋରା ୩।୬।୨୦୧୩ ୨।୧।୨୦୧୫
ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ୨।୧।୨୦୧୫ ୧୦।୭।୨୦୧୭
ଶ୍ରୀ ରାଜେନ୍ଦ୍ର ପାଣିଗ୍ରାହୀ ୧୦।୭।୨୦୧୭ ୧୭।୬।୨୦୧୯
ଶ୍ରୀ ଅଶୋକ କୁମାର ପଣ୍ଡା ୨୪।୬।୨୦୧୯ ୧୮।୧୧।୨୦୨୧
ଶ୍ରୀ ସଂଜୀବ ଦୁବେ ୨୨।୧୧।୨୦୨୧ ୬।୭।୨୦୨୪
ଶ୍ରୀ ସୁବ୍ରତ ମହାନ୍ତି ୨୦୨୪

ଅନ୍ୟାନ୍ୟ ଅଦାଲତ

[ସମ୍ପାଦନା]
  1. ପରିବାର ଅଦାଲତ, ନବରଙ୍ଗପୁର
  2. ଅତିରିକ୍ତ ଜିଲ୍ଲା ଅଦାଲତ, ନବରଙ୍ଗପୁର
  3. ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, ନବରଙ୍ଗପୁର
  4. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ନବରଙ୍ଗପୁର
  5. ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି, ନବରଙ୍ଗପୁର
  6. ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ନବରଙ୍ଗପୁର
  7. ଗ୍ରାମ ନ୍ୟାୟାଳୟ,ରାଇଘର
  8. ରେଜିଷ୍ଟ୍ରାର ତଥା ସ୍ଵତନ୍ତ୍ର ଟ୍ରାକ ଅଦାଲତ, ନବରଙ୍ଗପୁର
  9. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର
  10. ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ, ଉମରକୋଟ
  11. ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି, ଉମରକୋଟ
  12. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଉମରକୋଟ
  13. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଚନ୍ଦାହଣ୍ଡି
  14. ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଝରିଗାଁ

ଭାଗିଦାରୀ ସଂସ୍ଥାନ

[ସମ୍ପାଦନା]
  1. ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର
  2. ଜିଲ୍ଲା ବାର ଆସୋସିଏସନ, ନବରଙ୍ଗପୁର
  3. ଫ୍ରଣ୍ଟ ଅଫିସ୍‌, ନବରଙ୍ଗପୁର
  1. "District Court Nabarangpur | India" (in ଆମେରିକୀୟ ଇଂରାଜୀ). Archived from the original on 2025-04-24. Retrieved 2025-02-08.
  2. odishabarta (2021-05-13). "New District Court Building Inaugurated |" (in ଆମେରିକୀୟ ଇଂରାଜୀ). Retrieved 2025-02-09.