ଜିଲ୍ଲା ନ୍ୟାୟପାଳିକା, କୋରାପୁଟ
କୋରାପୁଟ ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ କୋରାପୁଟ ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ ।[୧] ଏହାର ମୁଖ୍ୟାଳୟ କୋରପୁଟ ଜିଲ୍ଲାର ଜୟପୁର ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଓଡିଶା ସରକାରଙ୍କ ଆଇନ ବିଭାଗ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ୍ ନମ୍ବର ୧୦୨୨୫, ତାରିଖ ୧୭.୧୨.୧୯୫୨ ଅନୁଯାୟୀ, କୋରାପୁଟ ଜିଲ୍ଲାର ଜୟପୁରଠାରେ ସେସନ୍ସ ଜଜ୍ ଅଦାଲତ ୧ ଜାନୁଆରୀ, ୧୯୫୩ ଠାରୁ ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ଅନନ୍ତରାମ ଗୁରୁ, B.L. ଜୟପୁରର ଏହି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲା ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଜଷ୍ଟିସ୍ ବୀର କିଶୋର ରାୟ, ଜୟପୁର ଜିଲ୍ଲା ଏବଂ ସେସନ୍ସ କୋର୍ଟର ପୁରୁଣା କୋଠା ଉଦ୍ଘାଟନ କରିଥିଲେ । ତା'ସହିତ, ନୋଟିଫିକେସନ୍ ନମ୍ବର ୧୦୨୨୩, ତାରିଖ ୧୭.୧୨.୧୯୫୨, ନୋଟିଫିକେସନ୍ ନମ୍ବର ୨୭୫୭, ତାରିଖ ୩୦.୦୫.୧୯୫୮ (ଓଡିଶା ସରକାରର ଆଇନ ବିଭାଗ, ଭୁବନେଶ୍ଵର) ଏବଂ ନୋଟିଫିକେସନ୍ ନମ୍ବର 14782, ତାରିଖ 19.05.1957 (ଓଡିଶା ସରକାରର ଗୃହ ବିଭାଗ, ଭୁବନେଶ୍ଵର) ଅନୁଯାୟୀ, ଜୟପୁରର ମୁନସିଫ-କମ୍-ଏସଡିଜେଏମ୍ କୋର୍ଟ ୧ ଜାନୁଆରୀ, ୧୯୫୩ ଠାରୁ ପ୍ରତିଷ୍ଠା କରାଯାଇଥିଲା । ତେବେ ସେପ୍ଟେମ୍ବର ୧୦, ୨୦୨୧ରେ ଜୟପୁରଠାରେ କୋରାପୁଟ ନ୍ୟାୟିକ ବିଭାଗର ନୂତନ କୋଠା ଉଦ୍ଘାଟିତ ହୋଇଯାଇଛି ।[୨]
ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲା ପୁନର୍ଗଠନ ହେବା ପରେ ପୂର୍ବତନ(ଅବିଭକ୍ତ) କୋରାପୁଟ ଜିଲ୍ଲା ଚାରିଟି ଜିଲ୍ଲାରେ ବିଭକ୍ତ ହେଲା – ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ । ବର୍ତ୍ତମାନ, ମୂଳ କୋରାପୁଟ ନ୍ୟାୟପାଳିକାରୁ ଅନ୍ୟ ତିନୋଟି ନ୍ୟାୟିକ ଜିଲା ଭିନ୍ନ ହୋଇଛି ଏବଂ ନବରଙ୍ଗପୁର ନ୍ୟାୟପାଳିକା, ରାୟଗଡ଼ ନ୍ୟାୟପାଳିକା ଏବଂ ମାଲକାନଗିରି ନ୍ୟାୟପାଳିକା ଯଥାକ୍ରମେ ୨୨ ଅକ୍ଟୋବର ୨୦୧୧, ୭ ଜୁଲାଇ ୨୦୧୨ ଏବଂ ୨୦ ଏପ୍ରିଲ ୨୦୧୩ ଠାରୁ ଅଲଗା କାର୍ଯ୍ୟକ୍ଷମ ହୋଇଛି ।
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । କୋରାପୁଟ ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ କୋରାପୁଟ ସଦର ମହକୁମା, ଜୟପୁର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ସମସ୍ତ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଅଦାଲତ ସମୂହ
[ସମ୍ପାଦନା]ଜିଲ୍ଲା ଅଦାଲତ
[ସମ୍ପାଦନା]ଜିଲ୍ଲ ପୁନର୍ଗଠନ ପରେ ୭।୭।୨୦୧୨ ସୁଦ୍ଧା ମୂଳ କୋରାପୁଟ ଜିଲାରୁ ଅନ୍ୟ ତିନୋଟି ନ୍ୟାୟିକ ଜିଲା ଅଲଗା ହୋଇଗଲେ । ପ୍ରାରମ୍ଭରୁ କୋରାପୁଟ ଜିଲ୍ଲାର ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।
| କ୍ରମିକ
ସଂଖ୍ୟା |
ନାମ | ସେବା ଅବଧି | |
|---|---|---|---|
| ଠାରୁ | ପର୍ଯ୍ୟନ୍ତ | ||
| ୧ | ଶ୍ରୀ ଗଜେନ୍ଦ୍ରନାଥ ପଣ୍ଡା,B.L. | ୨୩।୧୦।୧୯୬୭ | ୩।୭।୧୯୬୮ |
| ୨ | ଶ୍ରୀ ଜଗଦୀଶଚନ୍ଦ୍ର ତ୍ରିପାଠୀ,B.L. | ୩୧।୭।୧୯୬୮ | ୧୭।୧୦।୧୯୬୯ |
| ୩ | ଶ୍ରୀ ଶରତ କୁମାର ମହାନ୍ତି | ୨୭।୧୦।୧୯୬୯ | ୧୫।୫।୧୯୭୧ |
| ୪ | ଶ୍ରୀ ଅକ୍ଷୟ କୁମାର ପାତ୍ର | ୨୧।୬।୧୯୭୧ | ୧୨।୫।୧୯୭୩ |
| ୫ | ଶ୍ରୀ ଦୟାନିଧି ହୋତା | ୧୮।୬।୧୯୭୩ | ୩୧।୧୨।୧୯୭୩ |
| ୬ | ଶ୍ରୀ ଏମ୍ ଭି ଗଙ୍ଗାରାଜୁ | ୩୦।୧।୧୯୭୪ | ୧୬।୪।୧୯୭୪ |
| ୭ | ଶ୍ରୀ ଜଷ୍ଟିସ୍ ବାଳକୃଷ୍ଣ ବେହେରା | ୧୭।୪।୧୯୭୪ | ୬।୪।୧୯୭୫ |
| ୮ | ଶ୍ରୀ କେ ସି ରଥ | ୭।୪।୧୯୭୫ | ୫।୭।୧୯୭୭ |
| ୯ | ଶ୍ରୀ ଦୟାନିଧି ହୋତା | ୧୦।୭।୧୯୭୭ | ୩୧।୧୦।୧୯୭୮ |
| ୧୦ | ଶ୍ରୀ ଆର୍ ଏନ୍ ପଣ୍ଡା | ୬।୧୨।୧୯୭୮ | ୧୯।୭।୧୯୮୧ |
| ୧୧ | ଶ୍ରୀ ଏସ୍ କେ ବେହେରା | ୧୦।୮।୧୯୮୧ | ୨୨।୪।୧୯୮୩ |
| ୧୨ | ଶ୍ରୀ ଜି ଏସ୍ ପଟ୍ଟନାୟକ | ୧୦।୬।୧୯୮୩ | ୩୧।୫।୧୯୮୪ |
| ୧୩ | ଶ୍ରୀ ଦୈତାରୀ କର | ୨୯।୬।୧୯୮୪ | ୧୯।୭।୧୯୮୫ |
| ୧୪ | ଶ୍ରୀ ଏସ୍ କେ ପଟେଲ | ୨୦।୭।୧୯୮୫ | ୧୧।୯।୧୯୮୫ |
| ୧୫ | ଶ୍ରୀ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ | ୧୧।୯।୧୯୮୬ | ୧୫।୪।୧୯୮୯ |
| ୧୬ | ଶ୍ରୀ ଗାଦି ନରସିଂହମ | ୧୮।୪।୧୯୮୯ | ୩୧।୧୦।୧୯୯୧ |
| ୧୭ | ଶ୍ରୀମତି ମାଧୁରୀ ପଟ୍ଟନାୟକ | ୧।୧୧।୧୯୯୧ | ୧୯।୭।୧୯୯୪ |
| ୧୮ | ଶ୍ରୀ ଏ କେ ଦତ୍ତ | ୨୧।୭।୧୯୯୫ | ୧୮।୧୧।୧୯୯୬ |
| ୧୯ | ଶ୍ରୀ ଏଲ୍ କେ ମିଶ୍ର | ୨୦।୧୧।୧୯୯୬ | ୧୪।୧।୧୯୯୮ |
| ୨୦ | ଶେଖ ଜାନ୍ ହୁସୈନ | ୧୬।୧।୧୯୯୮ | ୭।୭।୨୦୦୦ |
| ୨୧ | ଶ୍ରୀ ହିମାଦ୍ରୀ ମହାପାତ୍ର | ୧୦।୭।୨୦୦୦ | ୨୩।୨।୨୦୦୧ |
| ୨୨ | ଶ୍ରୀ ମୁକୁନ୍ଦ ପ୍ରସାଦ ମିଶ୍ର | ୨୧।୩।୨୦୦୧ | ୩।୮।୨୦୦୧ |
| ୨୩ | ଶ୍ରୀ କୁଞ୍ଜ ବିହାରୀ ସାହୁ | ୧୩।୮।୨୦୦୧ | ୩୦।୧୧।୨୦୦୨ |
| ୨୪ | ଶ୍ରୀ କେ ସି ପଟ୍ଟନାୟକ | ୯।୧୨।୨୦୦୨ | ୧୦।୩।୨୦୦୬ |
| ୨୫ | ଶ୍ରୀ ଜଷ୍ଟିସ୍ ଶତ୍ରୁଘନ ପୁଜାହାରୀ | ୧୯।୬।୨୦୦୬ | ୧୭।୬।୨୦୦୭ |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ପରିବାର ଅଦାଲତ, ଜୟପୁର
- ଅତିରିକ୍ତ ଜିଲ୍ଲା ଅଦାଲତ, ଜୟପୁର
- ସ୍ଵତନ୍ତ୍ର ବିଚାରପତି (ଭିଜିଲାନ୍ସ୍), ଜୟପୁର
- ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, କୋରାପୁଟ, ଜୟପୁର
- ଆଡ୍-ହକ ଅତିରିକ୍ତ ଜିଲ୍ଲା ଅଦାଲତ, ଜୟପୁର
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, କୋରାପୁଟ, ଜୟପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ଜୟପୁର
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଜୟପୁର
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), କୋରାପୁଟ, ଜୟପୁର
- ଅତିରିକ୍ତ ଜିଲ୍ଲା ଅଦାଲତ, କୋରାପୁଟ,
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), କୋରାପୁଟ
- ଦେୱାନି ଅଦାଲତ (କନିଷ୍ଠ ବିଭାଗ), କୋରାପୁଟ
- ସ୍ଵତନ୍ତ୍ର ବିଚାର ବିଭାଗୀୟ ଦଣ୍ଡାଧିକାରୀ, କୋରାପୁଟ
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, କୋରାପୁଟ
- ଗ୍ରାମ ନ୍ୟାୟାଳୟ,ସେମିଳିଗୁଡା
- ରେଜିଷ୍ଟ୍ରାର ତଥା ସ୍ଵତନ୍ତ୍ର ଟ୍ରାକ ଅଦାଲତ, କୋରାପୁଟ, ଜୟପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କୋଟପାଡ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବୋରିଗୁମା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଦଶମନ୍ତପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଲକ୍ଷ୍ମୀପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସେମିଳିଗୁଡା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଲମତାପୁଟ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଜୟପୁର(୧ମ)
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଜୟପୁର(୨ୟ)
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ, ଜୟପୁର
- ଜିଲ୍ଲା ବାର ଆସୋସିଏସନ, କୋରାପୁଟ, ଜୟପୁର
- ଫ୍ରଣ୍ଟ ଅଫିସ୍, କୋରାପୁଟ, ଜୟପୁର
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "History | Koraput District | India" (in ଆମେରିକୀୟ ଇଂରାଜୀ). Archived from the original on 2025-02-10. Retrieved 2025-02-10.
- ↑ Service, Express News (2021-09-11). "New buildings for district courts inaugurated in Odisha's Jeypore". The New Indian Express (in ଇଂରାଜୀ). Retrieved 2025-02-11.