ଜିଲ୍ଲା ନ୍ୟାୟପାଳିକା, କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ କଳାହାଣ୍ଡି ଜିଲ୍ଲାର ଭବାନୀପାଟନା ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଭାରତର ସ୍ଵାଧୀନତା ପରେ, କଳାହାଣ୍ଡି, ୧ ଜାନୁଆରୀ ୧୯୪୮ ରେ ଭାରତୀୟ ସଂଘରେ ଯୋଗ ଦେଇଥିଲା । ୧ ନଭେମ୍ବର ୧୯୪୯ ରେ, ବଲାଙ୍ଗିର ଜିଲ୍ଲା ଏବଂ ସୁବର୍ଣ୍ଣପୁର ଜିଲ୍ଲା ମିଶି ଏକ ଅଲଗା ଜିଲ୍ଲା ଗଠନ ହୋଇଥିଲା ଏବଂ ସମ୍ବଲପୁରର ନୁଆପଡା ସବଡିଭିଜନ କଳାହାଣ୍ଡି ଜିଲ୍ଲାରେ ସଂଲଗ୍ନ ହୋଇଥିଲା । ୧୯୬୭ ରେ, ପ୍ରଶାସନିକ ସୁବିଧା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାର କାଶୀପୁର ବ୍ଲକ୍, ରାୟଗଡା ସବଡିଭିଜନକୁ ସ୍ଥାନାନ୍ତର ହୋଇଥିଲା । ୧୯୯୩ ରେ, ନୁଆପଡା ସବଡିଭିଜନ ଅଲଗା ଜିଲ୍ଲା ଭାବରେ ପ୍ରତିଷ୍ଠିତ ହେଲା ।
କଳାହାଣ୍ଡି-ନୁଆପଡା ନ୍ୟାୟପାଳିକା ୨୮.୦୨.୧୯୮୨ ରେ ବଲାଙ୍ଗିର-କଳାହାଣ୍ଡି ନ୍ୟାୟପାଳିକା ମଣ୍ଡଳରୁ ପୃଥକ ହୋଇଥିଲା ଏବଂ ୨୮.୦୨.୧୯୮୨ ଠାରୁ ସ୍ଵତନ୍ତ୍ର କାର୍ଯ୍ୟ କରିବା ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୦୭.୦୭.୨୦୧୨ ରେ, ନୁଆପଡା ଜିଲ୍ଲା ନ୍ୟାୟପାଳିକା ମଣ୍ଡଳ, ମୂଳ କଳାହାଣ୍ଡି-ନୁଆପଡା ନ୍ୟାୟପାଳିକା ମଣ୍ଡଳରୁ ପୃଥକ ହୋଇଥିଲା ।[୧]
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । କଳାହାଣ୍ଡି ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ କଳାହାଣ୍ଡି ସଦର ମହକୁମା, ଭବାନୀପାଟଣା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ସମସ୍ତ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଜିଲ୍ଲା ଅଦାଲତ
[ସମ୍ପାଦନା]ଜିଲ୍ଲା ପୁନର୍ଗଠନ ପରେ ୭।୭।୨୦୧୨ ସୁଦ୍ଧା ମୂଳ କଳାହାଣ୍ଡି ଜିଲାରୁ ଜିଲ୍ଲା ନ୍ୟାୟପାଳିକା, ନୁଆପଡ଼ା ଅଲଗା ହୋଇଗଲା । ପ୍ରାରମ୍ଭରୁ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।
କ୍ରମିକ
ସଂଖ୍ୟା |
ଜିଲ୍ଲା ଜଜ ମାନଙ୍କ ନାମ | ସେବା ଅବଧି | |
---|---|---|---|
ଠାରୁ | ପର୍ଯ୍ୟନ୍ତ | ||
୧ | ଶ୍ରୀ ବାସୁଦେବ ପାଣିଗ୍ରାହୀ | ୧୮।୧।୧୯୮୯ | ୭।୧।୧୯୯୦ |
୧ | ଶ୍ରୀ ରାଜ କିଶୋର ମହାନ୍ତି | ୧୨।୧।୧୯୯୦ | ୩୦।୬।୧୯୯୨ |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ପରିବାର ଅଦାଲତ, ଭବାନୀପାଟଣା
- ଅତିରିକ୍ତ ଜିଲ୍ଲା ଅଦାଲତ, ଭବାନୀପାଟଣା
- ଅତିରିକ୍ତ ଜିଲ୍ଲା ବିଚାରପତି ତଥା ପୋକ୍ସୋ (POCSO),ଆଇନ ଅଧିନରେ ସ୍ଵତନ୍ତ୍ର ବିଚାରପତିଙ୍କ ଅଦାଲତ, ଭବାନୀପାଟଣା
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ଭବାନୀପାଟଣା
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ଭବାନୀପାଟଣା
- ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା)ଙ୍କ ଅଦାଲତ, ଭବାନୀପାଟଣା
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଭବାନୀପାଟଣା
- ଗ୍ରାମ ନ୍ୟାୟାଳୟ,ଜୁନାଗଡ଼
- ରେଜିଷ୍ଟ୍ରାର ତଥା ସ୍ଵତନ୍ତ୍ର ଟ୍ରାକ ଅଦାଲତ, ଭବାନୀପାଟଣା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ଭବାନୀପାଟଣା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଧରମଗଡ଼
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଜୁନାଗଡ
- ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ, ଧରମଗଡ଼
- ଦେୱାନୀ ଅଦାଲତ (ବରିଷ୍ଠ ବିଭାଗ), ଧରମଗଡ଼
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ଧରମଗଡ଼
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ,କୋକସରା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଥୁଆମୁଲ ରାମପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଲାଞ୍ଜିଗଡ଼
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ,ଜୟପାଟଣା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ରାମପୁର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କେସିଙ୍ଗା
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି, ଭବାନୀପାଟଣା
- ଜିଲ୍ଲା ବାର ଆସୋସିଏସନ, କଳାହାଣ୍ଡି, ଭବାନୀପାଟଣା
- ଫ୍ରଣ୍ଟ ଅଫିସ୍, କଳାହାଣ୍ଡି, ଭବାନୀପାଟଣା
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "History | DISTRICT COURT, KALAHANDI | India" (in ଆମେରିକୀୟ ଇଂରାଜୀ). Retrieved 2025-02-14.