ଦାଶ ବେନହୁର

ଉଇକିପିଡ଼ିଆ‌ରୁ
(ଜିତେନ୍ଦ୍ର ନାରାୟଣ ଦାଶରୁ ଲେଉଟି ଆସିଛି)
ଦାଶ ବେନହୁର
ଜନ୍ମ ଓ ଜନ୍ମସ୍ଥାନଜିତେନ୍ଦ୍ର ନାରାୟଣ ଦାଶ
(1953-08-03) ୩ ଅଗଷ୍ଟ ୧୯୫୩ (ବୟସ ୭୦)
ଖଣ୍ଡପଡ଼ା, ନୟାଗଡ଼ ଜିଲ୍ଲା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ରାମଚନ୍ଦ୍ର ହାଇସ୍କୁଲ, ଖଣ୍ଡପଡ଼ା
ଶୈଳୀସାହିତ୍ୟ
ପୁରସ୍କାରବାଳ ପୁରସ୍କାର (କେନ୍ଦ୍ର ସାହିତ୍ୟ ଏକାଡେମୀ)
ଜୀବନସାଥୀଜୟନ୍ତି ପଣ୍ଡା
ସନ୍ତାନଜୟଜିତ ଦାଶ, ଜୟା ଦାଶ

ଦାଶ ବେନହୁର (ଜନ୍ମ ୩ ଅଗଷ୍ଟ ୧୯୫୩)[୧] ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ[୨] ଜନ୍ମିତ ଜଣେ ଓଡ଼ିଆ କଥାକାର । ଶିଶୁ ସାହିତ୍ୟ, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ଅବଦାନ ରହିଛି । ପ୍ରବନ୍ଧ ଓ ଗବେଷଣାତ୍ମକ ନିବନ୍ଧ ଆଦି ଲେଖିବାକୁ ସେ ନିଜ ନାମ ଜିତେନ୍ଦ୍ର ନାରାୟଣ ଦାଶ ବ୍ୟବହାର କରୁଥିବା ସମୟରେ ଗଳ୍ପ ଓ ଶିଶୁ ସାହିତ୍ୟ ଦାଶ ବେନହୁର ନାମରେ ଲେଖିଥାନ୍ତି । ଅଧ୍ୟାପନାକୁ ପେସା ଭାବରେ ଗ୍ରହଣ କରିଥିବା ଦାଶ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସେବା ନିବୃତ ହୋଇସାରିଛନ୍ତି । ସାହିତ୍ୟ ଓ ଅଧ୍ୟାପନା ବ୍ୟତିତ ସେ ଜଣେ ସଂଗଠକ ହିସାବରେ 'ପ୍ରଫୁଲ୍ଲ କର ଫାଉଣ୍ଡେସନ, ଇଟିକିଲି ମିଟିକିଲି, ଆମ ଓଡ଼ିଶା[୩] ଆଦି ଅନୁଷ୍ଠାନମାନଙ୍କ ସହିତ ଜଡ଼ିତ ଅଛନ୍ତି । ସେ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ 'ସର୍ଗୀଫୁଲ' ନାମକ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି ।

ରଚନାବଳୀ[ସମ୍ପାଦନା]

ଦାଶ ବେନହୁର ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି।[୪] [୫] ୨୦୧୩ ମସିହାରେ ତାଙ୍କର ତାଙ୍କ ରଚିତ ୧୨ଟି ପୁସ୍ତକ ଲୋକାର୍ପିତ ହୋଇଥିଲା ।[୬]

ଶିଶୁସାହିତ୍ୟ[ସମ୍ପାଦନା]

  • ମୋ' କଥାଟି ଶୁଣ (ଲଳିତ ନିବନ୍ଧ‍), ୨୦୧୫
  • ଡିବ୍‌ବେ ମେଁ ଡିବିୟାଁ (ଗପ), ୨୦୧୪
  • ହୁଳୁହୁଳୁ ଅସୁର ଔର୍‍ ଅନ୍ୟ କହାନିୟାଁ, ୨୦୧୪
  • ଗାନ୍ଧୀ ଗୀତ, ୨୦୧୪
  • ରଙ୍ଗ ଫରୁଆ (ଗୀତ), ୨୦୧୪
  • ପିଲାଙ୍କ ଗୀତବାକ୍‍ସ, ୨୦୧୩
  • ପିଲାଙ୍କ ଗପବହି (ସଂକଳନ), ୨୦୧୩
  • ହୁଳୁହୁଳୁଅସୁର ଓ ଅନ୍ୟାନ୍ୟ କାହାଣୀ, ୨୦୧୩
  • କବାଟ ଖୁଡୁଖୁଡୁ (ଗୀତ), ୨୦୧୨
  • ହରଷର ମୁଲକ (ଗୀତ), ୨୦୧୨, ୧୯୯୩, ୧୯୯୭
  • ଅକ୍ଷର ଗୀତ, ୨୦୧୨
  • ଛୁନୁର ଛବିତାବହି, ୨୦୧୨
  • ବୁଲିବାକୁ ମୋମନ (ଗୀତ), ୨୦୧୨, ୨୦୧୪
  • ଝୁଲୁ ପାଇଁ ଗୀତଟିଏ, ୨୦୧୨, ୨୦୧୪
  • ଶରତ ପାଇଁ ଗୀତ, ୨୦୧୨
  • ଏକରୁ କୋଡ଼ିଏ ବଣକୁ ଗଲେ (ଗୀତ), ୨୦୧୨
  • ଅରୁ ଲଗାଇବା ଚାଲ (ଗୀତ), ୨୦୧୨
  • ମୋ ପ୍ରାର୍ଥନା ବହି (ଗୀତ), ୨୦୧୨
  • ସେମାନେ ଯେବେ ସାନଥିଲେ (ଲଳିତ ନିବନ୍ଧ‍), ୨୦୧୨
  • ମାଛମାନେ ସବୁ ହସିଲେ ଫେଁ (ଗୀତ), ୨୦୧୧
  • ନଈପାଣି ଘୋଘୋ, ୨୦୧୧
  • ମିଠାଗୀତ (ଗୀତ), ୨୦୧୧
  • ନୂଆସକାଳର ଗୀତ, ୨୦୧୦
  • ପେନ୍ଥାଏ କାହାଣୀ, ୨୦୧୦
  • କୁନିବେଲୁନ୍‍ କଥା, ୨୦୦୯
  • ରାଜାଘର ମଜାକଥା, ୨୦୦୯
  • ଘଡ଼ଘଡ଼ି ଚଡ଼ଚଡ଼ି, ୨୦୦୯
  • ଝାଇଁମରା ଖରା, ୨୦୦୯
  • ଲଘୁଚାପ ମୁକାବିଲା, ୨୦୦୯
  • ଆସିଲା ମହାଝଡ଼, ୨୦୦୯
  • ନଈବଢ଼ି, ୨୦୦୯
  • ପଣସ ଶିଖାଇଲା ପାଣିପାଠ, ୨୦୦୭
  • ବଗଗାଁରେ ପ୍ରଚାର, ୨୦୦୭
  • ନାଟକର ନାଁ ପାଣି, ୨୦୦୭
  • ଦୁଷ୍ମନ୍ତ ଓ ଶକୁନ୍ତଳା, ୨୦୦୬
  • ହାତୀର ଡର, ୨୦୦୬
  • ଝିପ୍‍ଝିପ୍‍ ପାଣି ପଡ଼େ, ୨୦୦୬
  • ବିଶ୍ୱମୋହନ, ୨୦୦୬
  • ବାଇସ୍କୋପ୍‍, ୨୦୦୬
  • ବୋତଲ ଭିତରେ ପାଣି, ୨୦୦୬
  • କହତ ଦେଖି, ୨୦୦୬
  • ପହିଲେ ଉଠିଲା କାଉ, ୨୦୦୬
  • ମାମୁଘର ଚଉଁରି, ୨୦୦୫
  • ଏତେବଡ଼ ଅଣ୍ଡା, ୨୦୦୫
  • ଐରାବତ ହାତୀ, ୨୦୦୫
  • କଲୁରୀବେଣ୍ଟ, ୨୦୦୫
  • ରୁଟିସେକା, ୨୦୦୫
  • ଶୃଗାଳ ଗାଇଲାଗୀତ, ୨୦୦୫
  • ଶୂନ ଆଉ ଏକ, ୨୦୦୫
  • ଇରାର ସପନ, ୨୦୦୫
  • ଏହେଲା କେମିତି, ୨୦୦୫
  • ଗଛଆଈ, ୨୦୦୫
  • ଫଡ଼ାସ୍‍, ୨୦୦୫
  • ବରଷା ଆସିଲା, ୨୦୦୫
  • ବଢ଼ିଆମଜା, ୨୦୦୫
  • ବିରୁଡ଼ି ଗଲା ଉଡ଼ି (ଗପ), ୨୦୦୫
  • ନା' ନା' ସହର (ଗପ), ୨୦୦୫
  • ଛତା (ଗପ), ୨୦୦୫
  • ଗୀତ କୁହୁକ (ପହଳି), ୨୦୦୪
  • ଆମପାଇଁ କୁଇଜ୍‍ (କୁଇଜ୍‍), ୨୦୦୪
  • ଓଡ଼ିଶା ଆଲ୍‍ବମ୍‍-୧ (ଲଳିତ ନିବନ୍ଧ‍), ୨୦୦୪
  • ଗୀତ ମାନସାଙ୍କ (ପହଳି), ୨୦୦୪, ୨୦୦୫
  • ଟୁକୁନିର ଗୀତବହି, ୨୦୦୪, ୨୦୦୫
  • ଟପ୍‍ଟପାଟପ୍‍ ପାଣି (ଗୀତ), ୨୦୦୩
  • ଚିକିମିକି ସକାଳ (ଗୀତ), ୨୦୦୩
  • ଅଭୁଲା କାହାଣୀ, ୨୦୦୩
  • ଚିକ୍‍ମିକ୍‍ ତାରା (ଗୀତ), ୨୦୦୨
  • ଆସ ମିତ ଗାଇବା ଗୀତ, ୨୦୦୨
  • ପଦଭଉଁରି (ପହଳି), ୨୦୦୦
  • ମେଘ ଘୁମୁରଇ ଘଡ଼ରଘୁମୁ (ଗୀତ), ୨୦୦୦
  • ଅନାବନା ଗପ, ୧୯୯୯
  • ଉହାଡ଼ ନିଦରେ ପଡ଼ିଛିଶୋଇ (ଲଳିତ ନିବନ୍ଧ‍), ୧୯୯୯
  • ବିଜ୍ଞାନପହଳି, ୧୯୯୮
  • ପିଲାଙ୍କପାଇଁ ନୂଆ ନାନାବାୟା ଗୀତ, ୧୯୯୭
  • ପିଲାଙ୍କପାଇଁ ପହଳି (ସମ୍ପାଦନା), ୧୯୯୭
  • ତାକ୍‍ତାକ୍‍ତାଳି (ଗୀତ), ୧୯୯୭
  • କୁନାପାଇଁ ଅନାବନା ଗପ, ୧୯୯୭
  • କୁନିପାଇଁ କେତେ ଜାତିଗୀତ, ୧୯୯୭
  • ମନମୋଟୁ ମଇତା (ଉପନ୍ୟାସ), ୧୯୯୭, ୨୦୦୪
  • ଇତିରିମିତିରି (ଗୀତ), ୧୯୯୭
  • ଗୀତଫରୁଆ (ପହଳି), ୧୯୯୬, ୨୦୦୧
  • କିଚିରିମିଚିରି ଗୀତ, ୧୯୯୭, ୧୯୯୯
  • ଆଇଲା ଆଇଲା ଘିଡ଼ିରିଘାଡ଼ୁ (ଗୀତ), ୧୯୮୯
  • ପପଲ ପପଲ ପୁଁ (ଗୀତ), ୧୯୮୯
  • ଫରୁଆ ଭିତରେ ଫରୁଆ (ପହଳି), ୧୯୮୭, ୧୯୮୯
  • ପକ୍ଷୀଜଗତ (ଲଳିତ ନିବନ୍ଧ‍), ୧୯୮୭, ୨୦୧୨
  • କୁନାପାଇଁ ଅନାବନା ଗୀତ, ୧୯୮୬

ଇଂରାଜୀ[ସମ୍ପାଦନା]

  • The Puduga king & other stories, ୨୦୧୩
  • Unforgettable Stories, ୨୦୦୭
  • A Basket of Stories (Stories), ୨୦୦୫
  • The Story of Maita (Novel), ୨୦୦୫
  • Manu and the Sparrow (Story), ୨୦୦୧
  • Play Fun with Riddles (Riddles), ୨୦୦୧
  • My Pet Poetry Book (Poem), ୨୦୦୧
  • All Time Rhymes for Chlidren (Rhymes), ୨୦୦୧
  • Rhymes for Little Reema (Rhymes), ୨୦୦୧

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ଶ୍ରେଷ୍ଠଗଳ୍ପ, ୨୦୧୩
  • ଗଳ୍ପପ୍ରବାହ-୨, ୨୦୧୨
  • ଗଳ୍ପପ୍ରବାହ-୧, ୨୦୧୨
  • ତରଳୁଥିବା ସମୟ, ୨୦୧୦
  • ବେନହୁର ଗଳ୍ପବିବିଧା, ୨୦୦୫
  • ନିରୁକ୍ତିର ନେଳି, ୨୦୦୨
  • ଡେଣା, ୧୯୯୮
  • ଅକ୍ଷର ଅରଣ୍ୟ, ୧୯୯୪
  • କୁହୁଡ଼ିର ଘର, ୧୯୯୦
  • ଛାଇନିଦ, ୧୯୮୭
  • ଚିତ୍ରିତ ଚଉପାଶ, ୧୯୮୩
  • ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ୧୯୮୩
  • ସମୟସମ୍ପର୍କ, ୧୯୮୩
  • ନାଭିସମୁଦ୍ର, ୧୯୮୨
  • Kaanduri and Other Stories, ୨୦୧୫
  • Gandhi Tales from Odisha, ୨୦୧୩
  • Alms and other stories, ୨୦୦୮
  • The Tribute and other stories, ୨୦୦୬
  • The Drawing and other stories, ୧୯୮୭

ଜନଶିକ୍ଷା ସାହିତ୍ୟ[ସମ୍ପାଦନା]

  • ଦିଅ ଉତ୍ତର, ୨୦୧୫
  • ଗୋଟିଏ ଗାଁର ଦୁଇଟିନାଆଁ (ଗୀତ), ୧୯୯୭
  • କଥାଧାଡ଼ିଏକୁ ଭାବଗାଡ଼ିଏ (ଢଗଢ଼ମାଳି), ୧୯୯୭
  • ଜନସାକ୍ଷରଙ୍କ ଛ'ମାଣଆଠଗୁଣ୍ଠ (ଯୁଗ୍ମଲେଖକ) (ଉପନ୍ୟାସ), ୧୯୯୭
  • ଅସଲିସୁନା (ଯୁଗ୍ମଲେଖକ) (ଗପ), ୧୯୯୫
  • ଗଛଟିକୁ ଗୀତଟିଏ, ୧୯୯୫

ଉପନ୍ୟାସ[ସମ୍ପାଦନା]

  • ପଗଡ଼ିପୁରୁଷ, ୨୦୧୫

କାହାଣୀ[ସମ୍ପାଦନା]

  • ଅମର ବିଶ୍ୱସାହିତ୍ୟ, ୨୦୧୨
  • ଗାନ୍ଧୀ କାହାଣୀ, ୨୦୦୨
  • କ୍ଲାସିକ୍‍ କାହାଣୀ (୧ମ)(ଯୁଗ୍ମଲେଖକ), ୧୯୯୭

ପ୍ରବନ୍ଧ ଓ ରମ୍ୟରଚନା[ସମ୍ପାଦନା]

  • ପଶାପାଲିର ପରିସର, ୧୯୯୭
  • ଅଙ୍କାବଙ୍କା ନଈ, ୧୯୮୮
  • ଏମନ୍ତ ଏ ଧରା, ୧୯୮୭

ଅନୁବାଦ[ସମ୍ପାଦନା]

  • ଭାରତୀ (ମୂଳରଚନା: ପ୍ରେମାନନ୍ଦକୁମାର), ୧୯୯୮
  • ଜଙ୍ଗଲର ଡାକ (ମୂଳରଚନା: ଜ୍ୟାକ ଲଣ୍ଡନ), ୧୯୯୮
  • ରଷ୍ଟିର ବାହାଦୁରି (ମୂଳରଚନା: ରସ୍କିନ୍‍ବଣ୍ଡ), ୧୯୯୭

କବିତା[ସମ୍ପାଦନା]

  • ବୟସ୍କର ନାନାବାୟା, ୨୦୧୪
  • ଅସରନ୍ତି ମେଘ, ୧୯୯୮

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ ('କୁନା ପାଇଁ ଅନାବନା ଗୀତ' ନିମନ୍ତେ)[୭]
  • ଜାତୀୟ ଶିଶୁ ସାହିତ୍ୟ ପୁରସ୍କାର, ୧୯୮୯
  • ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର[୮]
  • ବାଳ ପୁରସ୍କାର (କେନ୍ଦ୍ର ସାହିତ୍ୟ ଏକାଡେମୀ) [୯]

ଆଧାର[ସମ୍ପାଦନା]

  1. "PROFORMA - JNDASH" (PDF). scscollege.nic.in. Archived from the original (PDF) on 3 May 2013. Retrieved 4 October 2013.
  2. Michael Heyman (2007). The Tenth Rasa: An Anthology of Indian Nonsense. Penguin Books India. pp. 213–. ISBN 978-0-14-310086-7.
  3. "ଆର୍କାଇଭ୍ କପି". Archived from the original on 2013-01-16. Retrieved 2013-10-04. {{cite web}}: Cite has empty unknown parameter: |1= (help)
  4. "Odisha writer Dash Benhur gets Central Sahitya Akademi award". OdishaSunTimes. Retrieved 22 August 2014.
  5. "Dash Benhur - Kendra Sahitya Akademi Award for Bal Sahitya". IncredibleOrissa. Retrieved 10 June 2016.
  6. "ଗୋଟିଏ ଦିନରେ ଦାଶ ବେନହୁରଙ୍କ ୧୨ଟି ପୁସ୍ତକ ଲୋକାର୍ପିତ". ଓଡ଼ିଶାନ୍. Retrieved 12 June 2016.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 12 June 2016.
  8. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2013-10-04. {{cite web}}: Cite has empty unknown parameter: |1= (help)
  9. "BAL SAHITYA PURASKAR (2010-2015)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 10 June 2016.