ଜାମିଦା ବିବି

ଉଇକିପିଡ଼ିଆ‌ରୁ

ଜାମିଦା ବିବି ହେଉଛନ୍ତି କେରଳର ଜଣେ ମହିଳା କାର୍ଯ୍ୟକର୍ତ୍ତା ଏବଂ ପ୍ରଥମ ଭାରତୀୟ ମହିଳା ଯିଏକି ଶୁକ୍ରବାର ନମାଜ ପାଠରେ ପୁରୁଷମାନଙ୍କ ସହିତ ନମାଜ ପଢ଼ିଥିଲେ ।[୧] ସେ କୋରାନ୍ ସନ୍‌ସେଟ୍ ସୋସାଇଟିର ସାଧାରଣ ସମ୍ପାଦିକା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ତାଙ୍କ ପରିବାରର ୧୩ ଜଣ ଭାଇଭଉଣୀଙ୍କ ମଧ୍ୟରେ ସର୍ବ କନିଷ୍ଠା । ତାଙ୍କ ବାପା ଭାରତୀୟ ସ୍ଥଳସେନାର ଜଣେ ସୈନିକ ଥିଲେ । ସେ ଜାମିଆ ନଦ୍ୱିୟା ଆରବିକ ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୩][୪]

ହତ୍ୟା ଧମକ[ସମ୍ପାଦନା]

ତାଙ୍କର କାର୍ଯ୍ୟକଳାପ ପାଇଁ କିଛି ମୁସଲମାନ ସଂଗଠନ ନାକାରାତ୍ମକ ପ୍ରତିକ୍ରିୟା ଦେଇଥିଲେ ଏବଂ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ।[୫]

References[ସମ୍ପାଦନା]

  1. Pillai, Akshaya (2018-02-16). "Jamida Beevi: First in line with a prayer on her lips". www.thehindubusinessline.com (in ଇଂରାଜୀ). Retrieved 2023-02-05.
  2. Ameerudheen, T. A. "Meet Jamida Beevi, the first Muslim woman to lead Friday prayers in India". Scroll.in (in ଆମେରିକୀୟ ଇଂରାଜୀ). Retrieved 2023-02-05.
  3. "Meet Jamida Beevi, the first Muslim woman to lead Friday prayers in India". Scroll. 30 January 2018. Retrieved 2 April 2020.
  4. "'Quran has capacity to reflect and absorb changes in society over time … it did not discriminate between men and women'". The Economic Times. 16 March 2018. Retrieved 2 April 2020.
  5. "Muslim woman receives death threats after leading prayers in Kerala". Amrit Dhillon. The Guardian. 30 June 2018. Retrieved 2 April 2020.