ଜରାୟୁ ଗ୍ରୀବା ପଲିପ
| Cervical polyp | |
|---|---|
| Endocervical polyp; polyp of cervix uteri | |
Drawing of a cervical polyp | |
| ବିଭାଗ | Gynecology |
| ଲକ୍ଷଣ | None, vaginal bleeding after sex, vaginal discharge[୧] |
| ଆକ୍ରାନ୍ତ ସମୟ | >40-years old[୧] |
| କାରଣ | Unknown[୧] |
| ବିପଦ କାରକ | Prior births or sexually transmitted infections[୨] |
| ରୋଗ ନିର୍ଣ୍ଣୟ ପଦ୍ଧତି | Speculum examination, histological examination[୨] |
| ସଠିକ ରୋଗ ନିର୍ଣ୍ଣୟ | Fibroids, cervical cancer, endometrial polyp, cervical ectropion, endometriosis[୨] |
| ଚିକିତ୍ସା | None, removal[୨] |
| ପୁନଃପୌନିକ | Common[୧] |
ଜରାୟୁ ଗ୍ରୀବା ପଲିପ (ଇଂରାଜୀ ଭାଷାରେ cervical polyp) ହେଉଛି ଗର୍ଭାଶୟ କେନାଲର ଭିତର ଭାଗରେ ସୃଷ୍ଟି ହେଉଥିବା ଏକ ବୃଦ୍ଧି ।[୧] ଏହି ରୋଗରେ ସାଧାରଣତଃ ଲକ୍ଷଣ ଦେଖାଏ ନାହିଁ; ତଥାପି, ବେଳେବେଳେ ଯୌନ ସମ୍ଭୋଗ ପରବର୍ତ୍ତୀ ରକ୍ତସ୍ରାବ କିମ୍ବା ଯୋନି ସ୍ରାବ ହେବା ଦେଖାଯାଇପାରେ ।[୧] ବିରଳ ଜଟିଳତାରେ ଅନୁର୍ବରତା ହୋଇପାରେ ଏବଂ ସେଗୁଡ଼ିକ ଏଣ୍ଡୋମେଟ୍ରିଆଲ୍ ପଲିପ୍ ସହିତ ଜଡ଼ିତ ହୋଇପାରେ ।[୨]
ଏହି ରୋଗର କାରଣ ଜଣା ନାହିଁ ।[୧] ବିପଦର କାରକଗୁଡ଼ିକ ମଧ୍ୟରେ ଏକାଧିକ ପୂର୍ବ ପ୍ରସବ କିମ୍ବା ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ହୋଇପାରେ ।[୨] ଏଗୁଡ଼ିକ ଏକକ ବୃଦ୍ଧି ଭାବରେ ଦେଖାଯାଏ ଏବଂ ଆକାରରେ ଏକ ସେଣ୍ଟିମିଟରରୁ କମ୍ ଥାଏ, ଯଦିଓ ଏହା କ୍ୱଚିତ୍ ବହୁତ ବଡ଼ ଆକାରର ହୋଇପାରେ ।[୧] [୨] ସେମାନଙ୍କର ରଙ୍ଗ ଧୂସରରୁ ଲାଲ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଇପାରେ ।[୨] ଅଧିକାଂଶ ଗୁରୁତର ନୁହଁନ୍ତି; ଋତୁବନ୍ଦ ପରେ ୦.୨%ରୁ ୧.୫% ପୂର୍ବ କର୍କଟ ରୋଗ କିମ୍ବା କର୍କଟ ରୋଗର ଶିକାର ହୋଇଥାଏ ।[୨] ସାଧାରଣତଃ ସ୍ପେକୁଲମ୍ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ ସନ୍ଦେହ କରାଯାଏ ଏବଂ ହିଷ୍ଟୋଲୋଜିକାଲ୍ ପରୀକ୍ଷା ଦ୍ୱାରା ନିଶ୍ଚିତ କରାଯାଏ ।[୨]
ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନ ହୋଇପାରେ ।[୨] ଯଦି କର୍କଟ ରୋଗର ଚିନ୍ତା ଥାଏ କିମ୍ବା ଲକ୍ଷଣ ଥାଏ ତେବେ ତାକୁ ବାହାର କରିବା ପାଇଁ ପରାମର୍ଶ ଦିଆଯାଏ ।[୨] ବେଳେବେଳେ ଏହାକୁ ରିଙ୍ଗ ଫୋରସେପ୍ସ ସାହାଯ୍ୟରେ ମୋଡ଼ି ହାସଲ କରାଯାଇଥାଏ ।[୨] ଦୀର୍ଘକାଳୀନ ଫଳାଫଳ ସାଧାରଣତଃ ଭଲ ।[୩] ଅପସାରଣ ପରେ ଏଗୁଡ଼ିକର ପୁନରାବୃତ୍ତି ହୋଇପାରେ ।[୨] ସର୍ଭିକାଲ୍ ପଲିପ୍ ସାଧାରଣତଃ ୨ରୁ ୫% ମହିଳାଙ୍କୁ କୁ ପ୍ରଭାବିତ କରିଥାଏ ।[୨] ଏଗୁଡ଼ିକ ପ୍ରାୟତଃ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କଠାରେ ଦେଖାଯାଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ WHO Classification of Tumours Editorial Board, ed. (2020). "6. Tumours of the uterine cervix: cervical polyp". Female genital tumours: WHO Classification of Tumours. Vol. 4 (5th ed.). Lyon (France): International Agency for Research on Cancer. p. 352. ISBN 978-92-832-4504-9. Archived from the original on 2022-06-17. Retrieved 2022-08-03.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Alkilani, Yara G.; Apodaca-Ramos, Irasema (2022). "Cervical Polyps". StatPearls. StatPearls Publishing. Archived from the original on 2022-08-03. Retrieved 2022-08-03.
- ↑ "Cervical Polyps". Harvard Health (in ଇଂରାଜୀ). 11 February 2019. Archived from the original on 4 December 2023. Retrieved 24 August 2024.