ଜରାସନ୍ଧ

ଉଇକିପିଡ଼ିଆ ରୁ
Jump to navigation Jump to search

ଜରାସନ୍ଧ ମହାଭାରତ କାଳର ମଗଧର ରାଜା ତଥା ବୃହଦ୍ରଥଙ୍କ ବଂଶଧର ଥିଲେ । ସମ୍ରାଟ ଜରାସନ୍ଧ ଅନେକ ରାଜାଙ୍କୁ ତାଙ୍କ କାରାଗାରରେ ବନ୍ଦୀ କରି ରଖିଥିଲେ, ତେବେ ସେ କାହାକୁ ହତ୍ୟା କରି ନ ଥିଲେ । ଏହାର କାରଣ ଥିଲା ଯେ ସେ ଚକ୍ରବର୍ତ୍ତୀ ସମ୍ରାଟ ହେବାକୁ ଇଚ୍ଛା କରି ଏହି ରାଜାମାନଙ୍କୁ ବନ୍ଦୀ କରି ରଖିଥିଲେ ଯଦ୍ୱାରା ଯେଉଁ ଦିନ ବନ୍ଦୀ ହେବା ରାଜାଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଲେ ସେ ମହାଦେବଙ୍କୁ ଖୁସି କରିବା ପାଇଁ ସେମାନଙ୍କୁ ବଳିଦାନ ଦେଇ ପାରିବେ ।

ସେ ମଥୁରାର ରାଜା କଂସଙ୍କ ଶ୍ୱଶୁର ତଥା ନିକଟତମ ବନ୍ଧୁ ଥିଲେ, ତାଙ୍କର ଦୁଇ ଝିଅ ଅସିତ ଏବଂ ପ୍ରମିତ କଂସଙ୍କୁ ବିବାହ କରିଥିଲେ । ଶ୍ରୀକୃଷ୍ଣଙ୍କଠାରୁ କଂସ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ସେ ୧୮ ଥର ମଥୁରା ଉପରକୁ ଆକ୍ରମଣ କରିଥିଲେ କିନ୍ତୁ ଏହି କାରଣରୁ ଭଗବାନ କୃଷ୍ଣଙ୍କୁ ମଥୁରା ଛାଡି ଦ୍ୱାରିକା ଯିବାକୁ ପଡିଥିଲା ।

ଜନ୍ମ[ସମ୍ପାଦନା]

ଜରାସନ୍ଧଙ୍କ ପିତା ରାଜା ବୃହଦ୍ରଥ କାଶୀ ରାଜାଙ୍କର ଦୁଇ ଯାଆଁଳା ଝିଅଙ୍କୁ ବିବାହ କରିଥିଲେ । ବୃହଦ୍ରଥ ଉଭୟ ପତ୍ନୀଙ୍କୁ ସମାନ ଭାବରେ ଭଲ ପାଉଥିଲେ କିନ୍ତୁ ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ସେ ଦୁଃଖୀ ଥିଲେ । ଥରେ ଋଷି ଚଣ୍ଡକୌଶିକ ତାଙ୍କ ରାଜ ଉଆସକୁ ଆସି ତାଙ୍କ ଅତିଥି ହେବା ଅବସରରେ ପୁତ୍ରାର୍ଥେ ରାଜାଙ୍କୁ ଏକ ଫଳ ଉପହାର ସ୍ୱରୂପ ଦେଲେ । ଅର୍ଥାତ ଆଶୀର୍ବାଦର ସେହି ଫଳ ଗ୍ରହଣ କରିବାଦ୍ୱାରା ରାଣୀ ପୁତ୍ରବତୀ ହେବେ । ରାଜା ସେହି ଫଳକୁ ସମାନ ଭାବରେ ଭାଗ କରି ଦୁଇ ପତ୍ନୀଙ୍କୁ ଦେଲେ । ଖୁବ୍ ଶୀଘ୍ର ଉଭୟ ପତ୍ନୀ ଗର୍ଭବତୀ ହେଲେ ଏବଂ ମାନବ ଶରୀରର ଦୁଇଟି ଅଧାଅଂଶ ଉଭୟ ରାଣୀ ଜନ୍ମ କଲେ । ଏହି ଦୁଇଟି ଅର୍ଦ୍ଧ ଶରୀର ବିଶିଷ୍ଟ ଶିଶୁ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲେ । ତେଣୁ ବୃହଦ୍ରଥ ଏମାନଙ୍କୁ ଜଙ୍ଗଲରେ ଫିଙ୍ଗିଦେବାକୁ ଆଦେଶ ଦେଲେ । ଜାରା ନାମକ ଜଣେ ରାକ୍ଷସୀ ସେହି ସମୟରେ ଏହି ଅର୍ଦ୍ଧଶିଶୁ ଦୁଇଟି ପାଇଲେ ଏବଂ ପ୍ରତ୍ୟେକକୁ ଦୁଇ ହାତରେ ଧରିଥିଲେ । ଯେତେବେଳେ ସେ ଧରିଥିବା ଦୁଇ ଅର୍ଦ୍ଧ ଶିଶୁଙ୍କୁ ଦୁଇ ହାତରେ ଯୋଡ଼ି ଧରିଲେ, ଦେଖାଗଲା ଯେ ଦୁଇଟି ଖଣ୍ଡ ଯୋଡ଼ିହୋଇ ଏକ ଜୀବନ୍ତ ସନ୍ତାନକୁ ଦେଲା । ପିଲାଟି ଜୋରରେ କାନ୍ଦିବାକୁ ଲାଗିଲା ଯାହା ଜାରା ପାଇଁ ଆତଙ୍କ ସୃଷ୍ଟି କଲା । ସ୍ତନ୍ୟପାନ କରି ପିଲାଟିକୁ ବଞ୍ଚାଇବା ତା ପକ୍ଷରେ ସମ୍ଭବ ନ ଥିବାରୁ ସେ ଏହାକୁ ରାଜାଙ୍କୁ ଦେଲେ ଏବଂ ଶିଶୁଟିକୁ ପାଇବାର ସମସ୍ତ ବୃତ୍ତାନ୍ତ ବୁଝାଇ କହିଲେ । ରାଜା ବର୍ତ୍ତମାନ ନିଜ ପୁତ୍ରକୁ ଫେରିପାଇ ଅତ୍ୟନ୍ତ ଖୁସି ହେଲେ ।[୧]

ମୃତ୍ୟୁ[ସମ୍ପାଦନା]

ଅଙ୍ଗ ରାଜ୍ୟର ରାଜା ହେବା ପରେ କର୍ଣ୍ଣ ଅଙ୍ଗ ଦେଶର ପ୍ରଜାଙ୍କୁ ମଗଧ ନରେଶଙ୍କ ଅନ୍ୟାୟ ଅତ୍ୟାଚାରରୁ ମୁକ୍ତ କରିବା ନିମିତ୍ତ ଜରାସନ୍ଧ ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ଏହି ଯୁଦ୍ଧ ଲଗାତାର ୫୦୦ ଦିନ ଧରି ଚାଲିଥିଲା ​​। ଏହି ଯୁଦ୍ଧର ଶେଷ ଦିବସରେ କର୍ଣ୍ଣ ଜରାସନ୍ଧଙ୍କୁ କହିଥିଲେ ଯେ ତାଙ୍କର ମୃତ୍ୟୁଭେଦ କର୍ଣ୍ଣଙ୍କୁ ଜଣା । ତାଙ୍କୁ ଶରୀରର ମଧ୍ୟଭାଗରୁ ଦୁଇଫାଳ କରି ହତ୍ୟା କରାଯାଇପାରେ । ତା’ପରେ ଜରାସନ୍ଧ ତାଙ୍କ ପରାଜୟକୁ ସ୍ୱୀକାର କଲେ ଏବଂ ଏହାଦ୍ୱାରା ତାଙ୍କର ମୃତ୍ୟୁଭେଦ ଆଉ ରହସ୍ୟ ହୋଇ ରହି ନ ଥିଲା ।

ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ଦିନେ ନାରଦ ମୁନି ତାଙ୍କ ପିତାଙ୍କ ବାର୍ତ୍ତା ମହାରାଜା ଯୁଧିଷ୍ଠିରଙ୍କୁ କହିଥିଲେ ଯେ ସେ ରାଜସୁୟ ଯଜ୍ଞ କରନ୍ତୁ । ଯେତେବେଳେ ମହାରାଜ ଏହି ବିଷୟରେ ଶ୍ରୀକୃଷ୍ଣଙ୍କ ସହ କଥା ହେଲେ, ସେତେବେଳେ ସେ ମଧ୍ୟ ଯୁଧିଷ୍ଠିରଙ୍କୁ ରାଜସୁୟ ଯଜ୍ଞ କରିବାକୁ ଉତ୍ସାହିତ କରିଥିଲେ । କିନ୍ତୁ ମହାରାଜ ଯୁଧିଷ୍ଠିର ଚକ୍ରବର୍ତ୍ତୀ ସମ୍ରାଟ ହେବାରେ କେବଳ ଗୋଟିଏ ବାଧା ଥିଲା, ଏହି ଯେ ମଗଧ ନରେଶ ଜରାସନ୍ଧଙ୍କୁ ପରାସ୍ତ କରିବା ବିନା ସେ ସମ୍ରାଟ ହୋଇପାରିବେ ନାହିଁ । ପୁଣି ଜରାସନ୍ଧଙ୍କୁ ଯୁଦ୍ଧ ୟେତ୍ରରେ ପରାସ୍ତ କରିବା ଏତେଟା ସହଜ ନ ଥିଲା । ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀକୃଷ୍ଣ, ଭୀମ ଏବଂ ଅର୍ଜୁନଙ୍କ ସହ ସେମାନେ ନିଜକୁ ବ୍ରାହ୍ମଣ ରୂପି ଛଦ୍ମବେଶରେ ମଗଧ ଦେଶକୁ ଗଲେ । ସେଠାରେ ପହଞ୍ଚିବା ପରେ ଜରାସନ୍ଧ ତାଙ୍କୁ ବ୍ରାହ୍ମଣ ବୋଲି ଭାବି କିଛି ମାଗିବାକୁ କହିଥିଲେ, କିନ୍ତୁ ସେତେବେଳେ ବ୍ରାହ୍ମଣ ବେଶଧାରୀ ଶ୍ରୀକୃଷ୍ଣ କହିଥିଲେ ଯେ ତାଙ୍କର ଦୁଇ ବନ୍ଧୁଙ୍କ ମୌନବ୍ରତ ଅର୍ଧରାତ୍ରୀରେ ହିଁ ସମାପ୍ତ ହେବା ଏବଂ ତା ପରେ ହିଁ ସେମାନେ କିଛି ମାଗିବେ । ତା’ପରେ ଜରାସନ୍ଧ ସେମାନଙ୍କୁ ଏକ କୋଠରୀରେ ଅତିଥି ଭାବେ ରଖି ମଧ୍ୟରାତ୍ରିରେ ଆସି ତାଙ୍କୁ ସାକ୍ଷାତ କରିବାକୁ ପ୍ରତିଶୃତି ଦେଇଥିଲେ ।

ତା’ପରେ ଜରାସନ୍ଧ ମଧ୍ୟରାତ୍ରିରେ ଆସିଥିଲେ କିନ୍ତୁ ଏହି ତିନିଜଣଙ୍କ ଉପରେ ତାଙ୍କର କିଛି ସନ୍ଦେହ ଥିଲା ଯେ ସେମାନେ ବ୍ରାହ୍ମଣ ନୁହନ୍ତି କାରଣ ସେମାନେ ଶରୀରରୁ କ୍ଷତ୍ରିୟଙ୍କ ଭାବ ଦେଖାଯାଉଥିଲେ । ସେ ତାଙ୍କର ସନ୍ଦେହ ପ୍ରକାଶ କରିଥିଲେ ଏବଂ ତାଙ୍କୁ ପ୍ରକୃତ ରୂପକୁ ଆସିବାକୁ କହିଥିଲେ । କ୍ରୋଧିତ ଜରାସନ୍ଧ କହିଥିଲେ ଯେ ସେମାନେ ଯାହା ଚାହାଁନ୍ତି ମାଗି ଏଠାରୁ ଚାଲିଯାଆନ୍ତୁ । ଶ୍ରିକୃଷ୍ଣ ତା’ପରେ ସେ ବ୍ରାହ୍ମଣ ଛଦ୍ମବେଶରେ ଜରାସନ୍ଧକୁ କୁସ୍ତି ଯୁଦ୍ଧ କରିବା ପାଇଁ ସତ୍ୟ କରିବାକୁ କହି ତା’ପରେ ତାଙ୍କର ପ୍ରକୃତ ପରିଚୟ ଦେଇଥିଲେ । ଜରସାନ୍ଦା ଜଣେ ବୀର ଯୋଦ୍ଧା ଥିଲେ, ତେଣୁ ସେ ମଲ୍ଲ ଯୁଦ୍ଧ ପାଇଁ ଭୀମଙ୍କୁ ବାଛିଲେ । ତା ପରଦିନ ସେ ଭିମଙ୍କ ସହ ଜରାସନ୍ଧର ମଲ୍ଲଯୁଦ୍ଧ ଆରମ୍ଭ ହେଲା । ଏହି ଯୁଦ୍ଧ ପ୍ରାୟ ୨୪ ଦିନ ଧରି ଚାଲିଥିଲା । ଭୀମସେନ ଯେତେଥର ଜରାସନ୍ଧଙ୍କୁ ଦୁଇଫାଲ କରି ହତ୍ୟା କରୁଥିଲେ ବି ପର ମୁହୂର୍ତ୍ତରେ ସେ ଦୁଇଫାଳ ଯୋଡି ହୋଇ ସେ ପୁନର୍ବାର ଜୀବନ୍ତ ହୋଇଉଠୁଥିଲେ । ଏଥିରେ ଶ୍ରୀକୃଷ୍ଣ ଭୀମକୁ ଏକ ତୃଣକୁ ଚିରି ଦୁଇଫାଳ କରି ଉଭୟ ଖଣ୍ଡକୁ ଦୁଇ ବୀପରିତ ଦିଗକୁ ଫିଙ୍ଗି ଦେଇ ସଂକେତ ମାଧ୍ୟମରେ ଜରାସନ୍ଧର ମୃତ୍ୟୁଭେଦ ବତାଇ ଦେଇଥିଲେ । ତା’ପରେ ଭୀମ ମଧ୍ୟ ସେହିପରି କଲେ ଏବଂ ଏହିପରି ଜରାସନ୍ଧଙ୍କୁ ଯୁଦ୍ଧରେ ବଦ୍ଧ କରାଯାଇଥିଲା ।

ଜରାସନ୍ଧକୁ ହତ୍ୟା କରି ତିନିଜଣ ତାଙ୍କ କାରାଗାରରେ ଥିବା ସମସ୍ତ ରାଜାଙ୍କୁ ମୁକ୍ତ କଲେ ଏବଂ ଶ୍ରୀକୃଷ୍ଣ ଜରାସନ୍ଧଙ୍କ ପୁତ୍ର ସହଦେବଙ୍କୁ ମଗଧର ରାଜା କଲେ ।[୨] ପରବର୍ତ୍ତୀ ସମୟରେ ସହଦେବ ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ସମର୍ଥନ କରିଥିଲେ ।

ଆଧାର[ସମ୍ପାଦନା]

  1. Chandrakant, Kamala (1977). Krishna and Jarasandha. India Book House Ltd. pp. 3–5. ISBN 81-7508-080-9.
  2. "Stories from Mahabharata". www.mahabharata-research.com/. Retrieved 24 January 2021.

ଅଧିକ ତଥ୍ୟ[ସମ୍ପାଦନା]