ଜମ୍ମୁ ଓ କାଶ୍ମୀର ଉଚ୍ଚ ନ୍ୟାୟାଳୟ
ଜମ୍ମୁ ଓ କାଶ୍ମୀର ଓ ଲଦାଖ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ — ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ପାଇଁ ସାଧାରଣ ଉଚ୍ଚ ନ୍ୟାୟାଳୟ । ଏହାକୁ ୨୬ ମାର୍ଚ୍ଚ ୧୯୨୮ ତାରିଖରେ ଜମ୍ମୁ ଓ କାଶ୍ମୀରର ମହାରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା । ଏହି ନ୍ୟାୟାଳୟର ଆସନ ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗର ଓ ଶୀତକାଳୀନ ରାଜଧାନୀ ଜମ୍ମୁ ମଧ୍ୟରେ ପରିବର୍ତ୍ତିତ ହୁଏ । ଏହି ନ୍ୟାୟାଳୟର ମୋଟ ୧୭ ଜଣ ନ୍ୟାୟଧୀଶ ପାଇଁ ଅନୁମୋଦିତ ପଦବୀ ରହିଛି, ଯେଉଁଥିରୁ ୧୩ ଜଣ ସ୍ଥାୟୀ ଏବଂ ୪ ଜଣ ଅତିରିକ୍ତ ନ୍ୟାୟଧୀଶ । ୧୬ ଏପ୍ରିଲ ୨୦୨୫ ଠାରୁ ଜଷ୍ଟିସ ଅରୁଣ ପଲ୍ଲୀ ଏହି ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହି ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟରତ ଅଛନ୍ତି ।[୧][୨]
ଇତିହାସ
[ସମ୍ପାଦନା]ଜମ୍ମୁ ଓ କାଶ୍ମୀର ଉଚ୍ଚ ନ୍ୟାୟାଳୟ ୨୬ ମାର୍ଚ୍ଚ ୧୯୨୮ ତାରିଖରେ ମହାରାଜା ହରି ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଅଦେଶ ସଂଖ୍ୟା ୧ ଅନୁସାରେ ପ୍ରତିଷ୍ଠିତ ହୋଇଥିଲା । ମହାରାଜା ଲାଲା କନ୍ୱର ସାଇନ୍ଙ୍କୁ ପ୍ରଥମ ମୁଖ୍ୟ ନ୍ୟାୟମୂର୍ତ୍ତି ଭାବେ, ଏବଂ ଲାଲା ବୋଧ୍ ରାଜ ସାହ୍ନି ଓ ଖାନ୍ ସାହିବ ଆଗା ସୟଦ୍ ହୁସେନ୍ଙ୍କୁ ପୁସୀନ ନ୍ୟାୟଧୀଶ ଭାବେ ନିଯୁକ୍ତ କରିଥିଲେ । ଏହି ଉଚ୍ଚ ନ୍ୟାୟାଳୟ ଜମ୍ମୁ (ଶୀତକାଳୀନ ରାଜଧାନୀ) ଓ ଶ୍ରୀନଗର (ଗ୍ରୀଷ୍ମକାଳୀନ ରାଜଧାନୀ) ଦୁଇଠି ଆସନରେ କାର୍ଯ୍ୟ କରୁଥିଲା । ମହାରାଜାଙ୍କ ଦ୍ୱାରା ୧୦ ସେପ୍ଟେମ୍ବର ୧୯୪୩ ରେ ଏହି ଉଚ୍ଚ ନ୍ୟାୟାଳୟକୁ "ଲେଟର୍ସ ପେଟେଣ୍ଟ" ମାନ୍ୟତା ଦିଆଯାଇଥିଲା ।
ଅଗଷ୍ଟ ୨୦୧୮ ମାସରେ ଏହି ଉଚ୍ଚ ନ୍ୟାୟାଳୟରେ ପ୍ରଥମ ଦୁଇଜଣ ମହିଳା ନ୍ୟାୟଧୀଶ ନିଯୁକ୍ତ ହେଲେ — ନ୍ୟାୟମୂର୍ତ୍ତି ସିନ୍ଧୁ ଶର୍ମା ଏବଂ ମୁଖ୍ୟ ନ୍ୟାୟମୂର୍ତ୍ତି ଭାବେ ନ୍ୟାୟମୂର୍ତ୍ତି ଗୀତା ମିତ୍ତଲ୍।
ଅଗଷ୍ଟ ୨୦୧୯ ମାସରେ ଭାରତୀୟ ସଂସଦ ଉଭୟ ସଦନରେ ଜମ୍ମୁ ଓ କାଶ୍ମୀର ପୁନଃଗଠନ ବିଲ୍ ପାସ୍ କରିଥିଲେ ।[୩] ଏହି ବିଲ୍ ଅନୁସାରେ ୩୧ ଅକ୍ଟୋବର ୨୦୧୯ ଠାରୁ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ — ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ — ଭାବେ ପୁନଃଗଠିତ କରାଯାଇଥିଲା । ଏହି ପୁନଃଗଠନ ପରେ ଉଚ୍ଚ ନ୍ୟାୟାଳୟ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କାର୍ଯ୍ୟ କରୁଛି ।
ଆଧାର
[ସମ୍ପାଦନା]- ↑ "Jammu & Kashmir and Ladakh High Court". jkhighcourt.nic.in. Retrieved 2025-06-17.
- ↑ Bureau, The Hindu (2025-04-16). "Justice Arun Palli sworn-in as Chief Justice of J&K, Ladakh High Court". The Hindu (in Indian English). ISSN 0971-751X. Retrieved 2025-06-17.
- ↑ "The Jammu and Kashmir Reorganisation Bill, 2019". PRS Legislative Research (in ଆମେରିକୀୟ ଇଂରାଜୀ). Retrieved 2025-06-17.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |