Jump to content

ଜନ୍ମ ନିୟନ୍ତ୍ରଣ ପଟି

ଉଇକିପିଡ଼ିଆ‌ରୁ
Birth control patch
Ortho Evra brand of birth control patch
Background
TypeHormonal (estrogen + progestin)
First use2002[]
Failure rates (first year)
Perfect use0.3%[]
Typical use7%[]
Usage
User remindersApplied weekly[]
Advantages and disadvantages
STI protectionNo[]
WeightNo effect[]
Period advantagesLighter, though spotting may occur[]
RisksSlight increase in DVTs (1 in 2,000)[][]

ଜନ୍ମ ନିୟନ୍ତ୍ରଣ ପଟି, ଯାହାକୁ ଗର୍ଭନିରୋଧକ ପ୍ୟାଚ୍ କିମ୍ବା ପଟି ମଧ୍ୟ କୁହାଯାଏ, ଏହା ଗର୍ଭଧାରଣକୁ ରୋକିବା ପାଇଁ ଚର୍ମରେ ଲଗାଯାଉଥିବା ଏକ ପଟି ।[] ମିଳିତ ଜନ୍ମ ନିୟନ୍ତ୍ରଣ ବଟିକା ସହିତ ପ୍ରଭାବ ସମାନ । [] ଅନ୍ୟାନ୍ୟ ଲାଭ ମଧ୍ୟରେ ମାସିକ ଋତୁସ୍ରାବ କେବେ ହେବ ତାହା ନିର୍ଣ୍ଣୟ କରିବାର କ୍ଷମତା, ବ୍ରଣରେ ଉନ୍ନତି ଏବଂ କମ୍ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ (PMS) ଅନ୍ତର୍ଭୁକ୍ତ ।[] [] ଏଗୁଡ଼ିକୁ ସାଧାରଣତଃ ପ୍ରତ୍ୟେକ ସପ୍ତାହରେ ତିନି ସପ୍ତାହ ପାଇଁ ବ୍ୟବହାର କରାଯାଏ ଏବଂ ତା'ପରେ ଗୋଟିଏ ସପ୍ତାହ ଛୁଟି ଦିଆଯାଏ; ଯଦିଓ ଏହା ଅଧିକ ସମୟ ପାଇଁ ବ୍ୟବହାର କରାଯାଇପାରେ ।[] [] ପ୍ରଜନନ ବନ୍ଦ ହେବା ପରେ ପ୍ରାୟ 4 ମାସ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିଯାଏ। []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବିନ୍ଧା, ସ୍ତନ ଦରଜ ଏବଂ ବାନ୍ତି ହୋଇପାରେ ।[] ଯକୃତ ସମସ୍ୟା, ଅଧକପାଳି କିମ୍ବା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ରକ୍ତ ଜମାଟ ବାନ୍ଧିବାର ବିପଦ ଥିବା ଲୋକଙ୍କ ମଧ୍ୟରେ ୩୫ ବର୍ଷରୁ ଅଧିକ ବୟସ୍କ ଧୂମପାନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଅନ୍ତର୍ଭୁକ୍ତ ।[] ଏହା ୯୦କେଜି ବା ୨୦୦ ପାଉଣ୍ଡ କିମ୍ବା ବିଏମଆଇ ≥ ୩୦ କିଲୋଗ୍ରାମ/ମି ଥିଲେ ଏହା କମ୍ କାମ କରେ ।[] [] ଏଗୁଡ଼ିକ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟୋଜେନ୍ ସଂସ୍କରଣ ମୁକ୍ତ ହରମୋନର କାମ କରନ୍ତି, ଯାହା ଡିମ୍ବକରଣ ଏବଂ ସର୍ଭାଇକାଲ୍ ମ୍ୟୁକସକୁ ପରିବର୍ତ୍ତନ କରିବାରୁ ରୋକିଥାଏ ।[]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୨ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜନ୍ମ ନିୟନ୍ତ୍ରଣ ପଟି ବା ପ୍ୟାଚ୍ ଅନୁମୋଦିତ ହୋଇଥିଲା ।[] [] ଏହାର ବିଭିନ୍ନ ପ୍ରକାରଗୁଡ଼ିକ ମଧ୍ୟରେ ନୋରେଲଗେଷ୍ଟ୍ରୋମିନ୍/ଏଥିନାଇଲ୍ ଏଷ୍ଟ୍ରାଡିଓଲ୍ (ଅର୍ଥୋ ଏଭ୍ରା, ଏଭ୍ରା, ଜୁଲାନ୍) [] [] ଏବଂ ଲେଭୋନୋର୍ଜେଷ୍ଟ୍ରେଲ୍/ଏଥିନାଇଲ୍ ଏଷ୍ଟ୍ରାଡିଓଲ୍ (ଟ୍ୱିର୍ଲା) ଇତ୍ୟାଦି ଅନ୍ତର୍ଭୁକ୍ତ ।[] [] ୨୦୧୪ ମସିହାରେ ଏକ ସାଧାରଣ ସଂସ୍କରଣ ଉପଲବ୍ଧ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଗର୍ଭବତୀ ହେବାକୁ ଚାହୁଁନଥିବା ପ୍ରାୟ 0.୪% ମହିଳା ଏଗୁଡ଼ିକୁ ବ୍ୟବହାର କରନ୍ତି ।[] । ଯୁକ୍ତରାଷ୍ଟ୍ରରେ ୨୦୨୪ ସୁଦ୍ଧା ଏହା ପିଛା ପ୍ରତି ମାସରେ ପ୍ରାୟ ୩୫ ଡଲାର ଖର୍ଚ୍ଚ ହେଉଥିଲା ।[]

  1. "Ortho Evra patch discontinued — What next? | 2015-02-02 | AHC Media:…". Relias Media. Archived from the original on 2022-01-23. Retrieved 18 February 2024.
  2. 1 2 3 4 5 6 7 Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). "5". Contraceptive Technology (in ଇଂରାଜୀ). Jones & Bartlett Learning. pp. 125–163. ISBN 978-1-284-25503-4. Retrieved 18 February 2024.
  3. 1 2 3 4 5 "DailyMed - TWIRLA- levonorgestrel/ethinyl estradiol patch". dailymed.nlm.nih.gov. Archived from the original on 25 October 2022. Retrieved 18 February 2024.
  4. 1 2 3 4 5 6 7 Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). "12". Contraceptive Technology (in ଇଂରାଜୀ) (22 ed.). Jones & Bartlett Learning. pp. 359–405. ISBN 978-1-284-25503-4. Retrieved 18 February 2024.
  5. Lopez, LM; Grimes, DA; Gallo, MF; Stockton, LL; Schulz, KF (30 April 2013). "Skin patch and vaginal ring versus combined oral contraceptives for contraception". The Cochrane database of systematic reviews. 2013 (4): CD003552. doi:10.1002/14651858.CD003552.pub4. PMID 23633314.
  6. 1 2 3 4 5 6 7 "Evra EPAR". European Medicines Agency. 17 September 2018. Archived from the original on 12 November 2020. Retrieved 18 February 2020.
  7. "Xulane- norelgestromin and ethinyl estradiol patch". DailyMed. 19 April 2017. Archived from the original on 6 July 2020. Retrieved 17 February 2020.
  8. "Drug Approval Package: Ortho EVRA (Norelgestromin/Ethinyl Estradiol Transdermal System NDA #21-180". U.S. Food and Drug Administration (FDA). Archived from the original on 5 July 2020. Retrieved 4 July 2020.
  9. "Xulanegeneric Ortho Evra". GoodRx. Archived from the original on 9 May 2023. Retrieved 18 February 2024.