Jump to content

ଜନ୍ମେଜୟ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଜନ୍ମେଜୟ ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନଭୁଷଣ୍ଡପୁର, ଟାଙ୍ଗୀ, ଖୋର୍ଦ୍ଧା
ମୃତ୍ୟୁ (1968-01-14) ୧୪ ଜାନୁଆରୀ ୧୯୬୮ (ବୟସ ୫୮)
ବୃତ୍ତିପ୍ରାବନ୍ଧିକ
ଗବେଷକ
ଐତିହାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବନସାଥୀଜୟଶ୍ରୀ ଚୌଧୁରୀ
ସନ୍ତାନଜ୍ୟୋତିରଞ୍ଜନ ଚୌଧୁରୀ
ପିତାମାତାଲକ୍ଷ୍ମୀଧର ଚୌଧୁରୀ, କାମେଶ୍ବରୀ ଚୌଧୁରୀ

ଜନ୍ମେଜୟ ଚୌଧୁରୀ (ଜନ୍ମ: ୧୪ ଜାନୁଆରୀ ୧୯୬୮) ଜଣେ ଓଡ଼ିଆ ଗବେଷକ, ପ୍ରାବନ୍ଧିକ ଓ ଐତିହାସିକ । ସେ ଶ୍ରୀଜଗନ୍ନାଥ ସଂସ୍କୃତି, ଦେବାଦେବୀ ଓ ଓଡ଼ିଶାର ଇତିହାସ ସଂପର୍କରେ ବ୍ୟାପକ ଗବେଷଣା କରିଛନ୍ତି ।

ଜୀବନୀ

[ସମ୍ପାଦନା]

ଜନ୍ମେଜୟ ୧୯୬୮ ମସିହାର ଜାନୁଆରୀ ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଭୁଷଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ଅଧ୍ଯାପନାକୁ ବୃତ୍ତି ରୂପେ ଗ୍ରହଣ କରି ନେଇଥିବା ଜନ୍ମେଜୟ ୧୯୯୪ରୁ ଲେଖାଲେଖିରେ ସକ୍ରିୟ ରହିଛନ୍ତି । ବହୁ ବିରଳ ପୁସ୍ତକର ସଂଗ୍ରହ ପୂର୍ବକ ସେ ନିଜ ବାସଗୃହରେ ଏକ ପାଠାଗାର ନିର୍ମାଣ କରିଛନ୍ତି । ତାଙ୍କ ରଚିତ ଅନେକ ଗବେଷଣାତ୍ମକ ପ୍ରବନ୍ଧ ପତ୍ରପତ୍ରିକାରେ ପ୍ରକାଶିତ । ଦକ୍ଷିଣ ଭରାତ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ ସଂକଳନ ସମିତି, ସର୍ବଭାରତୀୟ ଯୁବ ଐତିହାସିକ ସମ୍ମିଳନୀ ଇତ୍ୟାଦିର ବହୁ କର୍ମଶାଳାରେ ଯୋଗ ଦେଇ ନିଜ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସେ ତ୍ରୟମାସିକ ପତ୍ରିକା 'ଶ୍ରୀଲୀଳାକ୍ଷେତ୍ର ସମାଚାର'ର ସଂପାଦନା କରି ଆସୁଛନ୍ତି ।[][]

ରଚନାବଳୀ

[ସମ୍ପାଦନା]
  • ସତ୍ୟପୀର ଶ୍ରୀ ବୁଖାରୀବାବା ୨୦୦୫
  • ବୀରଶ୍ରେଷ୍ଠ ବକ୍ସି ଜଗବନ୍ଧୁ ୨୦୦୭
  • ସ୍ବାଧିନ ଭାରତର ପ୍ରଥମ କାଶ୍ମୀର ଯୁଦ୍ଧ ୨୦୦୪
  • କଳିଙ୍ଗ ବୈଶ୍ୟ ଜାତିର ଉତ୍ପତ୍ତି ଓ କୀର୍ତ୍ତି ୨୦୦୫
  • ମହାଦେବୀ ଉଗ୍ରତାରା ୨୦୨୩
  • ମହାଶକ୍ତି ମା' ଭଗବତୀ
  • ପ୍ରାଚୀନ ବିଶ୍ବର ସମାଜ ବ୍ୟବସ୍ଥା ଓ ସାଂସ୍କୃତିକ ରୂପରେଖ
  • ଭାରତ ଇତିହାସ
  • ପୃଥିବୀ ଇତିହାସ
  • ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ୨୦୧୨
  • କୋଣାର୍କ

ଇଂରାଜୀ

[ସମ୍ପାଦନା]
  • A Focus on Jagannath Culture ୨୦୦୫[]
  • The Shrine of Bokhari Baba ୨୦୦୩
  • World History
  • Life of Pandit Gopabandhu Das : A profile of Sevice and Sacrifice
  • Chariot Festivals of Puri
  • Lord Jagannath : His Devotees ୨୦୧୨

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଏକାମ୍ର ସମ୍ମାନ
  • ସଂସ୍କୃତିପ୍ରାଣ ସମ୍ମାନ
  • ଶିକ୍ଷକଶ୍ରୀ ସମ୍ମାନ
  • ତତ୍ତ୍ବଦର୍ଶୀ ପ୍ରାବନ୍ଧିକ ସମ୍ମାନ