ଜଗବନ୍ଧୁ ପଟ୍ଟନାୟକ
ଜଗବନ୍ଧୁ ପଟ୍ଟନାୟକ | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଦିୱାନ |
| ପ୍ରସିଦ୍ଧି | ସୀପାହି ବିଦ୍ରୋହ |
ଜଗବନ୍ଧୁ ପଟ୍ଟନାୟକ (ଅଥବା ଜଗୁ ଦିୱାନ)[୧][୨] ସିଂହଭୂମର ପୋରହାଟର କେରା ଗାଁର (ବର୍ତ୍ତମାନରେ ଝାରଖଣ୍ଡ) ଦିୱାନ ଥିଲେ । ସେ ରାଜା ଅଚ୍ୟୁତ ସିଂହ ଓ ତାଙ୍କର ଉତ୍ତରାଧିକାରୀ ରାଜା ଅର୍ଜୁନ ସିଂହଙ୍କ ଅଧୀନରେ ଦିୱାନ ଭାବରେ କାର୍ଯ୍ୟ କରିଥିଲେ । ଦିୱାନ ଜଗବନ୍ଧୁ ପଟ୍ଟନାୟକଙ୍କ ୧୮୫୭ର ଭାରତୀୟ ସିପାହୀ ବିଦ୍ରୋହରେ ଓଡ଼ିଶାର ପ୍ରଥମ ସହିଦ ଭାବରେ ମାନ୍ୟତା ରହିଛି ।[୩]
ସ୍ଵାଧୀନତା ସଂଗ୍ରାମରେ ଭୂମିକା
[ସମ୍ପାଦନା]ସେମାନେ ମିଶି ୧୮୫୭ ମସିହାର ଭାରତୀୟ ସ୍ଵାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ବିରୋଧୀ କାର୍ଯ୍ୟରେ ଭାଗ ନେଇଥିଲେ। ୧୮୩୧ ମସିହାର ସିଂହଭୂମର କୋଳ ବିଦ୍ରୋହ ଜଗବନ୍ଧୁ ପଟ୍ଟନାୟକ, ଯିଏ "ଜଗୁ ଦିୱାନ" ଭାବରେ ପ୍ରସିଦ୍ଧ ଥିଲେ, ତାଙ୍କ ପ୍ରେରଣା ଓ ପ୍ରଚୋଦନାର ଫଳଶ୍ରୁତି ଥିଲା।[3] ବ୍ରିଟିଶ ସରକାର ତାଙ୍କୁ ଜଣେ ଭୟଙ୍କର ଶତୃ ଭାବରେ ଗ୍ରହଣ କରିଥିଲା ଓ ତାଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା କରିଥିଲା।[୪]
୧୮୫୭ ର ସଂଗ୍ରାମ ସମୟରେ ସେ ରାଜା ଅର୍ଜୁନ ସିଂହଙ୍କୁ ବ୍ରିଟିଶ ବିରୋଧରେ ଅସ୍ତ୍ର ଧରିବାକୁ ପ୍ରେରିତ କଲେ। ଜଗୁ ଦିୱାନ, ଶକ୍ତିଶାଳୀ କୋଳ ସେନା ଓ 300 ଜଣ ଓଡ଼ିଆ ସୈନ୍ୟ ସହିତ ବ୍ରିଟିଶଙ୍କ ବିରୋଧରେ ଉଠିଦାଣ୍ଡି ଚକ୍ରଧରପୁର ଦଖଲ କଲେ।[୫] ସେ ଚକ୍ରଧରପୁର କୋଟର ସେନାପତି ହେଲେ ଓ ରାଜା ଅର୍ଜୁନ ସିଂହଙ୍କ ଭାଇ ରଘୁଦେବ ତାଙ୍କୁ ବ୍ରିଟିଶ ବିରୋଧରେ ସହଯୋଗ କରିଥିଲେ। ପରେ ଲେଫ୍ଟେନାଣ୍ଟ ବର୍ଚ୍ଚଙ୍କ ନେତୃତ୍ୱରେ ବ୍ରିଟିଶ ସେନା ପୁଣିଥରେ ଚକ୍ରଧରପୁର ଦଖଲ କଲା ଓ ଜଗୁ ଦିୱାନଙ୍କୁ ଧରି, ବ୍ରିଟିଶ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୃତ୍ୟୁ ଦଣ୍ଦରେ ଦଣ୍ଡିତ କରାଗଲା।[୬]
ଦିୱାନ ଜଗବନ୍ଧୁ ପଟ୍ଟନାୟକଙ୍କ ପୁଅ ବାଲମୁକୁନ୍ଦ ପଟ୍ଟନାୟକ ମଧ୍ୟ ବ୍ରିଟିଶ ବିରୋଧରେ ସଡ଼ଯନ୍ତ୍ର କରିଥିଲେ ଓ ବୀର ସୁରେନ୍ଦ୍ର ସାଇ ଓ ତାଙ୍କ ବିଦ୍ରୋହୀମାନଙ୍କୁ ସ୍ଵାଧୀନତା ସଂଗ୍ରାମରେ ସହାୟତା କରିଥିଲେ। ପରେ ବାଲମୁକୁନ୍ଦ ପଟ୍ଟନାୟକଙ୍କୁ ବ୍ରିଟିଶ ସରକାର "ଦ୍ରୋହ" ଅଭିଯୋଗରେ ଫାସି ଦିଆଗଲା।[7][8]
ଆଧାର
[ସମ୍ପାଦନା]- ↑ Journal of Historical Research (in ଇଂରାଜୀ). Department of History, Ranchi University. 2007.
- ↑ Mahto, Shailendra (2021-01-01). Jharkhand Mein Vidroh Ka Itihas (in ହିନ୍ଦୀ). Prabhat Prakashan. ISBN 978-93-90366-63-7.
- ↑ "A Theoritical Study on Prof. N.K. Sahu Contribution towards Modern History of Odisha" (PDF). www.erpublications. Retrieved 2 October 2025.
- ↑ Sen, Sunil Kumar (2008). Tribal Struggle for Freedom: Singhbhum 1820-1858 (in ଇଂରାଜୀ). Concept Publishing Company. ISBN 978-81-8069-512-4.
- ↑ Reflections on the National Movement in Orissa (in ଇଂରାଜୀ). Orissa State Archives. 1997.
- ↑ Bhattacharya, Sabyasachi (2007). Rethinking 1857 (in ଇଂରାଜୀ). Orient Longman. ISBN 978-81-250-3269-4.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |