ଜଗନ୍ନାଥ ସରକାର

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ସରକାର
କେନ୍ଦ୍ରୀୟ ସେକ୍ରେଟାରୀ ମେମ୍ବର
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଜଗନ୍ନାଥ ସରକାର

(1919-09-25)୨୫ ସେପ୍ଟେମ୍ବର ୧୯୧୯
ପୁରୀ, ଓଡ଼ିଶା, ଭାରତ
ମୃତ୍ୟୁ୮ ଅପ୍ରେଲ ୨୦୧୧(2011-04-08) (ବୟସ ୯୧)
ପଟଣା
ଜାତୀୟତାଭାରତୀୟ
ରାଜନୀତିକ ଦଳକମୁନିଷ୍ଟ ଦଳ

ଜଗନ୍ନାଥ ସରକାର (୨୫ ସେପ୍ଟେମ୍ବର ୧୯୧୯ - ୮ ଅପ୍ରେଲ ୨୦୧୧) ଜଣେ ଭାରତୀୟ କମୁନିଷ୍ଟ ନେତା, ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ ଅସୁବିଧା ତ‌ଥା ଘଟଣାବଳୀ ଲେଖୁଥିବା ଜଣେ ଲେଖକ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜଗନ୍ନାଥ ସରକାର ୨୫ ସେପ୍ଟେମର ୧୯୧୯ରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅଖିଳନାଥ ସରକାର, ଜଣେ ପ୍ରସୂତୀ ବିଭାଗ ଡାକ୍ତର ଥିଲେ । ସେ ସେତେବେଳେ ୱାଲ୍‌ସ୍ ମେଡିକାଲ କଲେଜରେ କାର୍ଯ୍ୟ କରୁଥିଲେ, ଯାହାକି ବର୍ତ୍ତମାନର ପାଟଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭାବରେ ଜଣା । ବଙ୍ଗାଳୀ ଐତିହାସିକ ଯଦୁନାଥ ସରକାର ତାଙ୍କର ସମ୍ପର୍କୀୟ ଥିଲେ । ଜଗନ୍ନାଥ ସରକାର ଛୋଟବେଳୁ ବଙ୍ଗାଳୀ ପରିବାର ପରିବେଶରେ ବଡ଼ ହୋଇଛନ୍ତି । ତାଙ୍କ ପରିବାର ମୁଖ୍ୟତଃ ସ୍ୱାମୀ ବିବେକାନନ୍ଦ, ରାମ ମୋହନ ରାୟ ଏବଂ ରବିନ୍ଦ୍ରନାଥ ଠାକୁରଙ୍କରଦ୍ୱାରା ଅନୁପ୍ରାଣୀତ ।

ରାଜନୀତି[ସମ୍ପାଦନା]

ଯୁବାବସ୍ଥାରେ ଜଗନ୍ନାଥ ସରକାରଙ୍କର ଜଣେ ବନ୍ଧୁ, ଯିଏକି ପାଟଣାରେ ରାମକ୍ରିଷ୍ଣା ମିଶନର ଜଣେ ପୂଜାରୀ ଭାବରେ କାର୍ଯ୍ୟ କରୁଥିଲେ, ଜଗନ୍ନାଥଙ୍କୁ ମାର୍କ୍ସିଷ୍ଟ ସାହିତ୍ୟ ସ‌ହିତ ପରିଚିତ କରାଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ବ୍ରିଟିଶ ସରକାରଦ୍ୱାରା ଭାରତରେ ବେଆଇନ ଘୋଷଣା କରିଦିଆଯାଇଥିଲା ।

ଜଗନ୍ନାଥ ଏହାପରେ ପାଟଣା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ପଢ଼ିବାକୁ ଗଲେ ଏବଂ ସେଠାରେ ସେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗଦେଲେ । ସେହି ସମୟରେ ସେ ନବନିର୍ମିତ କମୁନିଷ୍ଟ୍ୟ ଦଳରେ ଯୋଗଦେଇ ସେଠାକାର ବୁଦ୍ଧିଜୀବି ତ‌ଥା ଛାତ୍ରମାନଙ୍କ ମଧ୍ୟରେ ଜଣେ କର୍ମୀ ସାଜିଥିଲେ । କମୁନିଷ୍ଟ ଦଳରେ ଯୋଗଦେବା ପରେ ଜଗନ୍ନାଥ ୧୯୪୦ରୁ ୧୯୫୦ ଭିତରେ ଝାଡ଼ଖଣ୍ଡ ଏବଂ ବିହାରର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ସେତେବେଳେ ସେ ଲୁହା ତ‌ଥା କୋଇଲା ଖଣିରେ କାମ କରୁଥିବା ଶ୍ରମିକମାନଙ୍କର ଅଧିକାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ ।

ଜଗନ୍ନାଥଙ୍କର ପିତା, ଯିଏକି ରାଏ ବାହାଦୂର ସମ୍ମାନରେ ସମ୍ମାନିତ ହୋଇଥିଲେ, ତାଙ୍କ ପୁଅର କାର୍ଯ୍ୟରେ ପ୍ରୀତ ଥିଲେ ଏବଂ ସେ ଜଗନ୍ନାଥ ତ‌ଥା ତାଙ୍କର ମିତ୍ରମାନଙ୍କୁ ସେମାନଙ୍କର ସଂଘର୍ଷ ପାଇଁ ନିଜର ମୃତ୍ୟୁଯାଏଁ ଗୁପ୍ତରେ ନିଜର ସ‌ହାୟତା ଯୋଗାଇ ଆସୁଥିଲେ ।

ରଚନା[ସମ୍ପାଦନା]

ଜଗନ୍ନାଥ ସରକାରଙ୍କର ରଚିତ ଅନେକ ରଚନାବଳୀ ସ‌ହଜରେ ମିଳିବ ନାହିଁ, ମାତ୍ର ସେମାନଙ୍କ ମଧ୍ୟରୁ କିଛିକୁ ନେକ ୨୦୧୦ ମସିହାରେ ଏକ ପୁସ୍ତକ ଭାବରେ ପ୍ରକାଶିତ କରାଯାଇଥିଲା । ମେନି ଷ୍ଟ୍ରିମ୍‌ସ୍ (Many Streams) ଶିର୍ଷକରେ ଏହି ବ‌ହିଟିରେ ଜଗନ୍ନାଥଙ୍କ ରଚିତ କିଛି ବଛାବଛା ପ୍ରବନ୍ଧକୁ ନେଇ ପ୍ରକାଶ ପାଇଥିଲା, ଯାହାକି ତାଙ୍କର କିଛି ମିତ୍ର ଏବଂ ସାଥୀମାନଙ୍କଠାରୁ ସଂଗ୍ରହ କରାଯାଇଥିଲା । ଏହି ବ‌ହିଟି ୧୪ ମଇ ୨୦୧୦ରେ ପାଟଣାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ ପଟ୍ଟନାୟକଙ୍କ ପ୍ରକାଶ କରାଯାଇଥିଲା ।[୨] ଏହି ବ‌ହିଟିର ମୁଖବନ୍ଧ ପାଟଣାର ଏସିଆନ ଡେଭେଲପମେଣ୍ଟ ରିସର୍ଚ୍ଚ ଇନିଷ୍ଟିଚିଉଟର (ଏସିଆର ବିକାଶ ଅନୁସନ୍ଧାନ ସଂସ୍ଥା) ସଭାପତି ଶୈବଲ ଗୁପ୍ତାଙ୍କଦ୍ୱାରା ରଚନା କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Jagannath Sarkar". Jagannath Sarkar. frontline. 15 May 2010. Retrieved 5 October 2011.
  2. "Memories Left". Memories Left. frontline. 15 May 2010. Retrieved 5 October 2011.

ବାହାର ଆଧାର[ସମ୍ପାଦନା]

  1. Paul R. Brass, Political Parties of the Radical Left in South Asian Politics, in the book Radical Politics in South Asia, MIT Press Cambridge, Massachusetts and London, P. 329.
  2. Paul R. Brass, Radical Parties of the Left in Bihar: A Comparison of the SSP and the CPI, Ibid, P. 347. vii
  3. The Decline of Communist Mass Base in Bihar: Jagannath Sarkar http://kafila.org/2011/09/25/the-decline-of-communist-mass-base-in-bihar-jagannath-sarkar/