ଜଗନ୍ନାଥ ଧାମ ପୁରୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ଧାମ ପୁରୀ
ନିର୍ଦ୍ଦେଶକନାରାୟଣ ଘଡେଇ
ପ୍ରଯୋଜକନାରାୟଣ ଘଡେଇ
ସଂଳାପସତ୍ୟ ପ୍ରକାଶ
ଚିତ୍ରନାଟ୍ୟନାରାୟଣ ଘଡେଇ
କାହାଣୀନାରାୟଣ ଘଡେଇ
କଳାକାରଦେବଦତ୍ତ ସାହୁ
ରିତିକା ରଥ
ବିଜୟ ମହାନ୍ତି
ଦେବୀ ବାରିକ
ଚୌଧୁରୀ ବିକାଶ ଦାସ
ସଙ୍ଗୀତବିଦ୍ୟୁତ୍‌ ରୟ
ହିମାଂଶୁ ଶେଖର ମହାନ୍ତି
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକଜ୍ୟୋତି ପ୍ରକାଶ
ମୁକ୍ତିଲାଭ ତାରିଖ
୮ ଡିସେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଜଗନ୍ନାଥ ଧାମ ପୁରୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।[୨][୧] ନାରାୟଣ ଘଡ଼େଇ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସ‌ହ କାହାଣୀ ଓ ଚିତ୍ରନାଟ୍ୟ ରଚାନ କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସତ୍ୟ ପ୍ରକାଶ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ସଚ୍ଚି ମହାନ୍ତି ଏବଂ ସମିତ୍‌ ରଚନା କରିଥିଲେ । କଥାଚିତ୍ରଟିରେ କଣ୍ଠଦାନ କରିଥଲେ କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ସାହୁ ଏବଂ ରିତିକା ରଥ । ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍‌, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍‌.କେ. ପଟ୍ଟନାୟକ, ଜୁଲି, ନୀରଦ ପରିଡା, ଚନ୍ଦ୍ରଶେଖର ଜେନା, ମହେଶ୍ୱର, ରିଣ୍ଟୁ, ଗୋପାଳ, ପୁନମ, ଟୁବୁ, ପି ଆଦ୍‌ ମିନି ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଏହି କଥାଚିତ୍ରଟିକୁ ସେନ୍‌ସର୍ ତରଫରୁ 'ୟୁ' ସାର୍ଟିଫିକେଟ ମିଳିଥିଲା ।[୩]

ଅଭିନୟ[ସମ୍ପାଦନା]

  • ଦେବଦତ୍ତ ସାହୁ
  • ରିତିକା ରଥ
  • ବିଜୟ ମହାନ୍ତି
  • ଦେବୀ ବାରିକ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବ୍ରହ୍ମା
  • କୁମୁଦ ତ୍ରିପାଠୀ
  • ପ୍ରିୟ ସୁନ୍ଦର ମିଶ୍ର
  • ଥିନ୍‌
  • ସରୋଜିନୀ
  • ଗୋପାଳ ଶର୍ମା
  • ପ୍ରଣତି
  • ମାମା
  • ଜ୍ୟୋତି
  • ନୀତୁ
  • ହିମାଂଶୁ
  • ଏସ୍‌.କେ. ପଟ୍ଟନାୟକ
  • ଜୁଲି
  • ନୀରଦ ପରିଡା
  • ଚନ୍ଦ୍ରଶେଖର ଜେନା
  • ମହେଶ୍ୱର
  • ରିଣ୍ଟୁ
  • ଗୋପାଳ
  • ପୁନମ
  • ଟୁବୁ
  • ପି ଆଦ୍‌ ମିନି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି ।[୪] ସଚ୍ଚି ମହାନ୍ତି ଏବଂ ସମିତ୍‌ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ଶୁଭମୁକ୍ତି: 'ଜଗନ୍ନାଥ ଧାମ ପୁରୀ'". sambad.in. 8 December 2017. Retrieved 8 December 2017.
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  3. ୩.୦ ୩.୧ ୩.୨ ୩.୩ "'ଜଗନ୍ନାଥ ଧାମ ପୁରୀ'କୁ 'ୟୁ' ସେନସର୍‌ ସାର୍ଟିଫିକେଟ୍‌". sambad.in. 6 October 2017. Retrieved 12 October 2017.
  4. "ଜଗନ୍ନାଥ ଧାମ ପୁରୀ". ସମାଜ. 26 November 2017. Retrieved 26 November 2017.[permanent dead link]

ବାହାର ଆଧାର[ସମ୍ପାଦନା]