Jump to content

ଜଗଦୀଶ ସିଂହ ଖେହର

ଉଇକିପିଡ଼ିଆ‌ରୁ

ଜଗଦୀଶ ସିଂହ ଖେହର (ଜନ୍ମ ୨୮ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ବିଧିବିଶାରଦ, ଯିଏ ୪ ଜାନୁଆରୀ ୨୦୧୭ରୁ ୨୭ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ଭାରତର ୪୪ତମ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ।[][] ସେ ଭାରତର ପ୍ରଥମ ସିଖ ମୁଖ୍ୟ ନ୍ୟାୟାଧୀଶ ଥିଲେ।[][] ସେ ୧୩ ସେପ୍ଟେମ୍ବର ୨୦୧୧ରୁ ୨୭ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ କାମ କରିଥିଲେ । କିଛି ସମୟର ଛୋଟ କାର୍ଯ୍ୟକାଳ ଥିବା ସତ୍ୱେ ମଧ୍ୟ ସେ ତିନି ତଲାକ ମାମଲା, ଗୋପନୀୟତା ଅଧିକାର ଇତ୍ୟାଦି ଐତିହାସିକ ରାୟ ଦେଇଥିଲେ । ତାଙ୍କ ଅବସର ପରେ ସେହି ପଦବୀ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ପୂରଣ କରିଥିଲେ । ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ସେ ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଦ ଶପଥ ଦେଇଥିଲେ ।

ବୃତ୍ତିଜୀବନ

[ସମ୍ପାଦନା]
  • ସେ ୮ ଫେବ୍ରୁଆରୀ ୧୯୯୯ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଚଣ୍ଡୀଗଡ଼ ବେଞ୍ଚ ରେ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ।
  • ୨ ଅଗଷ୍ଟ ୨୦୦୮ ରୁ ଏବଂ ପୁନଃ ୧୭ ନଭେମ୍ବର ୨୦୦୯ରୁ ସେ କାର୍ଯ୍ୟବାହକ ମୁଖ୍ୟ ନ୍ୟାୟାଧୀଶ ଭାବେ କାମ କରିଥିଲେ।
  • ୨୯ ନଭେମ୍ବର ୨୦୦୯ରେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ, ପରେ ସେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ୮ ଅଗଷ୍ଟ ୨୦୨୦ ରେ ପଦଗ୍ରହଣ କଲେ।
  • ସେ ୧୩ ସେପ୍ଟେମ୍ବର ୨୦୧୧ରେ ଭାରତୀୟ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ପଦଗ୍ରହଣ କଲେ ଏବଂ ୪ ଜାନୁଆରୀ ୨୦୧୭ରୁ ୨୭ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟ ନ୍ୟାୟାଧୀଶ ଭାବେ କାମ କଲେ।

ଗୁରୁତ୍ତ୍ୱପୂର୍ଣ୍ଣ ରାୟଗୁଡ଼ିକ

[ସମ୍ପାଦନା]

ନ୍ୟାୟମୂର୍ତ୍ତି ଖେହର ସୁପ୍ରିମ କୋର୍ଟ ଆଡଭୋକେଟ୍ସ ଓନ୍‍ ରେକର୍ଡ୍ ଆସୋସିଏସନ୍ ବନାମ ଯୁନିଅନ୍ ଅଫ୍ ଇଣ୍ଡିଆ [2016(5) SCC 1] ମାମଲାର ପାଞ୍ଚ-ନ୍ୟାୟାଧୀଶୀୟ ସଂବିଧାନ ବେଞ୍ଚର ନେତୃତ୍ୱ ଦେଇଥିଲେ ।ଏହି ରାୟରେ ସେ କଲିଜିଆମ୍ ପ୍ରଣାଳୀକୁ ଜାରି ରଖିବାକୁ ସମର୍ଥନ କରି NJAC ଆଇନକୁ ରଦ୍ଦ କରିଥିଲେ ଏବଂ ସଂବିଧାନର ୯୯ତମ ସଂଶୋଧନକୁ ଅସଂବିଧାନିକ ଘୋଷଣା କରିଥିଲେ ।[]

  1. "Justice Jagdish Singh Khehar - Profile". Supreme Court of India. Archived from the original on 13 November 2012. Retrieved 27 September 2012.
  2. "J S Khehar may become 1st Sikh Chief Justice of India in 2017". Day & Night News. 1 September 2011. Archived from the original on 21 May 2014.{{cite news}}: CS1 maint: unfit URL (link)
  3. "Chief Justice J.S. Khehar ends his eventful tenure with a bang". 25 August 2017.
  4. "Justice Jagdish Singh Khehar had defined who is a Sikh". The Times of India. 7 December 2016.
  5. "Supreme Court Advocates-On-Record ... vs Union Of India on 16 October, 2015". indiankanoon.org. Retrieved 2025-12-05.