Jump to content

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ
छत्तीसगढ़ उच्च न्यायालय
ସ୍ଥାପିତ11 ଜାନୁଆରୀ 2000; 26 years ago (2000-୦୧-11)
ସ୍ଥାନBilaspur, Chhattisgarh
ଭୌଗଳିକ ଦିଗବାରେଣି22°01′06″N 82°05′49″E / 22.0182°N 82.0969°E / 22.0182; 82.0969
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳmandatory retirement by age of 62
ସଦସ୍ଯତା ସଂଖ୍ଯା22
(Permanent-17; Additional-5)
Websitehighcourt.cg.gov.in
Chief Justice
ବର୍ତ୍ତମାନRamesh Sinha
ନିଯୁକ୍ତି ଦିନ29 March 2023

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ଛତିଶଗଡ଼ ରାଜ୍ୟର ରାଜ୍ୟସ୍ତରୀୟ ସର୍ବୋଚ୍ଚ ନ୍ୟାୟାଳୟ । ଏହା ଛତିଶଗଡ଼ ରାଜ୍ୟର ବିଳାସପୁର ଜିଲ୍ଲାର ବୋଦ୍ରି ଗାଁରେ ଅବସ୍ଥିତ । ଏହା ୧ ନଭେମ୍ବର ୨୦୦୦ ତାରିଖରେ ମଧ୍ୟ ପ୍ରଦେଶ ରାଜ୍ୟ ପୁନର୍ଗଠନ ପରେ ନୂତନ ଛତିଶଗଡ଼ ରାଜ୍ୟ ଗଠନ ସହିତ ସ୍ଥାପିତ ହୋଇଥିଲା ।[୧] ବିଳାସପୁରର ଏହି ଉଚ୍ଚ ନ୍ୟାୟାଳୟ ଭାରତର ୧୯ତମ ଉଚ୍ଚ ନ୍ୟାୟାଳୟ ଅଟେ ।[୨][୩]

ନ୍ୟାୟମୂର୍ତ୍ତି ଆର୍. ଏସ୍. ଗର୍ଗ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ପ୍ରଥମ କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟଧୀଶ ଥିଲେ ।

ବିଚାରପତିମାନେ

[ସମ୍ପାଦନା]

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ବିଳାସପୁରରେ ରହିଅଛି ଏବଂ ଏହି ନ୍ୟାୟାଳୟର ସର୍ବାଧିକ ୨୨ ଜଣ ନ୍ୟାୟାଧୀଶ ରହିପାରନ୍ତି । ସେଥିମଧ୍ୟରୁ ୧୭ ଜଣ ସ୍ଥାୟୀ ଓ ୫ ଜଣ ଅତିରିକ୍ତ ଭାବରେ ନିଯୁକ୍ତ ହୋଇପାରନ୍ତି । ବର୍ତ୍ତମାନ ସେଠାରେ ୧୬ ଜଣ ନ୍ୟାୟଧୀଶ କାର୍ଯ୍ୟରତ ଅଛନ୍ତି ।

ସ୍ଥାୟୀ ବିଚାରପତି

[ସମ୍ପାଦନା]
# ବିଚାରପତିଙ୍କ ନାମ ପଦବୀରେ ଯୋଗ ଦେବା ତାରିଖ ଅବସର ନେବା ତାରିଖ
୧ ଜଷ୍ଟିସ ରମେଶ ସିହ୍ନା(CJ) ୨୧ ନଭେମ୍ବର ୨୦୧୧ ୪ ସେପ୍ଟେମ୍ବର ୨୦୨୬
୨ ଜଷ୍ଟିସ ସଞ୍ଜୟ କୁମାର ଅଗ୍ରୱାଲ ୧୬ ସେପ୍ଟେମ୍ବର ୨୦୧୩ ୧୪ ଜୁଲାଇ ୨୦୨୭
୩ ଜଷ୍ଟିସ ସଞ୍ଜୟ ଅଗ୍ରୱାଲ ୨୯ ସେପ୍ଟେମ୍ବର ୨୦୧୬ ୨୦ ଅଗଷ୍ଟ ୨୦୨୬
୪ ଜଷ୍ଟିସ ପାର୍ଥ ପ୍ରତୀମ ସାହୁ ୧୮ ଜୁନ ୨୦୧୮ ୧୮ ଅପ୍ରିଲ ୨୦୩୩
୫ ଜଷ୍ଟିସ ରଜନୀ ଦୁବେ ୧୮ ଜୁନ ୨୦୧୮ ୨୯ ଜୁନ ୨୦୨୬
୬ ଜଷ୍ଟିସ ନରେଶ କୁମାର ଚନ୍ଦ୍ରବଂଶୀ ୧୫ ଡିସେମ୍ବର ୨୦୨୨
୭ ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ୧୫ ଡିସେମ୍ବର ୨୦୨୨
୮ ଜଷ୍ଟିସ ଦୀପକ କୁମାର ତିୱାରୀ ୩୧ ଜୁଲାଇ ୨୦୨୩
(ଅନ୍ୟ ପଦବୀ ପୁରଣ ହୋଇନାହିଁ)

ଅତିରିକ୍ତ ବିଚାରପତି

[ସମ୍ପାଦନା]
# ବିଚାରପତିଙ୍କ ନାମ ପଦବୀରେ ଯୋଗ ଦେବା ତାରିଖ
୧ ଜଷ୍ଟିସ ସଚ୍ଚିନ ସିଂ ରାଜପୁତ ୧୬ ମଇ ୨୦୨୨
୨ ଜଷ୍ଟିସ ରାକେଶ ମୋହନ ପାଣ୍ଡେ ୨ ଅଗଷ୍ଟ ୨୦୨୨
୩ ଜଷ୍ଟିସ ରାଧାକିଶନ ଅଗ୍ରୱାଲ ୨ ଅଗଷ୍ଟ ୨୦୨୨
୪ ଜଷ୍ଟିସ ସଞ୍ଜୟ କୁମାର ଜୟସୱାଲ ୧ ମଇ ୨୦୨୩
୫ ଜଷ୍ଟିସ ରବୀନ୍ଦ୍ର କୁମାର ଅଗ୍ରୱାଲ ୨୦ ଅକ୍ଟୋବର ୨୦୨୩
୬ ଜଷ୍ଟିସ ଅରବିନ୍ଦ କୁମାର ବର୍ମା ୨୩ ଜାନୁୟାରୀ ୨୦୨୪
୭ ଜଷ୍ଟିସ ବିଭୁଦତ୍ତ ଗୁରୁ ୧୩ ଅଗଷ୍ଟ ୨୦୨୪
୮ ଜଷ୍ଟିସ ଅମିତେନ୍ଦ୍ର କିଶୋର ପ୍ରସାଦ ୧୩ ଅଗଷ୍ଟ ୨୦୨୪
  1. ↑ "History | High Court Chhattisgarh". highcourt.cg.gov.in. Archived from the original on 2023-10-05. Retrieved 2025-06-16.
  2. ↑ "The Hindu : Chhattisgarh HC at Bilaspur". www.hindu.com. Retrieved 2025-06-16.
  3. ↑ "Welcome to the Official Website of the High Court of Chhattisgarh". highcourt.cg.gov.in. Archived from the original on 2025-04-16. Retrieved 2025-06-16.