Jump to content

ଚୁନିଲାଲ ବୈଦ୍ୟ

ଉଇକିପିଡ଼ିଆ‌ରୁ


ଚୁନିଲାଲ ବୈଦ୍ୟ (୨ ସେପ୍ଟେମ୍ବର ୧୯୧୭ – ୧୯ ଡିସେମ୍ବର ୨୦୧୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ, ଲେଖକ ଓ ଗାନ୍ଧୀବାଦୀ ଥିଲେ । ବ୍ରିଟିଶ ଭାରତର ଗୁଜରାଟରେ ଜନ୍ମିତ ଏହି ବ୍ୟକ୍ତିତ୍ୱ ଚୁନିକାକା ଭାବରେ ମଧ୍ୟ ଜଣାଶୁଣା ।

ଜୀବନୀ

[ସମ୍ପାଦନା]

ଚୁନିଲାଲ ବୈଦ୍ୟ ୧୯୧୮ ମସିହାର ସେପ୍ଟେମ୍ବର ୨ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ଗୁଜରାଟର ପାଟଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗାନ୍ଧୀବାଦୀ ଥିଲେ ଏବଂ ସର୍ବୋଦୟ ସହିତ ଜଡ଼ିତ ଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ । ୧୯୬୦ ଦଶକରେ, ସେ ଆସାମର ଅଶାନ୍ତି ସମୟରେ, ଶାନ୍ତି ପାଇଁ କାମ କରିଥିଲେ । ସେ ଭୂମିପୁତ୍ରର ସମ୍ପାଦକ ଥିଲେ । ୧୯୭୫ ମସିହାରେ, ସେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଏମର୍‌ଜେନ୍ସିକୁ ସେ ବିରୋଧ କରିଥିଲେ ଏବଂ କାରାବରଣ କରିଥିଲେ । ୧୯୮୦ ମସିହାରେ, ସେ ଗୁଜରାଟ ଲୋକ ସମିତି ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିଷ୍ଠା କରିଥିଲେ । ୨୦୦୨ ମସିହାରେ ଗୁଜରାଟରେ ହୋଇଥିବା ଦଙ୍ଗାର ସେ ସମାଲୋଚକ ଥିଲେ ।[][] ସେ ଆସାସିନେସନ୍ ଅଫ୍ ଗାନ୍ଧୀ: ଫ୍ୟାକ୍ଟସ୍ ଆଣ୍ଡ୍ ଫଲ୍ସହୁଡ୍ ଶୀର୍ଷକ ଏକ ବହି ଲେଖିଥିଲେ, ଯାହାକି ୧୧ଟି ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହୋଇଥିଲେ ।[][] ୨୦୧୪ ମସିହାର ଡିସେମ୍ବର ୧୯ ତାରିଖରେ, ସେ ଅହମ୍ମଦାବାଦରେ ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[][]

ପୁରସ୍କାର

[ସମ୍ପାଦନା]

ସେ ସାମ୍ବାଦିକତା ପାଇଁ ସାନେ ଗୁରୁଜୀ ନିର୍ଭୟ ପତ୍ରକାରିତା ପୁରସ୍କାର ପାଇଥିଲେ । ସେ ମଧ୍ୟ ବିଶ୍ୱ ଗୁଜରାଟୀ ସମାଜ ଦ୍ୱାରା ବିଶ୍ୱ ଗୁଜରାଟୀ ପ୍ରତିଭା ପୁରସ୍କାର ପାଇଥିଲେ ।[][] ୨୦୧୦ ମସିହାରେ, ସେ ଜମ୍ନାଲାଲ ବଜାଜ ପୁରସ୍କାର ପାଇଥିଲେ ।[]

  1. ୧.୦ ୧.୧ ୧.୨ ୧.୩ "Gandhian Chunibhai Vaidya dies aged 97". Ahmedabad: Business Standard. Press Trust of India. 19 December 2014. Retrieved 18 January 2015.
  2. ୨.୦ ୨.୧ ୨.୨ ୨.୩ varsha (19 December 2014). "Veteran freedom fighter Chunibhai Vaidya passed away". Jagran Josh. Retrieved 18 January 2015.
  3. "Jamnalal Bajaj Award". Jamnalal Bajaj Foundation. 2015. Retrieved 13 October 2015.[permanent dead link]