ଚିର ରଞ୍ଜନ ପାଲ
ଚିର ରଞ୍ଜନ ପାଲ (ଜନ୍ମ: ୧ ଜୁଲାଇ ୧୯୪୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ପାଲ ୧ ଜୁଲାଇ ୧୯୪୦ରେ ଜନ୍ମଗ୍ରହଣ କରିଥିଲେ । ୧୦ ଜାନୁଆରୀ ୧୯୬୬ରେ ସେ ଏକ ଓକିଲ ଭାବରେ ନାମ ଲେଖାଇ ବାରିପଦା ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ଦେୱାନୀ, ଫୌଜଦାରୀ ଓ ରେଭେନ୍ୟୁ ଅଦାଲତରେ ୧୭ ବର୍ଷ ଧରି ଆଇନ ବ୍ୟବସାୟ କରିଥିଲେ । ୭ ମାର୍ଚ୍ଚ ୧୯୮୩ ରେ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇଥିଲେ ଏବଂ ଏକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଭାବରେ କାର୍ଯ୍ୟଭାର ନେଇଥିଲେ । ପରବର୍ତ୍ତୀ ସମୟରେ ସେ କଟକର ଜିଲ୍ଲା ଓ ଦୌରା ଜଜ୍ ଭାବେ ପଦୋନ୍ନତି ପାଇଥିଲେ ।[୨] ଓଡ଼ିଶାର ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସ୍ଵତନ୍ତ୍ର ଜଜ୍ (ଭିଜିଲାନ୍ସ ଓ C.B.I.) ଭାବେ ମଧ୍ୟ କାମ କରିଥିଲେ । ୨୧ ଜୁନ ୧୯୯୨ ରୁ ଭୁବନେଶ୍ୱରର ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।
ସେ ୧୭ ଜାନୁଆରୀ ୧୯୯୬ ରୁ ୩୦ ଜୁନ ୨୦୦୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଦାୟୀତ୍ଵ ସଂପନ୍ନ କରିଥିଲେ ।[୧] ଅବସର ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତିଙ୍କ ଆସୋସିଏସନ(OHCRJA)ର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ଥିଲେ ।
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-21.
- ↑ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Retrieved 2025-01-21.